Spilt in Rajsthan BJP: ବିଜେପି ଦୁଇ ଫାଳ: ଯୋଡ଼ି ପାରିଲେନି ଗୃହମନ୍ତ୍ରୀ ଅମିତ ଶାହ, କଣ ହେବ ଭବିଷ୍ୟତ
Advertisement

Spilt in Rajsthan BJP: ବିଜେପି ଦୁଇ ଫାଳ: ଯୋଡ଼ି ପାରିଲେନି ଗୃହମନ୍ତ୍ରୀ ଅମିତ ଶାହ, କଣ ହେବ ଭବିଷ୍ୟତ

ଅମିତ ଶାହ ଯୋଧପୁରରେ ବର୍ଡର ଟୁରିଜିମ ପ୍ରୋଜେକ୍ଟର ଉଦଘାଟନ ପାଇଁ ଆସିଥିଲେ। ଏହା ବ୍ୟତୀତ ଜାତୀୟ ଓବିସି ଓ୍ୱାର୍କିଂ କମିଟି ସହିତ ବୁଥ ଅଧ୍ୟକ୍ଷକୁ ସମ୍ବୋଧିତ କରିଥିଲେ।

Spilt in Rajsthan BJP: ବିଜେପି ଦୁଇ ଫାଳ: ଯୋଡ଼ି ପାରିଲେନି ଗୃହମନ୍ତ୍ରୀ ଅମିତ ଶାହ, କଣ ହେବ ଭବିଷ୍ୟତ

Spilt in Rajsthan BJP: ନୂଆଦିଲ୍ଲୀ: ରାଜସ୍ଥାନ (Rajsthan) ବିଜେପି (BJP) ଦୁଇ ଫାଳ। ବିଭିନ୍ନ ଗୋଷ୍ଠୀରେ ବାଣ୍ଟି ହୋଇଛି ରାଜସ୍ଥାନ ବିଜେପି (Rajasthan BJP)। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଆଜି ରାଜସ୍ଥାନରେ। ମିଳିଥିବା ସୂଚନା ମୁତାବକ ଗୃହମନ୍ତ୍ରୀ (Home Minister) ଅମିତ ଶାହ (Amit Shah) ଯୋଧପୁର (Jodhpur Airport) ବିମାନବନ୍ଦର ଅଭିମୁଖେ ଉଡ଼ାଣ ଭରିବା କ୍ଷଣି ହିଁ ରାଜସ୍ଥାନ ବିଜେପି ଅଧ୍ୟକ୍ଷ (Rajsthan BJP President) ସତୀଶ ପୁନିଆ (Satish Poonia) ଏକ ପଦଯାତ୍ରାରେ ବାହାରି ପଡ଼ିଥିଲେ। ତେବେ ଏହି ଘଟଣା ରାଜସ୍ଥାନ ବିଜେପିର (Rajsthan BJP) ଅନ୍ତଃକନ୍ଦଳ ପଦାରେ ପକାଇଛି। ତେବେ ସତୀଶ ପୁନିଆଙ୍କ (Satish Poonia) ପଦଯାତ୍ରାରେ କୌଣସି ତୁଙ୍ଗ ନେତା ସାମିଲ ନଥିବା ଦେଖିବାକୁ ମିଳିଛି। ତେବେ ସତୀଶଙ୍କ ଏକଲା ଚଲୋ ନୀତି ଦର୍ଶାଉଛି ଯେ ଶାହଙ୍କ ଗସ୍ତ ସମ୍ପୂର୍ଣ୍ଣ ଭାବେ ଅର୍ଥହୀନ। 

ଅମିତ ଶାହ ଯୋଧପୁରରେ ବର୍ଡର ଟୁରିଜିମ ପ୍ରୋଜେକ୍ଟର ଉଦଘାଟନ ପାଇଁ ଆସିଥିଲେ। ଏହା ବ୍ୟତୀତ ଜାତୀୟ ଓବିସି ଓ୍ୱାର୍କିଂ କମିଟି ସହିତ ବୁଥ ଅଧ୍ୟକ୍ଷକୁ ସମ୍ବୋଧିତ କରିଥିଲେ। ସୂତ୍ର ଅନୁଯାୟୀ ଶାହ ଏହି ଗସ୍ତ ସମୟରେ ରାଜସ୍ଥାନ ବିଜେପିର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୁନିଆ ପଦଯାତ୍ରା ବାହାର କରି ରାଜସ୍ଥାନ ବିଜେପିର ନେତାଙ୍କୁ ଝଟକା ଦେଇଛନ୍ତି। ତେବେ ଏହି ଘଟଣା ରାଜସ୍ଥାନ ବିଜେପିର କିଛି ଠିକ ନଥିବା ସ୍ପଷ୍ଟ ହୋଇ ପଡ଼ିଚି। 

ମିଳିଥିବା ସୂଚନା ମୁତାବକ ସତୀଶ ପୁନିଆ ଦ୍ୱିପ୍ରହରରେ ଜଜ୍ୱଲା ମାତାଙ୍କ ଦର୍ଶନ ପରେ ଗୋମତ ଗାଁରୁ ପଦଯାତ୍ରା ଆରମ୍ଭ କରିଥିଲେ। ସେ ପାଖାପାଖି ୮ କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ତେବେ ଏହା ପରେ ସେ ସନ୍ଧ୍ୟା ସମୟରେ ରାମଦେବରାରେ ପହଞ୍ଚିଥିଲେ। ଯଦିଓ ସୋସିଆଲ ମିଡ଼ିଆରେ ଏହି ପଦଯାତ୍ରାରେ ସାମିଲ ହେବା ପାଇଁ କହିଥିଲେ। କିନ୍ତୁ କୌଣସି ବରିଷ୍ଠ ନେତା ତାଙ୍କ ସହିତ ସାମିଲ ହୋଇନଥିବା ଜଣାପଡ଼ିଛି। କିନ୍ତୁ ତାଙ୍କ ସହିତ ସ୍ଥାନୀୟ ନେତା ତାଙ୍କ ପଦଯାତ୍ରାରେ ସାମିଲ ହୋଇଥିଲେ। ବାବା ରାମଦେବରାଙ୍କ ଦର୍ଶନ ପରେ ଦେଶ ଓ ରାଜ୍ୟର ଉତ୍ତୋରତ୍ତର କାମନା କରିଥିଲେ। 

ତାଙ୍କ ସହ ସାଥୀ ହୋଇଥିବା ନେତାଙ୍କ ମଧ୍ୟରେ ବିଧାୟକ ପାବରାମ ବିଷ୍ଣୁ, ପୂର୍ବତନ ବିଧାୟକ ଶୈତାନ ସିଂ ରାଠୋଦ, ଛୋଟୁ ସିଂ, ମହେନ୍ଦ୍ର ପ୍ରତାପ ପୁରୀ ମହାରାଜ, ଚନ୍ଦ୍ରପ୍ରକାଶ ଶାରଦା ଏବଂ ଜୁଗାଲ କିଶୋର ଭାୟା ଥିଲେ। ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ ସେ ତାଙ୍କ ମତ ପରିବର୍ତ୍ତନ କରିବେ ନାହିଁ। ଏହାପୂର୍ବରୁ ସେପ୍ଟେମ୍ବର ୬ରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏବଂ କୈଳାସ ଚନ୍ଦ୍ର ଚୌଧୁରୀ ଏକ ପଦଯାତ୍ରା ବାହାର କରିବାକୁ ଘୋଷଣା କରିଥିଲେ। କିନ୍ତୁ ହାଇ କମାଣ୍ଡର ହସ୍ତକ୍ଷେପ ପରେ ତାଙ୍କ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ଏହି ନେତାଙ୍କ ସମ୍ପର୍କରେ କିଛି ନେତା ଦିଲ୍ଲୀକୁ ଅଭିଯୋଗ ପଠାଇଥିଲେ। ଏହା ପରେ ଉଭୟ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅଧିକ ପଢନ୍ତୁ: ମୁସଲିମ ପକ୍ଷର ଆବେଦନ ଖାରଜ, ହିନ୍ଦୁ ପକ୍ଷ ସପକ୍ଷରେ ଆସିଲା ନିଷ୍ପତ୍ତି