Advertisement
Article Detail0/zeeodisha/odisha2180075
Zee OdishaOdisha TrendingBJD Mishran Parba: ଶଙ୍ଖଭବନରେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି

BJD Mishran Parba: ଶଙ୍ଖଭବନରେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି

Sankha Bhawan BJD: ଶୁକ୍ରବାର ଶଙ୍ଖଭବନ ଠାରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଢେଙ୍କାନାଳ-ଅନୁଗୁଳ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା।

 

BJD Mishran Parba: ଶଙ୍ଖଭବନରେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି

BJP Workers Join BJD: ଶୁକ୍ରବାର (ମାର୍ଚ୍ଚ ୨୯) ଢେଙ୍କାନାଳ-ଅନୁଗୁଳ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଶଙ୍ଖଭବନ ଠାରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଢେଙ୍କାନାଳ ସଦର ବିଧାୟକ ସୁଧିର ସାମଲ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ସୁଲାତା ଦେଓ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଢେଙ୍କାନାଳ ଆସନରୁ ପ୍ରାର୍ଥୀ ହୋଇଥିବା ଅବିନାଶ ସାମଲ ଉପସ୍ଥିତ ରହିଥିଲେ। ବିଜେଡି ହାତ ଧରିଥିବାଶତାଧିକ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାୟକ ସାମଲ, ସାଂସଦ ପାତ୍ର, ଶ୍ରୀମତୀ ଦେଓୱ ଏବଂ ଦଳୀୟ ପ୍ରାର୍ଥୀ ଅବିନାଶ ସାମଲ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ଶୁକ୍ରବାର ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ଢେଙ୍କାନାଳ ଲୋକସଭା ଆସନରେ ଦଳୀୟ ସଙ୍ଗଠନ ଆହୁରି ମଜଭୂତ ହେବ ବୋଲି ସେମାନେ କହିଥିଲେ। 

ଏହି ଅବସରରେ ବିଜୁ ଜନତା ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମକର୍ତ୍ତା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ତଥା ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। 

ଏହି ମିଶ୍ରଣ ପର୍ବରେ ବିଜେପି ଅନୁଗୁଳ ଜିଲ୍ଲା ଏସ୍‌ସି ମୋର୍ଚ୍ଚା ଉପସଭାପତି ତଥା ୨୭ ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀ ମହେଶ୍ୱର ବେହେରା, ବିଜେପି ରାଜ୍ୟ ଏସ୍‌ସି ମୋର୍ଚ୍ଚା ସମ୍ପାଦିକା ସବିତା ନାୟକ, ଓଡ଼ପଡ଼ା ବ୍ଲକ ବିଜେପି ମଣ୍ଡଳ ସଭାପତି ଜ୍ୟୋତି ପ୍ରକାଶ ରାଉତ, ଢେଙ୍କାନାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ମଣିପୁର ସରପଞ୍ଚ ରୁଦ୍ର ପଟ୍ଟନାୟକ, ଅନୁଗୁଳ ଜିଲ୍ଲା ବିଜେପି ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଜିତ ନାୟକ, ସରପଞ୍ଚ ସର୍ବଶ୍ରୀ ମଳୟ କୁମାର ବେହେରା, ସୁନିଲ ଧଳ, ପ୍ରାଣବନ୍ଧୁ ନାୟକ, ବିଶ୍ୱଜିତ ନାୟକ, ପୂର୍ବତନ ସରପଞ୍ଚ ବିନୋଦ ଦେହୁରୀ, ବିଜେପି ବଅଁରପାଳ ମଣ୍ଡଳ ସଭାପତି ସନ୍ତୋଷ ପ୍ରଧାନ, ଯୁବମୋର୍ଚ୍ଚା ପ୍ରଭାରୀ ଜୟନ୍ତ କୁମାର ଦଳବେହେରା, ମିଡିଆସେଲ ପ୍ରମୁଖ ପ୍ରିୟବ୍ରତ ସାମଲ, ସଞ୍ଜୟ ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା ଉପସ୍ଥିତ ଥିଲେ। ଶେଷରେ ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Add Zee News as a Preferred Source

 

 

About the Author