Boat Sinks: ସମୁଦ୍ର ମଝିରେ ଡଙ୍ଗା ଦୁର୍ଘଟଣା, ୬୧ ଯାତ୍ରୀଙ୍କ ମୃତ୍ୟୁ
Advertisement

Boat Sinks: ସମୁଦ୍ର ମଝିରେ ଡଙ୍ଗା ଦୁର୍ଘଟଣା, ୬୧ ଯାତ୍ରୀଙ୍କ ମୃତ୍ୟୁ

Boat Sinks: ସମୁଦ୍ର ମଝିରେ ଡଙ୍ଗା ଦୁର୍ଘଟଣା ହେବା କାରଣରୁ ୬୧ ଜଣ ଯାତ୍ରୀଙ୍କ ଜୀବନ ଯାଇଛି । ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

Boat Sinks: ସମୁଦ୍ର ମଝିରେ ଡଙ୍ଗା ଦୁର୍ଘଟଣା, ୬୧ ଯାତ୍ରୀଙ୍କ ମୃତ୍ୟୁ

Boat Sinks: ଲିବିୟା ନିକଟରେ ବଡ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସମୁଦ୍ର ମଝିରେ ଡଙ୍ଗା ଦୁର୍ଘଟଣା ହେବା କାରଣରୁ ୬୧ ଜଣ ଯାତ୍ରୀଙ୍କ ଜୀବନ ଯାଇଛି । ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ସୂଚନା ମୁତାବକ ଡଙ୍ଗାଟି ନାଇଜେରିଆ, ଗାମ୍ୱିୟା ସମେତ ଅନ୍ୟ ଅଞ୍ଚଳରୁ ଶ୍ରମିକମାନଙ୍କୁ ନେଇ ଇଟାଲି ଯାଉଥିଲା । ତେବେ ଲିବିୟା ନିକଟରେ କୌଣସି କାରଣରୁ ଦୁର୍ଘଟଣା ଘଟିବା ପରେ ଡଙ୍ଗାରେ ପାଣି ପଶିଯାଇଥିଲା । ଏଥିସହ ଡଙ୍ଗାରୁ ଯାତ୍ରୀମାନେ ଛିଟିକି ଗଭୀର ଜଳରେ ପଡିଯାଇଥିଲେ । ଡଙ୍ଗାରେ ଶ୍ରମିକଙ୍କ ସମେତ ମହିଳା ଓ ଶିଶୁ ମଧ୍ୟ ଥିଲେ । ପ୍ରାୟ ୨୬ ଜଣ ଲୋକଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ସମୟରେ ଏବେ ବି ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ଉଦ୍ଧାର ହୋଇଥିବା ଲୋକଙ୍କୁ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।

Post- 

 

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- Delhi Metro: ଦିଲ୍ଲୀ ମେଟ୍ରୋରେ ଦୁର୍ଘଟଣା, ଫାଟକରେ ଶାଢୀ ଲାଗି ମହିଳାଙ୍କ ମୃତ୍ୟୁ