Boat Tragedy: ପହିଲି ରଜ ପୂର୍ବରୁ ବଡ଼ଧରଣର ଅଘଟଣ, ନଦୀ ମଝିରେ ଡଙ୍ଗା ବୁଡ଼ି ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha1736835

Boat Tragedy: ପହିଲି ରଜ ପୂର୍ବରୁ ବଡ଼ଧରଣର ଅଘଟଣ, ନଦୀ ମଝିରେ ଡଙ୍ଗା ବୁଡ଼ି ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ

ମଙ୍ଗଳବାର ଦିନ ନାଇଜେରିଆରେ (Nigeria) ଏକ ବଡ ଡଙ୍ଗା ବୁଡ଼ି (Boat Tragedy) ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଉତ୍ତର ନାଇଜେରିଆରେ ଏକ ବିବାହ ସମାରୋହରୁ କିଛି ଲୋକଙ୍କୁ ନେଇ ଫେରୁଥିବା ଏକ ଡଙ୍ଗା ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି। ଏହି ଦୁର୍ଘଟଣାରେ ପ୍ରାୟ

Boat Tragedy: ପହିଲି ରଜ ପୂର୍ବରୁ ବଡ଼ଧରଣର ଅଘଟଣ, ନଦୀ ମଝିରେ ଡଙ୍ଗା ବୁଡ଼ି ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ

Boat Tragedy ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନାଇଜେରିଆରେ (Nigeria) ଏକ ବଡ ଡଙ୍ଗା ବୁଡ଼ି (Boat Tragedy) ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଉତ୍ତର ନାଇଜେରିଆରେ ଏକ ବିବାହ ସମାରୋହରୁ କିଛି ଲୋକଙ୍କୁ ନେଇ ଫେରୁଥିବା ଏକ ଡଙ୍ଗା ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି। ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ଓ ପୋଲିସମାନେ ନିୟୋଜିତ ରହିଛନ୍ତି। 

ପୋଲିସର ମୁଖପାତ୍ର ଓକାସାନମି ଅଜୟ କହିଛନ୍ତି ଯେ ପଡୋଶୀ ନାଇଜର ନିକଟ କୁୱାରା ରାଜ୍ୟର ନାଇଜର ନଦୀରେ ଡଙ୍ଗା ବୁଡ଼ି ଯାଇଛି। ସେ କହିଛନ୍ତି ଆମେ ଜାଣିବାକୁ ପାଇଲୁ ଯେ ନାଇଜର ନଦୀରେ ଏକ ଡଙ୍ଗା ବୁଡ଼ି ଯାଇଥିଲା ଯେଉଁଥିରେ ପ୍ରାୟ ଶହେ ଲୋକ ପ୍ରାଣ ହରାଇଛନ୍ତି। ତଥାପି ସର୍ଚ୍ଚ ଅପରେସନ ଚାଲିଛି ଏବଂ ମୃତ୍ୟୁ ସଂଖ୍ୟା ବଢିପାରେ।

ଏହା ଜଣା ଯେ ନାଇଜେରିଆର ସବୁଠୁ ବଡ ନଦୀରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ବାହାର କରିବାରେ ଲାଗିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନାଇଜେରିଆରେ ଏଭଳି ଦୁର୍ଘଟଣା ଘଟିଛି। ଏଠାରେ ଲୋକମାନେ ପ୍ରାୟତଃ ସ୍ଥାନୀୟ ଭାବରେ ନିର୍ମିତ ଡଙ୍ଗା ବ୍ୟବହାର କରନ୍ତି, ଯେଉଁ କାରଣରୁ ଏହିପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳିଛି। 

ସୂଚନାଯୋଗ୍ୟ ନିକଟରେ ଓଡ଼ିଶାର କାଲିମେଳାରେ ଡଙ୍ଗା ବୁଡ଼ି ଦୁଇ ଜଣ ନିଖୋଜ ହୋଇଯାଇଥିବା ଖବର ମିଳିଥିଲା । ଦିନକ ପରେ ମଧ୍ୟ ନିଖୋଜଙ୍କ ପତ୍ତା ମିଳିପାରିନଥିଲା। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ସିନ୍ଦିଗୁଡ଼ା ଗାଁ ନିକଟରେ ଏକ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡିଯିବାରୁ ୨ଜଣ ନିଖୋଜ ହୋଇଯାଇଥିଲେ। ଡଙ୍ଗାରେ ଥିବା ଅନ୍ୟ ୩ ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା। ଆନ୍ଧ୍ରର ପଡ଼ାଲପୁଟ ଗାଁ କୁ ବାହାଘର ପାଇଁ ଯାଇ ଫେରୁଥିବା ବେଳେ ଅଘଟଣ ଘଟିଥିଲା। ନିଖୋଜ ୨ଜଣ ହେଲେ ଦିଣ୍ଡିଗୁଡା ଗାଁର ସଜିତ କିଡ଼ିଙ୍ଗା ଏବଂ ବଳରାମ କିଡିଙ୍ଗା । ଘଟଣାସ୍ଥଳରେ ଖଇରପୁଟ ଅଗ୍ନିଶମ ବିଭାଗ ଟିମ୍‌ ଏବଂ ମୁଡୁଲିପଡା ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ।

Also Read: Rahu Gochar 2023: ଏହି ଦିନ ମୀନ ରାଶିରେ ପ୍ରବେଶ କରିବେ ରାହୁ, ବଦଳିବ ୪ ରାଶିଙ୍କ ଭାଗ୍ୟ!

Also Read: Horoscope Today 14 June 2023: ଏହିସବୁ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ