Piranha Fish: ପିରାହ୍ନା କାରଣରୁ ଚାଲିଗଲା ଜୀବନ; ଏପରି ଅବସ୍ଥାରେ ମିଳିଳେ ମୃତକ
Advertisement
Article Detail0/zeeodisha/odisha2058314

Piranha Fish: ପିରାହ୍ନା କାରଣରୁ ଚାଲିଗଲା ଜୀବନ; ଏପରି ଅବସ୍ଥାରେ ମିଳିଳେ ମୃତକ

Piranha Fish Attack: ବ୍ରାଜିଲ ଠାରେ ଘଟିଯାଇଛି ଏଭଳି ଘଟଣା। କିଛି ଦିନ ପୂର୍ବେ ଦେଶର ରୋଣ୍ଡୋନିଆ ରାଜ୍ୟର କୋଷ୍ଟା ମାର୍କସ ଅଞ୍ଚଳରେ ଗୋରୁ ପରିବହନ କରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ ଓଡ଼ାୟର ରାଶ ନାମକ ଜଣେ ୪୬ ବର୍ଷୀୟ ବ୍ୟକ୍ତି। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ଦେହ ସ୍ଥାନୀୟ ନଦୀରୁ ଉଦ୍ଧାର ହୋଇଥିଲା।

Piranha Fish: ପିରାହ୍ନା କାରଣରୁ ଚାଲିଗଲା ଜୀବନ; ଏପରି ଅବସ୍ଥାରେ ମିଳିଳେ ମୃତକ

Fisherman Died by Piranha Attack in Brazil: ସାର୍କ କିମ୍ବା କୁମ୍ଭୀର ଭଳି ଅନ୍ୟ କୌଣସି ଜଳ ଜୀବ ଦ୍ୱାରା ହେଉଥିବା ଆକ୍ରମଣ କାରଣରୁ ଅନେକ ଥର ମଣିଷ ପ୍ରାଣ ହରାଇଥାଏ। ଏଭଳି ଘଟଣା ସହ ଜଡ଼ିତ ଖବର ବିଷୟରେ ଆପଣ ଅନେକ ସମୟରେ ଜାଣିବାକୁ ପାଇଥିବେ। ହେଲେ କେବେ ଆପଣ ଶୁଣିଛନ୍ତି ଛୋଟ ମାଛ କାରଣରୁ ମଧ୍ୟ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇପାରେ। ନିକଟରେ ଘଟିଥିବା ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଲାଟିନ ଆମେରିକୀୟ ଦେଶ ବ୍ରାଜିଲ ଠାରେ ଘଟିଯାଇଛି ଏଭଳି ଘଟଣା। କିଛି ଦିନ ପୂର୍ବେ ଦେଶର ରୋଣ୍ଡୋନିଆ ରାଜ୍ୟର କୋଷ୍ଟା ମାର୍କସ ଅଞ୍ଚଳରେ ଗୋରୁ ପରିବହନ କରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ ଓଡ଼ାୟର ରାଶ ନାମକ ଜଣେ ୪୬ ବର୍ଷୀୟ ବ୍ୟକ୍ତି। ମୃତକ ଜଣଙ୍କ ଜଣେ ମତ୍ସ୍ୟଜୀବୀ ବୋଲି କୁହାଯାଉଛି।

ଏବେ ସ୍ଥାନୀୟ ଲୋକ ତାଙ୍କ ମୃତଦେହକୁ ନିକଟସ୍ଥ ନଦୀରୁ ପାଇଛନ୍ତି। ତାଙ୍କ ମୃତ ଦେହ ଦେଖିବା ପରେ ଲୋକଙ୍କ ଲୋମ ଟାଙ୍କୁରୀ ଉଠିଥିଲା। କୁହାଯାଉଛି ଯେ ମୃତକ ଓଡ଼ାୟର ରାଶଙ୍କ ପୋଷାକ ଏବଂ ଜୋତା ଅକ୍ଷୁର୍ଣ୍ଣ ରହିଥିଲା। ପିରାହ୍ନା ନାମକ ମାଛ ତାଙ୍କ ମାଂସ ଏବଂ ଆଭ୍ୟନ୍ତରୀଣ ଅଙ୍ଗ ଖାଇବା ପରେ ତାଙ୍କ ହାତରେ କେଶ ଏବଂ ଚର୍ମର ଏକ ଛାପ ଛାଡି ଦେଇଥିଲା। ତାଙ୍କ ଶରୀରେ ୟେଉଁ କାମୁଡ଼ା ଚିହ୍ନ ମିଳିଛି ତାହା ପିରାହ୍ନା ମାଛ ଦ୍ୱାରା କରାଯାଇଥିବା ଆକ୍ରମଣ ଭଳି ପ୍ରତୀୟମାନ ହେଉଛି। ହୁଏତ  ଅନ୍ୟ କୌଣସି ପ୍ରାଣୀ ମୃତକଙ୍କ ମାଂସ ଖାଇଥାଇ ପାରନ୍ତି। ଏନେଇ ଅନୁସନ୍ଧାନ ଜାରି ରହିଛି।

ପୂର୍ବରୁ ମଧ୍ୟ ହୋଇସାରିଛି ପିରାହ୍ନା ଆକ୍ରମଣ
ଆପଣଙ୍କୁ କହିରଖୁଛୁ ଯେ ଗତ ବର୍ଷ ସେପ୍ଟେମ୍ବର ମାସରେ ଆମାଜନ୍ ନଦୀରେ ହୋଇଥିବା ଡଙ୍ଗା ଦୁର୍ଘଟଣା କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ ସେହି ୩୮ ବର୍ଷ ବୟସ୍କ ମୃତକଙ୍କୁ ପାଣିରୁ ଟାଣି ନିଆଯାଇ ଉଦ୍ଧାର ପାଇଁ ଡଙ୍ଗାରେ ରଖାଯାଇଥିଲା, ସେତେବେଳେ ତାଙ୍କ ଦେହରେ ଅନେକ କାମୁଡ଼ା ଚିହ୍ନ ରହିଥିଲା। ଯାହା ପିରାହ୍ନା ଆକ୍ରମଣ ଭଳି ଦେଖାଯାଉଥିଲା।

ଗତ ୨୦୨୧ ବର୍ଷରେ ଅନ୍ୟ ଏକ ଲାଟିନ ଆମେରିକୀୟ ଦେଶ ଆର୍ଜେଣ୍ଟିନା ଠାରେ ଅବସ୍ଥିତ ଏକ ନଦୀରେ ପିରାହ୍ନା ମାଛ ଦ୍ୱାରା ୩୦ ଜଣରୁ ଅଧିକ ଲୋକଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଗତ ବର୍ଷ ମେ ମାସରେ ପିରାହ୍ନା ମାଛଙ୍କ ଏକ ଗୋଷ୍ଠୀ  ୱେଟର ୱେ ଦେଇ ବ୍ରାଜିଲ ତାରୁମା-ଅକୁ ଅଞ୍ଚଳରେ ରହିଥିବା ରିସୋର୍ଟ ଠାରେ ପ୍ରବେଶ କରିଥିଲେ। ସେଠାରେ ପିରାହ୍ନା ମାଛ ଦ୍ୱାରା ହୋଇଥିବା ଆକ୍ରମଣରେ ୮ ଜଣ ଆହତ ହୋଇଥିଲେ।