BSF Soldier Martyr: ଅଂଶୁଘାତ କାରଣରୁ ଶହୀଦ ହେଲେ ବିଏସଏଫ ଯବାନ
Advertisement
Article Detail0/zeeodisha/odisha2266220

BSF Soldier Martyr: ଅଂଶୁଘାତ କାରଣରୁ ଶହୀଦ ହେଲେ ବିଏସଏଫ ଯବାନ

BSF Soldier Martyr: ଶହୀଦ ହୋଇଥିବା ଯବାନଙ୍କ ନାମ ଅଜୟ କୁମାର ବୋଲି ଜଣାପଡିଛି। କୁହାଯାଉଛି ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ତାଙ୍କୁ ମୃତ୍ୟୁ ହୋଇଛି ।

BSF Soldier Martyr: ଅଂଶୁଘାତ କାରଣରୁ ଶହୀଦ ହେଲେ ବିଏସଏଫ ଯବାନ

BSF Soldier Martyr: ଭାରତ ଏବଂ ପାକିସ୍ଥାନ ସୀମା ତଥା ଜୈସଲମେର ବର୍ଡରେ ନିୟୋଜିତ ଜଣେ ବିଏସଏଫ ଯବାନ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଯବାନଙ୍କ ନାମ ଅଜୟ କୁମାର ବୋଲି ଜଣାପଡିଛି। କୁହାଯାଉଛି ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ତାଙ୍କୁ ମୃତ୍ୟୁ ହୋଇଛି । ବର୍ତ୍ତମାନ ସାରା ଦେଶରେ ଅତ୍ୟଧିକ ଉତ୍ତାପ ଉନୁଭୂତ ହେଉଥିବା ସମୟରେ ମରୁଭୂମି ସୀମାରେ ତାପମାତ୍ରା ୫୫ ଡିଗ୍ରୀରୁ ଅଧିକ ହୋଇଯାଇଛି । ଏହି କାରଣରୁ ବିଏସ୍ଏଫ୍ ଯବାନମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

୨୬ ମଇ (ରବିବାର) ଦିନ ଅଜୟ କୁମାରଙ୍କୁ ସୀମାରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଷ୍ଟିଂ କରାଯାଇଥିଲା । ପ୍ରବଳ ଉତ୍ତାପ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଅଜୟଙ୍କର ମୃତ୍ୟୁ ଘଟିଛି । ସହିଦ ଯବାନଙ୍କୁ ରାମଗଡ ଡାକ୍ତରଖାନା ପରିସରରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। 

ଶହୀଦ ହୋଇଥିବା ସୈନିକଙ୍କ ମୃତଦେହକୁ ପ୍ରଥମେ ରାମଗଡରୁ ଯୋଧପୁର ନିଆଯିବ । ତା’ପରେ ମୃତଦେହ ଯୋଧପୁରରୁ ପଶ୍ଚିମବଙ୍ଗର ଜଲପାଇଗୁରୀକୁ ବିମାନ ଯୋଗେ ନିଆଯିବ । ବର୍ତ୍ତମାନ ଶେରଗଡ ପୋଲିସ ଏହି ମାମଲାର ତଦାରଖ କରୁଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଜଣେ ଯବାନ ମରୁଭୂମୀରେ ଡ୍ୟୁଟି କରୁଥିବା ସମୟରେ ତତଲା ବାଲିରେ ପାମ୍ପଡ ଭାଜୁଥିବା ଦେଖିବାକୁ ମିଳିଥିଲା । ଯେଉଁଥିରୁ ଜଣା ପଡିଥିଲା କିପରି ଅସହ୍ୟ ଗରମରେ ଯବାନମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ।

Also Read- ପୁରୀ ଆସିଛନ୍ତି କି, ତାହାଲେ ବୁଲିବାକୁ ଭୁଲନ୍ତୁ ନାହିଁ ଏହି ୫ଟି ସ୍ଵତନ୍ତ୍ର ପୀଠ....

Also Read-  Airtel Plan: ମାତ୍ର ଏତିକି ଟଙ୍କାରେ ବର୍ଷେ ପାଇଁ ମିଳୁଛି ଅସୀମିତ କଲିଂ ସହ ଡାଟା