Airtel Plan: ମାତ୍ର ଏତିକି ଟଙ୍କାରେ ବର୍ଷେ ପାଇଁ ମିଳୁଛି ଅସୀମିତ କଲିଂ ସହ ଡାଟା
Advertisement
Article Detail0/zeeodisha/odisha2266112

Airtel Plan: ମାତ୍ର ଏତିକି ଟଙ୍କାରେ ବର୍ଷେ ପାଇଁ ମିଳୁଛି ଅସୀମିତ କଲିଂ ସହ ଡାଟା

Airtel Recharge Plan ଏହି ପ୍ଲାନ ବିଷୟରେ ବିଶେଷ କଥା ଏହା ଯେ, ଏଥିରେ ଆପଣ ୩୬୫ ଦିନର (୧ ବର୍ଷ)ର ବୈଧତା ପାଇବେ । ଏହା ସହିତ ମାଗଣା  କଲ୍ ଏବଂ ଡାଟା ବ୍ୟବହାର କରିବାର ଲାଭ ଆପଣଙ୍କୁ ମିଳିବ । ଏୟାରଟେଲର ଏହି ବାର୍ଷିକ ପ୍ଲାନ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

Airtel Plan: ମାତ୍ର ଏତିକି ଟଙ୍କାରେ ବର୍ଷେ ପାଇଁ ମିଳୁଛି ଅସୀମିତ କଲିଂ ସହ ଡାଟା

Airtel Prepaid Recharge Plans 2023: ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ ନିଜ ଉପଭୋକ୍ତାମାନଙ୍କୁ ଅନେକ ସୁଲଭ ପ୍ଲାନ୍ ପ୍ରଦାନ କରୁଛି । ଯଦି ଆପଣ ମଧ୍ୟ ଜଣେ ଏୟାରଟେଲ ବ୍ୟବହାରକାରୀ ଏବଂ ଶସ୍ତା ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରାୟତଃ ଲୋକମାନେ ମାସେ କିମ୍ୱା ୨ ମାସ ପାଇଁ ପ୍ଲାନ୍ ଗ୍ରହଣ କରିଥାନ୍ତି । ଗ୍ରାହକଙ୍କୁ ଲାଗିଥାଏ ଯେ, ବୋଧହୁଏ ସେହି ପ୍ଲାନ ଗୁଡିକ ଶସ୍ତା । କିନ୍ତୁ ଆପଣ ଜାଣିରଖିବା ଆବଶ୍ୟକ ଯେ, ମାସିକ ରିଚାର୍ଜ ପ୍ଲାନ ଆମକୁ ଶସ୍ତାପରି ମନେ ହୁଏ ସତ କିନ୍ତୁ ତାଠାରୁ ଅଧିକ ଶସ୍ତା ଆପଣ ୧ ବର୍ଷର ପ୍ଲାନରେ ପାଇପାରିବେ । ଆପଣଙ୍କୁ ପ୍ରଥମେ ବଜେଟ୍ ଦେଖି ଅଧିକ ଲାଗୁଥାଇପାରେ କିନ୍ତୁ ଆପଣ ଯଦି ହିସାବ କରିବେ ତେବେ ଥରୁଟିଏ ଟଙ୍କା ଖର୍ଚ୍ଚରେ ଆପଣଙ୍କୁ ବର୍ଷ ସାରା ଆଉ ରିଚାର୍ଜର ଚିନ୍ତା କରିବାକୁ ପଡିବନି । ଆଜି ଆମେ ଆପଣଙ୍କୁ ଏୟାରଟେଲର ଏଭଳି ପ୍ଲାନ ବିଷୟରେ କହିବୁ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ମିଳିବ ।

ଏହି ପ୍ଲାନ ବିଷୟରେ ବିଶେଷ କଥା ଏହା ଯେ, ଏଥିରେ ଆପଣ ୩୬୫ ଦିନର (୧ ବର୍ଷ)ର ବୈଧତା ପାଇବେ । ଏହା ସହିତ ମାଗଣା  କଲ୍ ଏବଂ ଡାଟା ବ୍ୟବହାର କରିବାର ଲାଭ ଆପଣଙ୍କୁ ମିଳିବ । ଏୟାରଟେଲର ଏହି ବାର୍ଷିକ ପ୍ଲାନ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

ଏୟାରଟେଲ ୧୭୯୯ ଟଙ୍କା ବାର୍ଷିକ ପ୍ଲାନ
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଏୟାରଟେଲର ୧୭୯୯ ଟଙ୍କା ବାର୍ଷିକ ରିଚାର୍ଜ ପ୍ଲାନ ଆପଣ ଥରେ ରିଚାର୍ଜ କରିବା ପରେ ଆପଣଙ୍କର ସିମ୍ ବର୍ଷସାରା ସକ୍ରିୟ ରହିବ ।

କଲ୍ ଏବଂ ଏସଏମଏସ
ଏଥିରେ ଆପଣ ଯେକୌଣସି ନେଟୱାର୍କକୁ ମାଗଣା ଅସୀମିତ କଲିଂ ସେବା ନେଇପାରିବେ । ଏହି ପ୍ଲାନରେ ବର୍ଷସାରା ୩୬୦୦ ମାଗଣା SMS ଗ୍ରାହକଙ୍କୁ ପ୍ରଦାନ କରାଯାଉଛି ।

ଏହା ସହିତ ଆପଣଙ୍କୁ ପ୍ରତି ମାସକୁ ୨ ଜିବି ଡାଟା ମିଳିବ । ଅର୍ଥାତ ଆପଣ ବାର୍ଷିକ ୨୪ GB ଡାଟା ପାଇବେ । ଏଥିସହ ଏୟାରଟେଲର ବାର୍ଷିକ ପ୍ଲାନରେ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ସେଗୁଡିକ ମଧ୍ୟରେ ଏୟାରଟେଲର ଏହି ପ୍ଲାନରେ ଆପଣଙ୍କୁ ୱିଙ୍କ୍ ମ୍ୟୁଜିକ୍, ହେଲୋ ଟ୍ୟୁନ୍ ଏବଂ ପୋଡକାଷ୍ଟର ମାଗଣା ସବସ୍କ୍ରିପସନ୍ ସହିତ ଏୟାରଟେଲ୍ ଫ୍ରି ହେଲୋ ଟ୍ୟୁନ୍, ଅସୀମିତ ଡାଉନଲୋଡ୍ ସୁବିଧା ଦିଆଯିବ ।

ଏହା ବ୍ୟତୀତ ଏୟାରଟେଲର ବାର୍ଷିକ ପ୍ଲାନର ଆଉ ଏକ ଦମଦାର ପ୍ଲାନ ମଧ୍ୟ ରହିଛି । ୨୯୯୯ ଟଙ୍କା ରିଚାର୍ଜରେ ରହିଛି, ଯେଉଁଥିରେ ଆପଣ ୩୬୫ ଦିନ ପାଇଁ ଅସୀମିତ କଲିଂ, ୨ ଜିବି ଦୈନିକ ଡାଟା ସହ ଅସୀମିତ ୫ଜିବି ଡାଟା ମିଳିବ । ଏଥିରେ ଆପଣଙ୍କୁ ପ୍ରତିଦିନ ୧୦୦ ମାଗଣା SMS ପ୍ରଦାନ କରାଯାଉଛି ।

Also Read- Surya Gochar 2024: ୧୯ ଦିନ ପରେ ସୂର୍ଯ୍ୟଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନର ବର୍ଷା !

Also Read- Ghee benefits for skin: ତ୍ୱଚାରେ ଚମକ ଆଣେ ଦେଶି ଘିଅ, ଏପରି କରନ୍ତୁ ବ୍ୟବହାର