BSNL Recharge Plan: ୧୦୫ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ବଡ଼ ଲାଭ ଦେଉଛି ବିଏସଏନଏଲ
Advertisement
Article Detail0/zeeodisha/odisha2398669

BSNL Recharge Plan: ୧୦୫ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ବଡ଼ ଲାଭ ଦେଉଛି ବିଏସଏନଏଲ

ବର୍ତ୍ତମାନ BSNL ଏକ ବିଶେଷ ଯୋଜନା ଗ୍ରାହକଙ୍କ ପାଇଁ ରଖିଛି । ଯେଉଁଥିରେ 105 ଦିନ ପାଇଁ ଦୈନିକ 2GB ଇଣ୍ଟରନେଟ୍ ଡାଟା ମିଳୁଛି । ଆସନ୍ତୁ ଏହି ରିଚାର୍ଜ ପ୍ଲାନ ବାବଦରେ ବିସ୍ତୃତ ତଥ୍ୟ ଜାଣିବା ।

BSNL Recharge Plan: ୧୦୫ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ବଡ଼ ଲାଭ ଦେଉଛି ବିଏସଏନଏଲ

105 Days Recharge Plan of BSNL: ବର୍ତ୍ତମାନ ଭାରତରେ BSNL ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହା ପଛରେ ସବୁଠାରୁ ବଡ କାରଣ ଏହା ଯେ, ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ରିଚାର୍ଜ ପ୍ଲାନ ଶୁଳ୍କ ବୃଦ୍ଧି କରିଛନ୍ତି । କିନ୍ତୁ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଆଦୌ ରିଚାର୍ଜ ପ୍ଲାନରେ ପରିବର୍ତ୍ତନ କରିନାହିଁ । ଏହି କାରଣରୁ ବର୍ତ୍ତମାନ ଘରୋଇ କମ୍ପାନୀଗୁଡିକର ଗ୍ରାହକ ଧିରେ ଧିରେ ବିଏସଏନଏଲ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।

BSNL ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଶସ୍ତାରେ ବିଭିନ୍ନ ସେବା ମିଳୁଛି । ଯେଉଁଥିରେ କଲ୍ ଠାରୁ ଆରମ୍ଭ କରି ହାଇ ସ୍ପିଡ୍ ଇଣ୍ଟରନେଟ୍ ପର୍ଯ୍ୟନ୍ତ ସୁବିଧା ରହିଛି । ବର୍ତ୍ତମାନ BSNL 5G ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛି । କେଉଁ କାରଣରୁ ଭବିଷ୍ୟତରେ ଇଣ୍ଟରନେଟ୍ ସୁବିଧା ଆହୁରି ଉନ୍ନତ ହେବାକୁ ଯାଉଛି । ବର୍ତ୍ତମାନ BSNL ଏକ ବିଶେଷ ଯୋଜନା ଗ୍ରାହକଙ୍କ ପାଇଁ ରଖିଛି । ଯେଉଁଥିରେ 105 ଦିନ ପାଇଁ ଦୈନିକ 2GB ଇଣ୍ଟରନେଟ୍ ଡାଟା ମିଳୁଛି । ଆସନ୍ତୁ ଏହି ରିଚାର୍ଜ ପ୍ଲାନ ବାବଦରେ ବିସ୍ତୃତ ତଥ୍ୟ ଜାଣିବା ।

BSNL ର 666 ଟଙ୍କା ରିଚାର୍ଜ ପ୍ଲାନରେ ଆପଣଙ୍କୁ 4G ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ମିଳିବ । କେବଳ ସେତିକି ନୁହେଁ, ଏଥିସହିତ ଅସୀମିତ କଲିଂ ସୁବିଧା ମଧ୍ୟ 105 ଦିନ ପାଇଁ ବିଏସଏନଏଲ ପକ୍ଷରୁ ଯୋଗାଇ ଦିଆଯାଉଛି । ଉଭୟ ଲୋକାଲ ଏବଂ STD କଲିଂ ଆପଣ ମାଗଣାରେ କରିପାରିବେ । ଏହି ପ୍ଲାନରେ ଆପଣ ପ୍ରତିଦିନ 100 SMS  ସୁବିଧା ମଧ୍ୟ ପାଇବେ । ଏହି ପ୍ଲାନର ବୈଧତା ମୋଟ 105 ଦିନ ପର୍ଯ୍ୟନ୍ତ ରହିଛି । ଦୈନିକ 2GB ଇଣ୍ଟରନେଟ୍ 4G ଡାଟା ସୁବିଧା ମଧ୍ୟ ଏହି ପ୍ଲାନରେ ଗ୍ରାହକଙ୍କ ପାଇଁ ଅନ୍ତର୍ଭୁକ୍ତ ରହିଛି ।

397 ଟଙ୍କା ପ୍ଲାନ
ଗ୍ରାହକଙ୍କୁ ଏହି ପ୍ଲାନରେ ଦିନକୁ 2 ଜିବି ଇଣ୍ଟରନେଟ୍ ସୁବିଧା 30 ଦିନ ପର୍ଯ୍ୟନ୍ତ ମିଳିବ । ଏହା ସହିତ, ଅସୀମିତ କଲିଂ ସୁବିଧା ମଧ୍ୟ ରହିଛି । କେବଳ ସେତିକି ନୁହେଁ ଏହି ପ୍ଲାନରେ ଆପଣ ପ୍ରତିଦିନ 100 ଟି SMS ର ସୁବିଧା ପାଇପାରିବେ । ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଏହି ପ୍ଲାନଟି ଉପଯୋଗୀ ସାବ୍ୟସ୍ତ ହୋଇପାରେ ।

107 ଟଙ୍କା ପ୍ଲାନ
ଏହି ପ୍ଲାନରେ 200 ମିନିଟ୍ ପୂରା 35 ଦିନ ପାଇଁ ଆପଣ ପାଇପାରିବେ । ଏହା ସହିତ 3GB ଇଣ୍ଟରନେଟ୍ ଡାଟା ମଧ୍ୟ 35 ଦିନ ପାଇଁ ଉପଲବ୍ଧ ରହିଛି । ଏହି ପ୍ଲାନଟି ସେହି ଲୋକଙ୍କ ପାଇଁ ଉପଯୁକ୍ତ ଯେଉଁମାନେ କେବଳ କଲିଂ ସୁବିଧା ବ୍ୟବହାର କରନ୍ତି । ଯେଉଁମାନେ କମ ଇଣ୍ଟରନେଟ୍ ବ୍ୟବହାର କରନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ ଭଲ । ଏଥିରେ 3GB ଇଣ୍ଟରନେଟ୍ ଡାଟା ଆପଣଙ୍କୁ ମିଳିବ ।

197 ଟଙ୍କା ପ୍ଲାନ
ଆପଣ ଇଣ୍ଟରନେଟ୍ ବ୍ୟବହାରକାରୀ ହୋଇଥିଲେ BSNL ର 197 ଟଙ୍କା ପ୍ଲାନ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ସାବ୍ୟସ୍ତ ହୋଇପାରେ । ଏଥିରେ ଆପଣ ଅସୀମିତ ଭଏସ୍ କଲିଂ ସୁବିଧା ସହିତ ପ୍ରତିଦିନ 2 ଜିବି ଇଣ୍ଟରନେଟ୍ ଡାଟା ପାଇବେ । ଡାଟା ଆପଣଙ୍କୁ 18 ଦିନ ପର୍ଯ୍ୟନ୍ତ ମିଳିବ । କିନ୍ତୁ ଏହି ପ୍ଲାନର ବୈଧତା ରହିଛି 70 ଦିନ । ଏଥିରେ ଆପଣ କଲିଂ ଏବଂ ଏସଏମଏଲ ସୁବିଧା ମଧ୍ୟ ପାଇପାରିବେ ।

Also Read- ଗଞ୍ଜାମ ସୋରଡ଼ାରେ ବୋମା ମାଡ, ୪ଜଣ ଡାକ୍ତରଖାନା ସ୍ଥାନାନ୍ତର

Also Read- Lucky Zodiac Sign: ୨୫ ଅଗଷ୍ଟରେ ସୂର୍ଯ୍ୟଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ