ଗଞ୍ଜାମ ସୋରଡ଼ାରେ ବୋମା ମାଡ, ୪ଜଣ ଡାକ୍ତରଖାନା ସ୍ଥାନାନ୍ତର
Advertisement
Article Detail0/zeeodisha/odisha2398624

ଗଞ୍ଜାମ ସୋରଡ଼ାରେ ବୋମା ମାଡ, ୪ଜଣ ଡାକ୍ତରଖାନା ସ୍ଥାନାନ୍ତର

କାଳି ମନ୍ଦିର ନିକଟରେ କିଛି ଦୁର୍ବୁତ୍ତ ବାଇକରେ ଫେରୁଥିବା ବ୍ୟକ୍ତିଙ୍କ ଉପରେ ବୋମା ମାଡ କରିଥିଲେ । ଲଗାତାର ୩ଟି ବୋମା ପକାଇବା ଫଳରେ ବାଇକ୍ ଆରୋହୀମାନେ ତଳେ ପଡିଯାଇଥିଲେ । 

ଗଞ୍ଜାମ ସୋରଡ଼ାରେ ବୋମା ମାଡ, ୪ଜଣ ଡାକ୍ତରଖାନା ସ୍ଥାନାନ୍ତର

ଗଞ୍ଜାମ: ସୋରଡ଼ା ଥାନା ଅନ୍ତର୍ଗତ କେଶରା ଗାଁରେ ବୋମାମାଡ ହୋଇଛି । ଫଳରେ ୪ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ଗୁରୁତର ସମସ୍ତ ୪ଜଣ ପୁରୁଷ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ସୋରଡାରୁ ବାଇକ ମାଧ୍ୟମରେ ଘରକୁ ଫେରିବା ସମୟରେ ବୋମା ମାଡର ଶିକାର ହୋଇଛନ୍ତି କେଶରା ଅଞ୍ଚଲର ଲକ୍ଷ୍ମଣ ନାହାକ, କୃଷ୍ଣ ନାହାକ, ସୁରେଶ ପାଣିଗ୍ରାହୀ ଓ ପ୍ରସନ ଗୌଡ଼ । ତେବେ କାଳି ମନ୍ଦିର ନିକଟରେ କିଛି ଦୁର୍ବୁତ୍ତ ବାଇକରେ ଫେରୁଥିବା ବ୍ୟକ୍ତିଙ୍କ ଉପରେ ବୋମା ମାଡ କରିଥିଲେ । ଲଗାତାର ୩ଟି ବୋମା ପକାଇବା ଫଳରେ ବାଇକ୍ ଆରୋହୀମାନେ ତଳେ ପଡିଯାଇଥିଲେ । ତାପରେ ମାରଣାସ୍ତ୍ର ମାଧ୍ୟମରେ ଆକ୍ରମଣ କରି ବାଇକ ଆରୋହୀଙ୍କୁ ଲହୁଲୁହାଣ କରିଥିଲେ ଦୁର୍ବୁତ୍ତମାନେ । ଏ ସମ୍ପର୍କରେ ନିକଟସ୍ଥ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାରେ ଗୁରୁତର ହୋଇଥିବା ସମସ୍ତ ୪ ବ୍ୟକ୍ତିଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୂର୍ବ ଶତୃତା କାରଣରୁ ଏପରି କାଣ୍ଡ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ପୋଲିସ ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

Also Read- Lucky Zodiac Sign: ୨୫ ଅଗଷ୍ଟରେ ସୂର୍ଯ୍ୟଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ମୁମ୍ୱାଇ ଝିଅ ବନିଥିଲେ ପାକିସ୍ତାନୀ ବୋହୂ, ପୋଲିସ ତଦନ୍ତରେ ଆଶ୍ଚର୍ଯ୍ୟଜନକ ତଥ୍ୟ