Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜି ପୁଣି ଖସିଲା ପେଟ୍ରୋଲ-ଡିଜେଲ ରେଟ୍
Advertisement
Article Detail0/zeeodisha/odisha2107921

Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜି ପୁଣି ଖସିଲା ପେଟ୍ରୋଲ-ଡିଜେଲ ରେଟ୍

Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର ।  ଭାଲେଟାଇନ୍ସ ଡେ' (Valentine's Day) ପୂର୍ବରୁ ଖସିଲା ତେଲ ରେଟ୍।  ତେବେ, ଆଜି ନିଜ ଗାଡି଼ରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ତେଲ ରେଟ୍ ?

Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜି ପୁଣି ଖସିଲା ପେଟ୍ରୋଲ-ଡିଜେଲ ରେଟ୍

Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର ।  ଭାଲେଟାଇନ୍ସ ଡେ' (Valentine's Day) ପୂର୍ବରୁ ଖସିଲା ତେଲ ରେଟ୍।  ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ଆଜି ପୁଣି ଥରେ ପରିବର୍ତ୍ତନ ହୋଇଛି।  କିଛି ସହରରେ ତେଲ ଦର ଖସି ଥିବା ବେଳେ (Today Petrol Diesel Price) ଆଉ କିଛି ସହରରେ ଦର ବୃଦ୍ଧି ହୋଇଛି। ଆଜି ସକାଳେ ସରକାରୀ ତୈଳ କମ୍ପାନୀ ଗୁଡିକ ଦ୍ୱାରା ପ୍ରକାଶିତ ନୂଆ ଦର ତାଲିକା ପ୍ରକାଶ ପାଇଛି। ତେବେ, ଆଜି ନିଜ ଗାଡି଼ରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ତେଲ ରେଟ୍ ?

ALSO READ: Weather Update: ଆସନ୍ତାକାଲିଠୁ ବର୍ଷିବ, ତିନି ଜିଲ୍ଲାକୁ ଆଲର୍ଟ ଜାରି!

ଦେଶର ପ୍ରମୁଖ ସହର ଗୁଡିକରେ ଏତିକି ରହିଛି ତେଲ ରେଟ୍:
ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ୍ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ୍ ଲିଟର ୮୯ ଟଙ୍କା ୬୨ ପଇସା ରହିଛି । ସେହିପରି ମାୟା ନଗରୀ ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା୯୪ ଟଙ୍କା ୨୭ ପଇସା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ପେଟ୍ରୋଲ୍ ଲିଟର ଦର ୧୦୨ .୬୩ ଟଙ୍କା ରହିଥିବା ବେଳେ ଡିଜେଲ୍ ଲିଟର ୯୪ ଟଙ୍କା  ୨୪ ପଇସା ରହିଛି। ଏବଂ କୋଲକାତରେ ପେଟ୍ରୋଲ୍ ଦର ୧୦୬ ଟଙ୍କା ୦୩ ପଇସା ରହିଥିବା ବେଳେ ଡିଜେଲ୍ ଦର ଲିଟର ପିଛା ୯୨ ଟଙ୍କା ୭୬ ପଇସା ରହିଛି । ସେହିକ୍ରମରେ ଓଡିଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର  ଲିଟର ପିଛା ୧୦୩ ଟଙ୍କା ୦୪ ପଇସା ଥିବା ବେଳେ ଡିଜେଲ୍ ଦର ୯୪ ଟଙ୍କା ୬୧ ପଇସା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ପେଟ୍ରୋଲ ଓ ଡିଜେଲରେ ୧୪ ପଇସା ହ୍ରାସ ପାଇଛି। ଏବଂ ଗତକାଲି ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୩୪ ପଇସା ଖସିଥିଲା 

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।