)
Weather Update: ରାଜ୍ୟରୁ ଏବେ ଗାଏବ ହୋଇଯାଇଛି ଶୀତ (cold)। ରାଜ୍ୟରେ ଏବେ କୌଣସି ପାଣିପାଗ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପାଗ ମୁଖ୍ୟତ ଶୁଖିଲା ରହିବା ସହ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre)ସୂଚନା ଦେଇଛି। ରବିବାର ରାତିରେ ସେମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୧୩.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ ଓ ମାଲକାନଗିରିରେ ରାତି ପାରଦ ୨୦ ଡିଗ୍ରୀ ରହିଛି। ସେହିପରି ସୋମବାର ମାଲକାନଗିରିରେ ରାତି ପାରଦ ୨୦ ଡିଗ୍ରୀ ରହିଛି। ସେହିପରି ସୋମବାର ରାତିରେ ମାଲକାନଗିରି ଦିନର ତପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି।
#MinimumTemperature Forecast:- pic.twitter.com/RHVblXkezM
— Meteorological Centre, Bhubaneswar (@mcbbsr) February 12, 2024
ଫେବୃଆରୀ ଦ୍ବିତୀୟ ସପ୍ତାହରୁ ରାଜ୍ୟରେ ଅସ୍ବାଭାବିକ ପାଣିପାଗ ନଜରକୁ ଆସିଛି। ଯାହା ଫଳରେ ତାତି ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ଅନ୍ୟପଟେ ,୨୪ ଘଣ୍ଟା ପରେ ପୁଣି ଥରେ ରାଜ୍ୟରେ ୨ ଦିନ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Bhubaneswar Meteorological Centre)। ୧୪ ତାରିଖ ଦିନ, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡାରେ ବର୍ଷା ସମ୍ଭାବନା ରହିଥିବା ବେଳେ ୧୫ ତାରିଖରେ ବର୍ଷା ବଢିବ। ଏବଂ ସେହିଦିନ ବରଗଡ, ସମ୍ବଲପୁର, ସୁନ୍ଦରଗଡ , କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ,ବାଲେଶ୍ବର, ମୟୂରଭଂଜ, ସୋନପୁର, ବଲାଙ୍ଗୀର ଓ ବୌଦ୍ଧରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।
ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଫେବୃଆରୀ ପ୍ରଥମ ସପ୍ତାହରୁ ଶୀତ କୁଆଡେ ହଜି ଯାଇଛି। ଉପକୂଳ ଓଡି଼ଶାରେ ରାତିର ତାପମାତ୍ରା ଯେତିକି ରହିବା କଥା ତା ଠାରୁ ୨ ରୁ ୫ ଡିଗ୍ରୀ ଅଧିକ ଅଛି। ଆଭ୍ୟନ୍ତରୀଣ ଓଡି଼ଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ରହିଛି। ସ୍ଥିତି ଏମିତି ଯେ, ଫେବୃଆରୀ ଆରମ୍ଭରୁ ହିଁ ଏସି, ଫ୍ୟାନ୍ ବିନା ରହି ହେଉନି। ବାହାରେ ଖରା ବାଧିଲାଣୀ। ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧିରେ ଧିରେ ବଢିଥାଏ। ମାତ୍ର ଏଥର ପ୍ରଥମ ସପ୍ତାହରୁ ହିଁ ସ୍ଥିତି ଅସ୍ବାଭବିକ ହେଲାଣୀ।