ଦୀପାବଳିରେ ଘରକୁ ଆଣନ୍ତୁ ଏହି ଜିନିଷ, ଧନ ବର୍ଷା କରିବେ ମହାଲକ୍ଷ୍ମୀ
Advertisement
Article Detail0/zeeodisha/odisha1403775

ଦୀପାବଳିରେ ଘରକୁ ଆଣନ୍ତୁ ଏହି ଜିନିଷ, ଧନ ବର୍ଷା କରିବେ ମହାଲକ୍ଷ୍ମୀ

ଆଉ ହାତ ଗଣତି ଦିନ ପରେ ଆଲୋକର ପର୍ବ ଦୀପାବଳି। କୋରୋନା ପାଇଁ ଏହି ଦୀପାବଳିକୁ ପାଳନ କରିପାରିନଥିଲେ ଦେଶବାସୀ। କଟକଣା ମଧ୍ୟରେ ବିଗତ ଦୁଇ ବର୍ଷ ଦୀପାବଳି ପାଳନ ହୋଇଥିଲା। 

ଦୀପାବଳିରେ ଘରକୁ ଆଣନ୍ତୁ ଏହି ଜିନିଷ, ଧନ ବର୍ଷା କରିବେ ମହାଲକ୍ଷ୍ମୀ

ନୂଆଦିଲ୍ଲୀ: ଆଉ ହାତ ଗଣତି ଦିନ ପରେ ଆଲୋକର ପର୍ବ ଦୀପାବଳି। କୋରୋନା ପାଇଁ ଏହି ଦୀପାବଳିକୁ ପାଳନ କରିପାରିନଥିଲେ ଦେଶବାସୀ। କଟକଣା ମଧ୍ୟରେ ବିଗତ ଦୁଇ ବର୍ଷ ଦୀପାବଳି ପାଳନ ହୋଇଥିଲା। ତେବେ ଚଳିତ ବର୍ଷ କଟକଣାମୁକ୍ତ ଦୀପାବଳି ପାଳନ ହେବାକୁ ଯାଉଛି। ଏହାକୁ ନେଇ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ବେଶ ଧୁମଧାମରେ ଚଳିତ ବର୍ଷ ଦୀପାବଳି ପାଳନ କରୁଛନ୍ତି ଦେଶବାସୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି। ନୀତିନିୟମ ଅନୁଯାୟୀ ମଧ୍ୟ ଦୀପାବଳି ପାଳନକରିବାକୁ ଯାଉଛନ୍ତି। 

ଶାସ୍ତ୍ରରେ କୁହାଯାଇଛି “ବୁଭୁକ୍ଷିତଃ :କିଂ ନକେରତିପାପମ” ଅର୍ଥାତ କ୍ଷୁଦାର୍ଥ ବ୍ୟକ୍ତି ଯେକୌଣସି ପାପ କରିପାରେ। ଏହି ସଂସାର ଓ ସମାଜରେ ଦାରିଦ୍ୟ ସବୁଠାରୁ ବଡ ଅଭିଶାପ ବୋଲି ବିବେଚନା କରାଯାଏ। ତେବେ ଏହି ଅଭିଶାପ ଅର୍ଥାତ ଦାରିଦ୍ୟରୁ ମୁକ୍ତି ପାଇବା ଲାଗି ମଧ୍ୟ ଶାସ୍ତ୍ରରେ ଏମିତି କିଛି ମୁହୂର୍ତ୍ତ ଏବଂ ବସ୍ତୁ ସମ୍ପର୍କରେ ସୂଚନା ଦିଆଯାଇଛି ଯାହାଦ୍ୱାରା ବ୍ୟକ୍ତି ଧନୀ ହୋଇପାରେ।

ଦୀପାବଳି ଏମିତି ଏକ ସିଦ୍ଧ ଏବଂ ପବିତ୍ର ମୁହୂର୍ତ୍ତ ଯେଉଁ ସମୟରେ ଆପଣ ଯଦି ନିମ୍ନରେ ଦିଆଯାଇଥିବା ଜିନିଷଗୁଡ଼ିକ ଘରକୁ ଆଣନ୍ତି ତାହେଲେ ଆପଣଙ୍କୁ କେବେହେଲେ ଅର୍ଥ କଷ୍ଟ ହେବନାହିଁ। ସମଗ୍ର ଜୀବନ ଆପଣ ଧନଧାନ୍ୟରେ ପ୍ରାପ୍ତି କରି ସୁଖୀ ଜୀବନ ନିର୍ବାହ କରିପାରିବେ।
ଆମ ଶାସ୍ତ୍ରମାନଙ୍କରେ ଏଭଳି କିଛି ଧନ ଆକର୍ଷଣକାରୀ ଜିନିଷ ସମ୍ପର୍କରେ ସୂଚନା ଦିଆଯାଇଛି ଯାହା ପ୍ରବଳ ଧନ ଆକର୍ଷଣ କରିପାରେ।

ହାତଯୋଡ଼ି: ହାତଯୋଡ଼ି ଏକ ନିର୍ଦ୍ଧିଷ୍ଟ ବୃକ୍ଷର ଚେର। ଏହାର ଆକୃତି ମଣିଷର ଯୋଡି ହୋଇରହିଥିବା ଦୁଇ ହାତ ସଦୃଶ ହୋଇଥାଏ । ଏହି ଚେରରେ ପ୍ରବଳ ବଶୀକରଣ ଶକ୍ତି ରହିଛି। ଦୀପାବଳି ରାତିରେ ଯଦି ସିଦ୍ଧ ଏବଂ ଅଭିମନ୍ତ୍ରିତ ‘ହାତଯୋଡ଼ି’ ଚେର ଆଣି ନିଜ ଟ୍ରେଜେରିରେ ରଖାଯାଏ ତେବେ ଏହା ପ୍ରାଚୀର ଧନ ଆକର୍ଷଣ କରିପାରିବ।

ସ୍ପଟିକ ଶ୍ରୀଯନ୍ତ୍ର : ଦୀପାବଳି ରାତିରେ ଯଦି ସିଦ୍ଧ ଏବଂ ଅଭିମନ୍ତ୍ରିତ ସ୍ପଟିକ ଶ୍ରୀଯନ୍ତ୍ର ପୂଜାଘରେ ସ୍ଥାପନ କରାଯାଏ ତାହେଲେ ମଧ୍ୟ କେବେ ଧନର ଅଭାବ ରହିବନାହିଁ।

ଏକାକ୍ଷୀ ନାରିକେଳ ବା ନଡ଼ିଆ: ଏକାକ୍ଷୀ ନାରିକେଳକୁ ଲକ୍ଷ୍ମୀଙ୍କ ସାକ୍ଷାତ ସ୍ୱରୂପ ବୋଲି ବିଚାର କରାଯାଏ । ଦୀପାବଳି ରାତିରେ ଏକାକ୍ଷୀ ନାରିକେଳକୁ ବିଧି ଅନୁସାରେ ପୂଜାକରି ଠାକୁରଘର ବା ଟ୍ରେଜେରି ମଧ୍ୟରେ ରଖାଯାଏ ତାହେଲେ ବର୍ଷସାରା ଧନଲାଭ ହୋଇଥାଏ।

ନାଗକେଶର: ଦୀପାବଳି ରାତିରେ ଏକ ରୋପ୍ୟ ଡବାରେ ନାଗକେଶରକୁ ମହୁ ସହ ମିଶାଇ ରଖିବା ସହ ଏହାକୁ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ।

ପଦ୍ମ ଫଳ: ଦୀପାବଳି ରାତିରେ ପଦ୍ମ ଫଳକୁ ନିଜ ଟଙ୍କା ବାକ୍ସ ମଧ୍ୟରେ ରଖିଲେ ପ୍ରବଳ ଧନଲାଭ ହୋଇଥାଏ। ପଦ୍ମଫଳର ମାଳକୁ ଦୀପାବଳି ରାତିରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ପ୍ରବଳ ଧନାଗମ ହୋଇଥାଏ।

ଗୋମତି ଚକ୍ର: ଦୀପାବଳି ଦିନ ପ୍ରତ୍ୟୁଷରୁ ୩ଟି ଗୋମତିଚକ୍ରର ଚୁର୍ଣ୍ଣ ଘରର ସମ୍ମୁଖ ଭାଗରେ ବିଛୁରିତ କଲେ ଦୁର୍ଭାଗ୍ୟର ବିନାଶ ହୋଇ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ୫ଟି ଗୋମତିଚକ୍ର ବା କଳା ହଳଦୀ ରୂପ ଟଙ୍କା ସହ ଏକ ହଳଦିଆ ବସ୍ତ୍ରରେ ବାନ୍ଧି ନିଜ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ।

କଳା ହଳଦୀ: ଦୀପାବଳି ରାତିରେ କଳା ହଳଦୀକୁ ରୂପ ଟଙ୍କା ସହ ହଳଦିଆ କପଡାରେ ବାନ୍ଧି ନିଜ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ ବୋଲି ଜ୍ୟୋତିର୍ବିଦ ପଣ୍ଡିତ ହେମନ୍ତ ରିଛାରିଆ କହିଛନ୍ତି।