Delhi jal board scam case ଜଳ ବୋର୍ଡ ଦୁର୍ନୀତି ମାମଲାରେ ED ପକ୍ଷରୁ ଚାର୍ଜସିଟ୍‌ ଦାଖଲ
Advertisement
Article Detail0/zeeodisha/odisha2181029

Delhi jal board scam case ଜଳ ବୋର୍ଡ ଦୁର୍ନୀତି ମାମଲାରେ ED ପକ୍ଷରୁ ଚାର୍ଜସିଟ୍‌ ଦାଖଲ

Delhi jal board scam case: ୮ ହଜାର ପୃଷ୍ଠାର ଚାର୍ଜ ସିଟରେ ସମସ୍ତ ତଥ୍ୟ ଇଡି ପକ୍ଷରୁ ଉପସ୍ଥାପନ କରାଯାଇଛି । ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ଉକ୍ତ ଚାର୍ଜସିଟରେ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଜଗଦୀଶ ଆରୋରାଙ୍କ ସମେତ ଠିକାଦାର ଅନିଲ ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଜଣାପଡିଛି ।

Delhi jal board scam case ଜଳ ବୋର୍ଡ ଦୁର୍ନୀତି ମାମଲାରେ ED ପକ୍ଷରୁ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ: ଜଳ ବୋର୍ଡ ଦୁର୍ନୀତି ତଥା ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାର୍ଜସିଟ୍‌ ଦାଖଲ କରାଯାଇଛି । ୮ ହଜାର ପୃଷ୍ଠାର ଚାର୍ଜ ସିଟରେ ସମସ୍ତ ତଥ୍ୟ ଇଡି ପକ୍ଷରୁ ଉପସ୍ଥାପନ କରାଯାଇଛି । ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ଉକ୍ତ ଚାର୍ଜସିଟରେ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଜଗଦୀଶ ଆରୋରାଙ୍କ ସମେତ ଠିକାଦାର ଅନିଲ ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଜଣାପଡିଛି ।

ଏଥିସହ ଚାର୍ଜସିଟ୍‌ରେ ଜଗଦୀଶ ଆରୋରାଙ୍କର ଜଣେ ଘନିଷ୍ଠ ସହଯୋଗୀ ତାଜେନ୍ଦ୍ର ସିଂହ, ଏନବିସିସିର ପୂର୍ବତନ ଅଧିକାରୀ ଦେବେନ୍ଦ୍ର କୁମାର ମିତ୍ତଲଙ୍କ ନାମ ମଧ୍ୟ ସାମିଲ ଥିବା ସୂଚନା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଚାର୍ଜସିଟ୍‌ରେ NKG କମ୍ପାନୀକୁ ମଧ୍ୟ ଅଭିଯୁକ୍ତ ବୋଲି ବିବେଚନା କରାଯାଇଛି । ଏନ୍‌ବିସିସିର ଅଧିକାରୀ ଥିବା ସମୟରେ ଦେବେନ୍ଦ୍ର କୁମାର ମିତ୍ତଲ ଯେଉଁ ସାର୍ଟିଫିକେଟ୍‌ ଜାରି କରିଥିଲେ ତା' ଆଧାରରେ ଏନ୍‌କେଜି କମ୍ପାନୀକୁ ଟେଣ୍ଡର ମିଳୁଥିଲା। ଇଡି ସୂଚନା ଅନୁଯାୟୀ, ଏନ୍‌ବିସିସିର ରେକର୍ଡରେ ଏନକେଜି ବିଷୟରେ କୌଣସି ମିଳିନାହିଁ । ଦେବେନ୍ଦ୍ର କୁମାର ମିତ୍ତଲ ଏନକେଜି କମ୍ପାନୀରେ ଜାଲ୍ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ । ଟେଣ୍ଡର ପାଇଁ ଲାଞ୍ଚ କାରବାର ହୋଇଥିବା ଇଡି ଅଭିଯୋଗ କରିଛି। ଜଳ ବୋର୍ଡ ଦୁର୍ନୀତି ଘଟଣାରେ ସମୁଦାୟ ପ୍ରାୟ ୩୮ କୋଟି ଟଙ୍କା ହେରଫେର ହୋଇଛି। 

ସୂଚନାଯୋଗ୍ୟ, ଦିଲ୍ଲୀ ଜଲ ବୋର୍ଡ ଦୁର୍ନୀତି ମାମଲାରେ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ଇଡି ପକ୍ଷରୁ ସମନ ଦିଆଯାଇଥିଲା । ବାରମ୍ୱାର ସମନ ଦିଆଯିବା ସତ୍ୱେ ସେ ହାଜର ନହେବା କାରଣରୁ ଆପ୍ ପାର୍ଟିର ବିଭିନ୍ନ କାର୍ଯ୍ୟାଳୟରେ ଇଡି୍ ଚଢାଉ କରିଥିଲା ।

Also Read- Grah Gochar April 2024: ୪ଟି ବଡ଼ ଗ୍ରହ ଚଳନ ପ୍ରଭାବରୁ ୫ରାଶିର ବ୍ୟକ୍ତିଙ୍କୁ ଶୁଭଫଳ

Also Read- Budh Gochar 2024: ହୋଲି ପରଦିନରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ