Accident News: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର, ହୃଦୟ ବିଦାରକ ଥିଲା ଦେଢବର୍ଷ ଶିଶୁର ମୃତ୍ୟୁ
Advertisement
Article Detail0/zeeodisha/odisha1679835

Accident News: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର, ହୃଦୟ ବିଦାରକ ଥିଲା ଦେଢବର୍ଷ ଶିଶୁର ମୃତ୍ୟୁ

Accident News in Odia: ଛତିଶଗଡ଼ ବାଲୋଦ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୧ ଜଣଙ୍କରମୃତ୍ୟୁ । ବାଲୋଦ ଜିଲ୍ଲାର ପୁର ଓ ଚାରମା ମଧ୍ୟରେ ବାଲୋଦଗହନ ନିକଟରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ଏକ ବିବାହ ସମାରୋହରୁ ଫେରିବା ସମୟରେ ବୋଲେରୋ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । 

ସୌ(ସୋସିଆଲ ମିଡିଆ)

Accident News in Odia: ଛତିଶଗଡ଼ (Chhattisgarh) ବାଲୋଦ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲୋଦ ଜିଲ୍ଲାର ପୁର ଓ ଚାରମାସ୍ଥିତ ବାଲୋଦଗହନ ନିକଟରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା । ରାତି ପ୍ରାୟ ୧୦ଟା ବେଳେ ଏକ ବିବାହ ସମାରୋହରୁ ଫେରିବା ସମୟରେ ବୋଲେରୋ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ସେଠାରେ ହିଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଦେଢ ବର୍ଷର ଶିଶୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଲୋଦ ଜିଲ୍ଲା ପୁର ଓ ଚାରମାସ୍ଥିତ ବାଲୋଦଗହନ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ବିବାହ ସମାରୋହରେ ଯୋଗ ଦେବା ଲାଗି ବୋଲେରୋ ଯୋଗେ ଧମତରୀ ସୋରମ ଗ୍ରାମରୁ ମାର୍କାଟୋଲା ଅଭିମୁଖେ ଯାଇଥିଲେ। ବିବାହ ସମାରୋହରେ ଯୋଗ ଦେଇ ଫେରିବା ସମୟରେ ରାତି ପ୍ରାୟ ୧୦ଟା ବେଳେ ବାଲୋଦଗହନ ନିକଟରେ ବୋଲେରୋ ଓ ଟ୍ରକ ମଧ୍ୟରେ ଧକ୍କା (Bolero and Truck accident) ହୋଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଦେଢ ବର୍ଷ ଶିଶୁର ଅବସ୍ଥା ଗୁରୁତର ହୋଇଥିଲା । ମେଡ଼ିକାଲ ନେବା ବାଟରେ ଶିଶୁ କନ୍ୟା ଜଣଙ୍କ ଆଖି ବୁଜି ଦେଇଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ଦେଢ ବର୍ଷର ଶିଶୁ ସହ ୫ ଜଣ ପୁରୁଷ ସହ ୫ ମହିଳା ଥିବା ଜଣାପଡ଼ିଛି । ଦୁର୍ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ଲାଗି ପଠାଇଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ (Chhattisgarh cm Bhupesh Baghel) ଟ୍ୱିଟ କରି କହିଛନ୍ତି ଯେ, “ବାଲୋଦପୁର ଓ ଚାରମାସ୍ଥିତ ବାଲୋଦଗହନ ନିକଟରେ ଏକ ବିବାହ ଉତ୍ସବକୁ ଯାଉଥିବା ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୁନି ଝିଏର ଅବସ୍ଥା ଗୁରୁତର ରହିଛି। ଭଗବାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଆତ୍ମାକୁ ଶାନ୍ତି ଦେବା ସହ ସେମାନଙ୍କ ପରିବାର ପ୍ରତି ସାହସ ଦିଅନ୍ତୁ । ଗୁରୁତର ଶିଶୁର ଆରୋଗ୍ୟ କାମ କରୁଛି” ।

ପ୍ରକାଶ ଥାଉ କି, ନିକଟରେ ରବିବାର ଦିନ କିଛି ଯାତ୍ରୀଙ୍କୁ ନେଇ ଏକ ମୋ ବସଟି (Mo Bus) ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଖୋର୍ଦ୍ଧା -ଜଟଣୀ ଓଭର ବ୍ରିଜ୍ ଉପରେ ବସଟିକୁ (Mo Bus) ଏକ ଟ୍ରକ୍ ପିଟି ଧକ୍କା ଦେଇଥିଲା । ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏନେଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ । 

ଏହା ବି ପଢନ୍ତୁ- President Droupadi murmu: ଆଜି ଜନ୍ମମାଟିକୁ ଆସୁଛନ୍ତି ମାଡ଼ାମ ପ୍ରେସିଡ଼େଣ୍ଟ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

ଏହା ବି ପଢନ୍ତୁ- Chaturgrahi Yoga in Chandragrahan: ୧୨ ବର୍ଷପରେ ଚନ୍ଦ୍ରଗ୍ରହଣରେ ସୃଷ୍ଟି ହେଉଛି ମହାସଂଯୋଗ, ଏହି ସବୁ ରାଶି ଉପରେ ହେବ ଧନବର୍ଷା

ଏହା ବି ପଢନ୍ତୁ- Airport: ଉତ୍ତର ପ୍ରଦେଶରେ ନିର୍ମିତ ହେଉଛି ଟେବୁଲଟପ୍ ଏୟାରପୋର୍ଟ, କ'ଣ ରହିଛି ଏଭଳି ବିମାନ ବନ୍ଦରର ସ୍ୱତନ୍ତ୍ରତା?