Chhattisgarh: ମନସ୍କାମନ ପୂରଣ ପାଇଁ ବଳି ଦେଇଥିଲେ ଛେଳି; ଖାଇବା ବେଳେ ଚାଲିଗଲା ଜୀବନ
Advertisement
Article Detail0/zeeodisha/odisha1765787

Chhattisgarh: ମନସ୍କାମନ ପୂରଣ ପାଇଁ ବଳି ଦେଇଥିଲେ ଛେଳି; ଖାଇବା ବେଳେ ଚାଲିଗଲା ଜୀବନ

Chhattisgarh Goat News: ମଣିଷ ଜୀବନରେ କେଉଁ ଘଟଣା ତାହାର ମୃତ୍ୟୁର କାରଣ ହେବ ତାହା କେହି କହିପାରିବେ ନାହିଁ। ସଦ୍ୟ ଛତିଶଗଡ ସୁରଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ।

Chhattisgarh: ମନସ୍କାମନ ପୂରଣ ପାଇଁ ବଳି ଦେଇଥିଲେ ଛେଳି; ଖାଇବା ବେଳେ ଚାଲିଗଲା ଜୀବନ

man died during eating sacrificed goat: ଆମ ଜୀବନରେ କେଉଁ ଘଟଣା ଆମର ମୃତ୍ୟୁର କାରଣ ହୋଇଯିବ, ତାହା କୁହାଯାଇପାରିବ ନାହିଁ। ବିଭିନ୍ନ ସମୟରେ ମଣିଷ ନିଜର ଲାଭ ପାଇଁ ଅନେକ ପ୍ରକାରର କାମ କରିଥାଏ। ହେଲେ ନିଜ ଦ୍ୱାରା କରାଯାଇଥିବା ସେହି କାମ ଅନେକ ସମୟରେ ନିଜ ପାଇଁ ବହୁତ ମହଙ୍ଗା ପଡ଼ି ଯାଇଥାଏ। ସଦ୍ୟ ଛତିଶଗଡ ସୁରଜପୁର ଜିଲ୍ଲାରେ ଘଟିଯାଇଛି ଏଭଳି ଏକ ଘଟଣା। ଯାହା ଶୁଣିବା ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଛନ୍ତି।

ଛତିଶଗଡ (Chhattisgarh) ସୁରଜପୁର ଜିଲ୍ଲାରେ (Surajpur District) ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତି ନିଜର ମନସ୍କାମନ ପୂରଣ କରିବା ପାଇଁ ଗୋଟିଏ ଛେଳି ବଳି ଦେଇଥିଲେ। ଯେତେବେଳେ ସେହି ବ୍ୟକ୍ତି ଜଣଙ୍କ ନିଜ ସାଥୀ ଏବଂ ଗ୍ରାମବାସୀଙ୍କ ସହିତ ରନ୍ଧା ଛେଳି ମାଂସ (Mutton Curry) ଖାଇବା ଆରମ୍ଭ କରିଥିଲେ, ସେତେବେଳେ ସେ ଛେଳିର ଗୋଟିଏ ଆଖି ଉଠାଇ ଗିଳି ଦେଇଥିଲେ। ହେଲେ ଖାଇବା ବେଳେ ଛେଳିର ଆଖି ତାଙ୍କ ଗଳାରେ ଅଟକି ଯାଇଥିଲା। ଗଳାରେ ଛେଳି ଆଖି ଅଟକି ଯିବା କାରଣରୁ ସେହି ବ୍ୟକ୍ତି ଛଟପଟ ହେବାରେ ଲାଗିଥିଲେ। ସେଠାରେ ଉପସ୍ଥିତ ରହିଥିବା ଲୋକେ ତାଙ୍କୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରିଥିଲେ। ହେଲେ ଏହାର କୌଣସି ସୁଫଳ ମିଳିନଥିଲା। ଗଳାରେ ଛେଳି ଆଖି ଅଟକି ଯିବାରୁ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

ମନସ୍କାମନ ପୂରଣ ପାଇଁ ବଳି ଦେଇଥିଲେ ଛେଳି
ଏହି ଘଟଣାରେ ପ୍ରତିକ୍ରିୟା ରଖି ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି ଯେ, ବାଗର ସାଇ ନାମକ ଜଣେ ୫୦ବର୍ଷ ବୟସ୍କ ବ୍ୟକ୍ତି ତାଙ୍କର ମନସ୍କାମନ ପୂରଣ ହେବା ପରେ ମନ୍ଦିରରେ ଗୋଟିଏ ଛେଳି ବଳି ଦେବାକୁ (Goat Sacrificed  for Fulfillment of Vow) ଯୋଜନା କରିଥିଲେ। ବାଗର ସାଇ ମଦନପୁର ଗ୍ରାମର (Madanpur Village Surajpur District ) ଅନ୍ୟ ବାସିନ୍ଦାଙ୍କ ସହ ରବିବାର ଖୋପା ଧାମ (khopa Dham Main Mandir) ଠାରେ ​​ପହଞ୍ଚି ଏକ ଛେଳି ବଳି ଦେଇଥିଲେ। ମନ୍ଦିରରେ ଛେଳି ବଳି ଦିଆଯିବା ପରେ ସେଠାରେ ଏକ ଭୋଜିର ଆୟୋଜନ (Mutton Feast) କରାଯାଇଥିଲା।

ଭୋଜି ନେଇଗଲା ଜୀବନ
କୁହାଯାଉଛି ଯେ ଯେତେବେଳେ ସମସ୍ତେ ଖାଇବା ଆରମ୍ଭ କଲେ, ବାଗର ସାଇ ଉତ୍ସାହର ସହିତ ରନ୍ଧା ହୋଇଥିବା ମାଂସରୁ ଛେଳିର ଗୋଟିଏ ଆଖି ଉଠାଇ ଗିଳି ଦେଇଥିଲେ। ହେଲେ ସେ ଗିଳିଥିବା ଆଖି ତାଙ୍କ ଗଳାରେ ଅଟକି ଯାଇଥିଲା। ସେ ଛେଳି ଆଖିକୁ ଗିଳି ଦେବାକୁ ଚେଷ୍ଟା କରିଥିଲେ, ହେଲେ ଛେଳି ଆଖି ତାଙ୍କ ଗଳାରେ ଫସି ରହିଥିଲା। ଯେଉଁଥିପାଇଁ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ସେଠାରେ ଉପସ୍ଥିତ ରହିଥିବା ଲୋକେ ତାଙ୍କୁ ବଞ୍ଚାବାକୁ ଅନେକ ପ୍ରକାରର ଚେଷ୍ଟା କରିଥିଲେ। ହେଲେ ଏହାର କୌଣସି ସୁଫଳ ମିଳିନଥିଲା। ଶେଷରେ ଯେତେବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ (District Headquarters Hospital Surajpur) ନିଆଯାଇଥିଲା ସେଠାରେ ମୃତ୍ୟୁ ହୋଇ ସାରିଥିବା ନେଇ ଜଣାପଡ଼ିଥିଲା।