DNA Report: ପ୍ରବଳ ବର୍ଷାରେ ବେହାଲ ଚୀନ; ଡୁବିଗଲା ରାଜଧାନୀ ବେଜିଂ
Advertisement
Article Detail0/zeeodisha/odisha1807716

DNA Report: ପ୍ରବଳ ବର୍ଷାରେ ବେହାଲ ଚୀନ; ଡୁବିଗଲା ରାଜଧାନୀ ବେଜିଂ

Flood in China 2023:  ଦେଶରେ ହୋଇଥିବା ପ୍ରବଳ ବର୍ଷା ପରେ ରାଜଧାନୀ ବେଜିଂ ସହର ଜଳମଗ୍ନ ହୋଇଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଚୀନ ସେନା ପକ୍ଷରୁ ଉଦ୍ଧାର ଅଭିଯାନ ଜାରି ରହିଛି।

DNA Report: ପ୍ରବଳ ବର୍ଷାରେ ବେହାଲ ଚୀନ; ଡୁବିଗଲା ରାଜଧାନୀ ବେଜିଂ

 

China Flood Update: ଚୀନ ବର୍ତ୍ତମାନ ଭୟଙ୍କର ବନ୍ୟା ପରିସ୍ଥିତିର ସାମ୍ନା କରୁଛି। ଦେଶର ରାଜଧାନୀ ବେଜିଂ ବନ୍ୟାରେ ବୁଡ଼ି ରହିଛି। ଲଗାତାର ୪ ଦିନ ବର୍ଷା ଜାରି ରହିଛି। ବନ୍ୟା କାରଣରୁ ଦେଶରେ ରେଳସେବା ପ୍ରଭାବିତ ହୋଇଛି। ରାସ୍ତାଘାଟ ଏପରିକି ଲୋକଙ୍କ ଘରଦ୍ୱାର ପାଣିରେ ବୁଡ଼ିଯାଇଛି। ଦେଶରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଆଗରେ ଚୀନ ଭଳି ଏକ ଶକ୍ତିଶାଳୀ ଅସହାୟ ହୋଇପଡ଼ିଛି। ବାତ୍ୟା "ଡୋକସୁରୀ" କାରଣରୁ ଚୀନ୍ ବିଗତ ୪ ଦିନ ମଧ୍ୟରେ ଏତେ ବର୍ଷା ହୋଇଛି ଯାହା ପୂର୍ବରୁ କେବେ ହୋଇଥିଲା। ଗତ ୨୮ ଜୁଲାରେ ଫୁଜିଆନ୍ ପ୍ରଦେଶରେ ସ୍ଥଳ ଭାଗ ଛୁଇଁଥିଲା ଏହି ବାତ୍ୟା। ସେବେଠାରୁ ଚୀନରେ ପ୍ରବଳ ବର୍ଷା ହେଉଛି। 

ବାତ୍ୟା "ଡୋକସୁରୀ" (Typhoon Doksuri 2023) କାରଣରୁ ଦେଶର ଉତ୍ତର ଭାଗରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା କାରଣରୁ ୨୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୭ ଜଣ ଆହତ ହୋଇଛନ୍ତି। ବନ୍ୟାରେ ଶହ ଶହ ଘର ଏବଂ ଗାଡି ଭାସିଯାଇଛି। ସିଚୁଆନ୍ ପ୍ରଦେଶରେ (Sichuan Province) ୪ ଲକ୍ଷ ୬୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ହେନାନ ପ୍ରଦେଶରେ (Henan Province) ୧୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପଟେ ୨ ହଜାରରୁ ଅଧିକ ଘର ନଷ୍ଟ ହୋଇଯାଇଛି। ତିୟାନଜିନ ଅଞ୍ଚଳରେ (Tianjin Area China) ୩୫ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ଚୀନ ରାଜଧାନୀ ବେଜିଂ (China Capital Beijing) ସ୍ଥିତି ବିମାନ ବନ୍ଦରରୁ (Beijing Airport) ୪ ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି।

ବେଜିଂ ସହରର (Beijing City) ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ (Chinese President Office) ଠାରୁ ନେଇ ସେନା ମୁଖ୍ୟାଳୟ (PLA Headquarters) ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଦେଶର ଅନେକ ବଡ ସହରର ରାସ୍ତା ଏବେ ନଦୀରେ ପରିଣତ ହୋଇଛି। କୁହାଯାଉଛି ଯେ ଚୀନ ପ୍ରକୃତି କୋପର ଶୀକାର ହୋଇଛି। ଜଳବାୟୁ ପରିବର୍ତ୍ତନ ମଧ୍ୟ ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଲଗାତାର ୪ ଦିନ ହୋଇଥିବା ବର୍ଷାରେ ଦେଶର ରାଜଧାନୀ ସମୁଦ୍ର ମଧ୍ୟରେ ଅବସ୍ଥିତ ଏକ ଦ୍ୱୀପ ପାଲଟି ଯାଇଛି। 

ବିଗତ ୧୪୦ ବର୍ଷ ମଧ୍ୟରେ ବେଜିଂ ସହରର ସର୍ବାଧିକ ବର୍ଷା ହୋଇଥିବାର (Highest Rainfall in Beijing) ରେକର୍ଡ କରାଯାଇଛି। ଯେଉଁ କାରଣରୁ ସରକାରୀ କାର୍ଯ୍ୟାଳୟ, ରାସ୍ତା ଘାଟ, ବଜାର, ରେଳ ଷ୍ଟେସନ ଏବଂ ବିମାନ ବନ୍ଦର ଜଳମଗ୍ନ ହୋଇପଡ଼ିଛି। ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି କାରଣରୁ ସହରବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଯେଉଁମାନେ ନିଜ ଘରେ ଫସି ରହିଛନ୍ତି ସେମାନଙ୍କୁ ଉଦ୍ଧାର କରାଯାଉଛି। ରାଜଧାନୀକୁ ବଞ୍ଚାଇବାକୁ ଯାଇ ବାଲି ବସ୍ତାର ବନ୍ଧ ତିଆରି କରାଯାଇଛି। 

ବେଜିଂ ଠାରେ ଅନେକ ଜାତୀୟ ସ୍ମାରକୀ ଏବଂ ସଂଗ୍ରହାଳୟ ରହିଛି। ହେଲେ ବର୍ଷା ଏବଂ ବନ୍ୟା ସହରକୁ କାର କବରସ୍ଥାନ କରିଦେଇଛି। ବର୍ଷା ପରେ କାର ପାଣିରେ ନଡ଼ା ଭଳି ଭାସିଯାଉଛି। ସହରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସହରରେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଅନେକ ସ୍ଥାନରେ ହେଲିକପ୍ଟର ଯୋଗେ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏବେ ବେଜିଂ ସମ୍ପୂର୍ଣ୍ଣ ଭାବରେ ଜଳବନ୍ଦୀ ହୋଇଯାଇଛି। ଯାହା ଫଳରେ ଲୋକଙ୍କୁ ପାନୀୟ ଜଳ ମିଳୁନାହିଁ। ଚୀନ ସେନା ବାହିନୀ ଫସି ରହିଥିବା ଲୋକଙ୍କ ପାଖରେ ପାଣି ବୋତଲ ପହଞ୍ଚାଇବାକୁ ପ୍ରୟାସ କରୁଛି।

ଅନ୍ୟପଟେ ହ୍ୱେଇ ପ୍ରଦେଶରେ (Huawei Province) ଏକ କାର ନଦୀ ଭିତରେ ଖସି ପଡ଼ିଥିଲା। ଯେତେ କାର ନଦୀରେ ଖସିପଡ଼ିଲା ସେତେବେଳେ ଜଣେ ବ୍ୟକ୍ତି କାର ଭିତରୁ ବାହାରୁଥିବାରା ଦେଖାଗଲା। ପରେ ହେଲିକପ୍ଟର ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ସହରର ଡ୍ରେନେଜ ବ୍ୟବସ୍ଥା ନଷ୍ଟ ହୋଇଯାଇଛି। କେବଳ ମଣିଷ ନୁହଁନ୍ତି ପଶୁ ମଧ୍ୟ ବନ୍ୟାରେ ଫସି ଯାଇଛନ୍ତି। ଏହା ନୁହେଁ ଯେ ଚୀନ ଠାରେ ପ୍ରଥମ ଥର ପାଇଁ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବେଜିଂ ଚାରିପାଖରେ ଥିବା ପାର୍ବତ୍ୟ ଅଞ୍ଚଳକୁ ସଂଯୋଗ କରୁଥିବା ଶହେରୁ ଅଧିକ ରାସ୍ତା ଭାଙ୍ଗିଯାଇଛି। ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବା ପଛରେ ଚୀନ୍ ଅନେକାଂଶରେ ଦାୟୀ। କାରଣ ବିକାଶ ନାମରେ ଚୀନ ପ୍ରାକୃତିକ ପରିବେଶର ବିନାଶ କରିବାରେ ପଛେଇ ନାହିଁ।