Price Hike: ନୂଆ ବର୍ଷରେ ଏହି ସହରବାସୀଙ୍କୁ ଲାଗିବ ବଡ଼ ଝଟକା, କାହିଁକି ପଢନ୍ତୁ
Advertisement
Article Detail0/zeeodisha/odisha1489509

Price Hike: ନୂଆ ବର୍ଷରେ ଏହି ସହରବାସୀଙ୍କୁ ଲାଗିବ ବଡ଼ ଝଟକା, କାହିଁକି ପଢନ୍ତୁ

  ନୂଆଦିଲ୍ଲୀ: ବର୍ଷର ଶେଷ ଆଡ଼କୁ ମଧ୍ୟ ଦେଶବାସୀଙ୍କୁ ଲାଗିବ ବଡ଼ ଝଟକା। ଆଜିଠାରୁ ବଢିବାକୁ ଯାଉଛି ସିଏନଜି ଗ୍ୟାସ ରେଟ। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ଼ ତରଫରୁ ନୂତନ ଗ୍ୟାସ ଦର ପ୍ରକାଶ କରାଯାଇଛି। ଏହାର ପ୍ରଭାବ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ପରେ ଦିଲ୍ଲୀ ଏନସିଆର ଅଞ୍ଚଳରେ ସ

Price Hike: ନୂଆ ବର୍ଷରେ ଏହି ସହରବାସୀଙ୍କୁ ଲାଗିବ ବଡ଼ ଝଟକା, କାହିଁକି ପଢନ୍ତୁ

Price Hike:  ନୂଆଦିଲ୍ଲୀ: ବର୍ଷର ଶେଷ ଆଡ଼କୁ ମଧ୍ୟ ଦେଶବାସୀଙ୍କୁ ଲାଗିବ ବଡ଼ ଝଟକା। ଆଜିଠାରୁ ବଢିବାକୁ ଯାଉଛି ସିଏନଜି ଗ୍ୟାସ ରେଟ। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ଼ ତରଫରୁ ନୂତନ ଗ୍ୟାସ ଦର ପ୍ରକାଶ କରାଯାଇଛି। ଏହାର ପ୍ରଭାବ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ପରେ ଦିଲ୍ଲୀ ଏନସିଆର ଅଞ୍ଚଳରେ ସିଏନଜି କିଲୋ ପ୍ରତି କେତେ ଟଙ୍କା ଦେବାକୁ ହେବ। ତେବେ ଜାରି ହୋଇଥିବା ନୂଆଦର ଅନୁଯାୟୀ କିଲୋଗ୍ରାମ ଦର ୭୯.୫୬ ଟଙ୍କା ରହିଛି। ସେହିପରି ଆପଣ ଯଦି ନୋଏଡା, ଗ୍ରେଟର ନୋଏଡ଼ା ଓ ଗାଜିଆବାଦ ଅଞ୍ଚଳରେ ରହୁଛନ୍ତି ତେବେ ଆପଣଙ୍କୁ ବର୍ଦ୍ଧିତ ଦର ଅନୁଯାୟୀ ୮୨.୧୨ ଟଙ୍କା ଦେବାକୁ ହେବ। ସେହିପରି ଗୁରୁଗ୍ରାମ ଅଞ୍ଚଳରେ ରହୁଥିଲେ ସିଏନଜିର ଦର ବୃଦ୍ଧି ପାଇ ୮୭.୮୯ ଟଙ୍କାରେ ପହଞ୍ଚିଛି। 

ସେହିପରି ଦିଲ୍ଲୀରେ ୭୯.୫୬ ଟଙ୍କା ରହିଥିବା ବେଳେ ରେଓ୍ୱାଡ଼ି ଅଞ୍ଚଳରେ ୮୯.୫୭ ଟଙ୍କା, କରନାଲ ଓ କୈଥଲ ଅଞ୍ଚଳରେ ୮୮.୨୨ ଟଙ୍କା, ଶାମଲୀ, ମୁଜାଫରନଗର ଓ ମିରଠ ଅଞ୍ଚଳରେ ୮୬.୭୯ ଟଙ୍କା, ଅଜମେର, ପାଲୀ, ରାଜସମନ୍ଦ ଅଞ୍ଚଳରେ ୮୯.୮୩ ଟଙ୍କା ରହିଛି। କାନପୁର, ଫତେହପୁର ଓ ହମୀରପୁର ଅଞ୍ଚଳରେ ସିଏନଜିରେ କୌଣସି ପରିବର୍ତ୍ତନ ହୋଇନାହିଁ। 

ସେପଟେ ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୭୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୦୪ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଆଜି ଡିଜେଲ ଲିଟର ପିଛା ୯୪.୩୩ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୬୧ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୭୬ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।