Corona: ରାଜ୍ୟରେ ଉପରମୁହାଁ କରୋନା, ଗତ ୨୪ ଘଣ୍ଟାରେ ୫ ସଂକ୍ରମିତ ଚିହ୍ନଟ
Advertisement

Corona: ରାଜ୍ୟରେ ଉପରମୁହାଁ କରୋନା, ଗତ ୨୪ ଘଣ୍ଟାରେ ୫ ସଂକ୍ରମିତ ଚିହ୍ନଟ

JN Covid 19​: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ବଢି ଚାଲିଥିଲା ବେଳେ ରାଜ୍ୟରେ ବି ଚିନ୍ତା ବଢାଇଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ଯରେ ଓଡ଼ିଶାରୁ ପୁଣି ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୩ରେ ପହଁଞ୍ଚିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୌ(ସୋସିଆଲ ମିଡିଆ)

Corona Virus: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ବଢି ଚାଲିଥିଲା ବେଳେ ରାଜ୍ୟରେ ବି ଚିନ୍ତା ବଢାଇଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ଯରେ ଓଡ଼ିଶାରୁ ପୁଣି ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୩ରେ ପହଁଞ୍ଚିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଡିସେମ୍ବର ୨୩ରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟବାସୀଙ୍କ ଭିତରେ ଛନକା ପଶିଥିଲା । ଏହାପରେ ଡିସେମ୍ବର ୨୪ରେ ଦ୍ବିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂକ୍ରମଣ ବଢୁଥିବାରୁ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ, ‘ଯେଉଁ ଭାଇରସ୍ କଥା କୁହାଯାଉଛି ତାହା ନାଚୁରାଲ । ଏଠାରେ ନୂଆ ଭାରିଆଣ୍ଟ ଚିହ୍ନଟ ହେଲେ ଜିନୋମ ସିକ୍ୟୁଏନ୍ସ ପାଇଁ ପଠାଯିବ । ଅତି ଆବଶ୍ୟକ ପଡିଲେ ରାଜ୍ୟରେ ଗାଇଡ଼ଲାଇନ ଜାରି ହେବ । ଥଣ୍ତା, ଜ୍ବର ବା କାଶ ହେଲେ ନିଜେ ଆସି ଟେଷ୍ଟ କରି ନିଅନ୍ତୁ । ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ । ସଂକ୍ରମିତ ଚିହ୍ନଟ ହେଲେ ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।  ଆବଶ୍ୟକ ପଡିଲେ ହସ୍ପିଟାଲରେ ଭର୍ତ୍ତି କରାଯିବ। ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ କିଟ୍ ଉପଲବ୍ଧ ରହିଛି’ ।

Also Read-Puri News: ଜାଣନ୍ତୁ ଓଡି଼ଶାର କେଉଁ ସବୁ ଦେବପୀଠରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ ପତ୍ର

ସେପଟେ ଭାରତରେ କାୟା ମେଲାଇ ଚାଲିଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୭୦୨ଟି ନୂଆ କୋଭିଡ଼ ମାମଲା ସାମ୍ନାକୁ ଆସିଥିବା ବେଳେ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୦୯୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଜେଏନ୍.୧ ଭାରିଆଣ୍ଟର ୧୫୭ଟି ମାମଲା ସାମ୍ନାକୁ ଆସିଛି । ଏଥି ମଧ୍ୟରୁ କେରଳର ୭୮ଟି ମାମଲା ରହିଛି । ସେହିପରି ବୁଧବାର ଦିଲ୍ଲୀରୁ ପ୍ରଥମ ଜେଏନ୍.୧ ଭାରିଆଣ୍ଟ ଚିହ୍ନଟ କରାଯାଇଛି । ତେବେ ଦିନକରେ ହୋଇଥିବା ୬ଟି କୋଭିଡ଼ ମୃତ୍ୟୁ ମଧ୍ୟରୁ ମହାରାଷ୍ଟ୍ରରରୁ ୨ଟି ରହିଥିବା ବେଳେ କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ ଓ ନୂଆଦିଲ୍ଲୀରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି ।