Puri Road Accident: ନିର୍ବନ୍ଧକୁ ଯାଉଥିଲେ, ତିନି ଜଣଙ୍କ ଉପରେ ଚଢିଗଲା ଟୁରିଷ୍ଟ ବସ୍
Advertisement
Article Detail0/zeeodisha/odisha1726848

Puri Road Accident: ନିର୍ବନ୍ଧକୁ ଯାଉଥିଲେ, ତିନି ଜଣଙ୍କ ଉପରେ ଚଢିଗଲା ଟୁରିଷ୍ଟ ବସ୍

Puri Road Accident: ନିର୍ବନ୍ଧକୁ ଆସୁଥିବା ବେଳେ ତିନି ଜଣଙ୍କ ଉପରେ ଚଢିଗଲା ବସ୍ । ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି (3 killed in bus accident in Puri)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Puri Road Accident: ବାଟରେ ଛକି ବସିଥିଲା ଜମ। ଆଖି ପିଛୁଳାକେ ଚାଲିଗଲା ତିନି ଜୀବନ। ନିର୍ବନ୍ଧକୁ ଆସୁଥିବା ବେଳେ ତିନି ଜଣଙ୍କ ଉପରେ ଚଢିଗଲା ବସ୍ । ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି (3 killed in bus accident in Puri)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି। ପୁରୀ ଜିଲ୍ଲା ମଙ୍ଗଳାଘାଟ ଷ୍ଟର୍ଲିଂ ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି (Road Accident In puri) । ଦୁର୍ଘଟଣା ଘଟାଇଥିବା ବସକୁ ପୋଲିସ୍ ଜବତ କରିଛି । ଏବଂ ଡ୍ରାଇଭରକୁ ପୋଲିସ୍ ଅଟକ ରଖଛି । ମୃତକ ଦମ୍ପତି ହେଲେ ସତ୍ୟନିରଞ୍ଜନ ଦାଶ ଓ ତାଙ୍କ ପତ୍ନୀ ଗାୟତ୍ରୀ ଦାଶ ଏବଂ ରାକେଶ ନନ୍ଦ ।

ସୂଚନା ଅନୁସାରେ, ପୁରୀ ଜିଲ୍ଲା ମାର୍କଣ୍ଡେଶ୍ବରସାହିରେ ରହୁଥିବା  ସୌମ୍ୟରଞ୍ଜନ ଦାଶଙ୍କର ବାସେଳିସାହି ଥାନା ଅନ୍ତର୍ଗତ ଓମ୍‌କାରେଶ୍ବର ମନ୍ଦିରରେ ବିବାହ ପାଇଁ ନିର୍ବନ୍ଧ ହେଉଥିଲା। ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ଗଞ୍ଜାମ ଛତ୍ରପୁର ପଣ୍ଡାସାହିର ସତ୍ୟନିରଞ୍ଜନ ଦାଶ ଓ ତାଙ୍କ ପତ୍ନୀ ଗାୟତ୍ରୀ ଦାଶ ମଧ୍ୟ ଯୋଗଦେବାକୁ ଆସିଥିଲେ। ସେମାନେ ସୋମବାର ଅପରାହ୍ନରେ ପୁରୀ ମଙ୍ଗଳାଘାଟ ଷ୍ଟଲିଂ ଛକ ବାଇପାସ୍‌ ରାସ୍ତାର ଓମ୍‌କାରେଶ୍ବର ମନ୍ଦିରରେ ସୌମ୍ୟରଞ୍ଜନଙ୍କର ନିର୍ବନ୍ଧ ଭୋଜି ଖାଇବା ପରେ ସମ୍ପର୍କୀୟ ପ୍ରୀତମ ରଞ୍ଜନ ଦାଶଙ୍କ ଘରକୁ ଏକ ସ୍କୁଟି ଯୋଗେ ବାହାରୁଥିଲେ। ମନ୍ଦିରଠାରୁ ବାଇପାସ୍‌ ରାସ୍ତାଟି ଉଚ୍ଚତାରେ ଥିବାରୁ ଗାୟତ୍ରୀ ପୂର୍ବରୁ ଯାଇ ଏହାର ଡିଭାଇଡର ପାଖରେ ଅପେକ୍ଷା କରିଥିଲେ। ସତ୍ୟନିରଞ୍ଜନ ଓ ମଙ୍ଗଳାଘାଟର ରାକେଶ ନନ୍ଦ ଦୁହେଁ ଏକ ସ୍କୁଟିରେ ରାସ୍ତା ଉପରକୁ ଉଠିବା ସମୟରେ ଷ୍ଟର୍ଲିଂ ଆଡ଼ୁ ଆସୁଥିବା ଏକ ଟୁରିଷ୍ଟ ବସ୍‌ ସେମାନଙ୍କୁ ଧକ୍କା ଦେବାସହ ଡିଭାଇଡର ପାଖରେ ଛିଡ଼ା ହୋଇଥିବା ଗାୟତ୍ରୀଙ୍କୁ ମଧ୍ୟ ଧକ୍କା କରିଥିଲା। ଫଳରେ,ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

Also Read: Odisha Train Accident: ମୃତଦେହ ଚିହ୍ନଟ ପ୍ରକ୍ରିୟା ଆହୁରି ହେଲା ସହଜ, ଭୁବନେଶ୍ବର ଏମ୍ସରେ ଆଜିଠୁ ଡିଏନଏ ଟେଷ୍ଟିଂ ଆରମ୍ଭ

Also Read: Bollywood: ସବୁଠୁ ଦାମିକିଆ ଜୋତା ପିନ୍ଧନ୍ତି ବି-ଟାଉନର ଏହି ୫ ସେଲିବ୍ରେଟି ,ଦାମ୍ ଜାଣିଲେ ଉଡି଼ଯିବ ହୋସ୍!

ନିକଟରେ ଏଭଳି ଦୁଇଟି ଭୟଙ୍କର ଦୁର୍ଘଟଣା ଘଟିଥିଲା ମହାରାଷ୍ଟ୍ରରେ । ଏଥିରେ ପ୍ରାୟ ୧୨ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ଅନେକ ଲୋକେ ଆହତ ମଧ୍ୟ ହୋଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ଗୋଟିଏ ଦୁର୍ଘଟଣା ନାଗପୁର-ପୁଣେ ରାଜପଥରେ ଘଟିଛି। ଏକ ବସ୍‌‌ ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ମଧ୍ୟରେ ଗୁରୁତର ରହିଛନ୍ତି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବୁଲଧାଣା ଜିଲ୍ଲାରେ ହୋଇଛି। ଦୁର୍ଘଟଣାଗ୍ରସ୍ତ ବସ୍‌‌ଟି ପୁଣେରୁ ବୁଲଧାଣାର ମେହେକର ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ସେହିଭଳି ଆଉ ଏକ ଦୁର୍ଘଟଣା ମହାରାଷ୍ଟ୍ର ଅମରାବତୀ ଜିଲାରେ ଦରୟାପୁର-ଅଞ୍ଜନଗାଁ ରାସ୍ତାରେ ଏକ କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, କାରରେ ଯାଉଥିବା ଯାତ୍ରୀମାନେ ଗୋଟିଏ ପରିବାରର ହୋଇଥିବା ବେଳେ କୌଣସି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦରୟାପୁର ଫେରୁଥିଲେ। ଏହି ସମୟରେ କାର ସହ ଟ୍ରକର ଧକ୍କା ହୋଇଥିଲା।