Kids Vaccination: CoWIN ଆପ୍ ରେ ହେବ ଶିଶୁଙ୍କ ନିୟମିତ ଟିକାକରଣ, ଜାଣନ୍ତୁ କିପରି ହେବ ପଞ୍ଜିକରଣ
Advertisement
Article Detail0/zeeodisha/odisha1279718

Kids Vaccination: CoWIN ଆପ୍ ରେ ହେବ ଶିଶୁଙ୍କ ନିୟମିତ ଟିକାକରଣ, ଜାଣନ୍ତୁ କିପରି ହେବ ପଞ୍ଜିକରଣ

ଖୁବଶୀଘ୍ର CoWIN ଆପ୍ ରେ ହେବାକୁ ଯାଉଛି Kids Vaccination । ପୋଲିଓ, ହେପାଟାଇଟିସ ସମେତ ଅନ୍ୟ ଟିକା ପାଇଁ ଅଭିଭାବକମାନେ ସ୍ଲଟ ବୁକିଂ କରିପାରିବେ । ଶିଶୁଙ୍କ ବାପା-ମା UIDAI ନମ୍ବର ଜରିଆରେ କରିପାରିବେ ଟିକା ପଞ୍ଜିକରଣ ।

Kids Vaccination: CoWIN ଆପ୍ ରେ ହେବ ଶିଶୁଙ୍କ ନିୟମିତ ଟିକାକରଣ, ଜାଣନ୍ତୁ କିପରି ହେବ ପଞ୍ଜିକରଣ

Kids Vaccination: କୋରୋନା ମହାମାରୀ ସମଗ୍ର ବିଶ୍ୱରେ ପିଲାମାନଙ୍କୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଶିଶୁମାନେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ନେଇ ନିକଟରେ ମିଳିତ ଜାତିସଂଘ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ କୋରୋନା କାଳରେ ପୋଲିଓ, ହେପାଟାଇଟିସ୍ ଏବଂ ଡିଫଥେରିଆ ଭଳି ଟିକାକରଣରୁ ବିଶ୍ୱର ପ୍ରାୟ ୨୫ ମିଲିୟନ ପିଲା ବଞ୍ଚିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଦେଶରେ ସାର୍ବଜନିକ ଟିକାକରଣ କାର୍ଯ୍ୟକ୍ରମରେ କୋରୋନା ସହିତ ପୋଲିଓ, ହେପାଟାଇଟିସ୍ ଏବଂ ଅନ୍ୟାନ୍ୟ ଟିକାକୁ ସାମିଲ କରାଯାଇଛି । ଏହାସହିତ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକା ବୁକିଂ ପାଇଁ ମଧ୍ୟ CoWIN ଆପ୍ ବ୍ୟବହାର ପାଇଁ ସରକାର ଯୋଜନା କରୁଛନ୍ତି । 

Cowin app ଜରିଆରେ ହେବ ଶିଶୁ ଟିକାକରଣ (cowin app to be used for kids vaccination) 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୋଭିଡ-19 କାରଣରୁ ଶିଶୁ ଟିକାକରଣ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଗତ ୨ ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ ୨୫ ମିଲିୟନ ପିଲା ଡିଫଥେରିଆ, ଟିଟାନସ୍ ଏବଂ ପର୍ଟୁସିସ୍ ଭଳି ନିୟମିତ ଟିକାକରଣରୁ ବଞ୍ଚିତ ହୋଇଛନ୍ତି । ଏହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ଭାରତ ପରି ବିକାଶଶୀଳ ଦେଶରେ ହିଁ ଘଟିଛି । ଏଭଳି ପରିସ୍ଥିତିରେ ଆୟୁଷ ମନ୍ତ୍ରାଳୟର ନୂଆ ପଦକ୍ଷେପ ଶିଶୁ ଟିକାକରଣ ବ୍ୟବସ୍ଥାକୁ ସହଜ କରିବା ସମ୍ଭାବନା ରହିଛି । କିଛି ଦିନ ମଧ୍ୟରେ ଶିଶୁ ଟିକାକରଣରେ Cowin ଆପ୍ କୁ ଉପଯୋଗ କରାଯିବାକୁ ଯୋଜନା କରାଯାଉଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଆର.ଏସ୍ ଶର୍ମା ସୂଚନା ଦେଇଛନ୍ତି । ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କିଛି ମାସ ମଧ୍ୟରେ Cowin ଆପ୍ ଶିଶୁ ଟିକାକରଣ ପାଇଁ ପ୍ରସ୍ତୁତ ହୋଇଯିବ । 

ଶିଶୁଙ୍କ ବାପା-ମା UIDAI ନମ୍ବର ଜରିଆରେ କରିପାରିବେ ଟିକା ପଞ୍ଜିକରଣ

ଡକ୍ଟର ଆର.ଏସ୍ ଶର୍ମାଙ୍କ ସୂଚନା ଅନୁସାରେ ପିଲାମାନଙ୍କର ନିୟମିତ ଟିକାକରଣ ପାଇଁ ଅଭିଭାବକମାନେ UIDAI ନମ୍ବର ବ୍ୟବହାର କରିପାରିବେ। ଏହା ସାହାଯ୍ୟରେ, ଅଭିଭାବକ ଟିକାର ଭିନ୍ନ ଭିନ୍ନ ସ୍ଲଟ୍ ବୁକ୍ କରିପାରିବେ । CoWIN ପ୍ଲାଟଫର୍ମକୁ ଏବେ ସାର୍ବଜନିକ ଟିକାକରଣ ପାଇଁ ପୁନଃନିର୍ମାଣ କରାଯାଉଛି ।  CoWin ଆପ୍ ଏହାର ପୂର୍ବ ବୈଶିଷ୍ଟ୍ୟ ବଜାୟ ରଖିବା ସହ ଟିକାକରଣ କାର୍ଯ୍ୟକ୍ରମର କଭରେଜ୍ ଟ୍ରାକ୍ କରିପାରିବ । ଯାହା ଦେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । 

ଶିଶୁଙ୍କ ଟିକାକରଣ ପାଇଁ କାମ କରିବ CoWin ଆପ୍

ଆୟୁଷ ମନ୍ତ୍ରାଳୟ ପକ୍ଷରୁ CoWin ଆପ୍ ରେ ଶିଶୁଙ୍କ ନିୟମିତ ଟିକାକରଣ ପାଇଁ ବ୍ୟାପକ ଯୋଜନା କରାଯାଇଛି । 

-CoWIN ଜରିଆରେ ବାପା-ମା'ଙ୍କୁ ତାଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବରରେ ରିମାଇଣ୍ଡର ମେସେଜ ପଠାଯିବ, ଯେପରି କୋରୋନା ସମୟରେ ହେଉଥିଲା ।

-ଯଦି କେହି ଠିକ୍ ସମୟରେ ନେଇ ନପାରନ୍ତି, ତାଙ୍କୁ ପୁନଃ ରିମାଇଣ୍ଡର ମାଧ୍ୟମରେ ଅବଗତ କରାଇ ଦିଆଯିବ । 

- ଏହାସହିତ CoWin ଆପ୍ ରେ ବୁକିଂ ସମୟରେ ଆପଣଙ୍କ ନିକଟତମ ସମସ୍ତ ହସପିଚାଲରେ ଟିକାକରଣ ସ୍ଲଟ ବିଷୟରେ ସୂଚନା ଦିଆଯିବ । 

-ଉପଯୋଗ କର୍ତ୍ତା ଟିକାକରଣ ପରେ ଡିଜିଟାଲ ଟିକାକରଣର ପ୍ରମାଣପତ୍ର ମଧ୍ୟ ଡାଉନଲୋଡ କରିପାରିବେ । 

ଭାରତରେ ବର୍ତ୍ତମାନ ସୁଦ୍ଧା ୨୩ କୋଟିରୁ ଅଧିକ Health ID Card ବନା ଯାଇଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆନୂକୂଲ୍ୟରେ ଏହି ଯୋଜନା ଆରମ୍ଭ ହୋଇଥିଲା । Health ID Cardକୁ ମଧ୍ୟ CoWin ସହିତ ସଂଯୋଗ କରାଯାଇପାରିବ । ଏହି କାର୍ଡରେ ରହିଥିବା ଡାଟାବେସ୍ ନାଗରିକଙ୍କ ଅନୁମତି କ୍ରମେ ଡାକ୍ତର ଦେଖିପାରିବେ । ଏଥିରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା, ଡାକ୍ତରୀ ରିପୋର୍ଟ, ଔଷଧ ସେବନର ତଥ୍ୟ ମିଳିପାରିବ ।