Crime News: ୩ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
Advertisement

Crime News: ୩ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Crime News: ପରୀକ୍ଷା ଦେବା ପାଇଁ ସ୍କୁଲକୁ ଯାଉଥିବା ସମୟରେ ୩ ଜଣ ଛାତ୍ରୀଙ୍କ ଉପରେ ଏସିଡ୍ ପକାଇଲା ଦୁର୍ବୁତ୍ତ । ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି । କର୍ଣ୍ଣାଟକର ମାଙ୍ଗାଲୁରୁରୁ ଏପରି ଏକ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, କଡଓ୍ୱା ଅଞ୍ଚଳରେ ଥିବା ଏକ ସ୍କୁଲକୁ ଦ୍ୱିତୀୟ ପିୟୁସି ଟେଷ୍ଟ୍ ପରୀକ୍ଷା ଦେବା ପାଇଁ ଆସୁଥିଲେ ଛାତ୍ରୀ । ସେହି ସମୟରେ ସ୍କୁଲ୍ ନିକଟରେ ଜଣେ ଦୁର୍ବୁତ୍ତ ମୁହଁରେ ମାସ୍କ ପିନ୍ଧି ଛକି ରହିଥିଲା । ଛାତ୍ରୀମାନେ ସ୍କୁଲ୍ ନିକଟରେ ପହଞ୍ଚିବା ପରେ ଦୁର୍ବୁତ୍ତ ଜଣକ ସେମାନଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲା । ଏସିଡ୍ ମାଡ କରିବା ପରେ ଘଟଣାସ୍ଥଳରୁ ଦୁର୍ବୁତ୍ତ ଜଣକ ଫେରାର୍ ହୋଇଯାଇଥିଲା । ଅନ୍ୟପଟେ ଛାତ୍ରୀ ୩ ଜମ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ଶିକ୍ଷକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମୁହଁ ଓ ଶରୀରରେ ଏସିଡ୍ ପଡିଥିବାରୁ ଅଧିକ ଚିକିତ୍ସା ପାଇଁ ମାଙ୍ଗାଲୁର ସ୍ଥିତ ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ, ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ବୟସ ୨୩ ବର୍ଷ ହୋଇଥିବା ସମୟରେ ତାଙ୍କ ନାମ ଅବିନ୍ ବୋଲି ଜଣାପଡିଛି । ସେ ଜଣେ ଏମବିଏ ଛାତ୍ର ହୋଇଥିବା ସମୟରେ କାହିଁକି ଏପରି କାମ କଲା ସେନେଇ ପୋଲିସ ଅଧିକ ପଚରାଉଚରା କରୁଛି ।

Also Read- Delhi Budget 2024: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତ୍ୟେକ ମହିଳା ପାଇବେ ୧୦୦୦ ଟଙ୍କା !

Also Read- BSF Women Sniper: ଦେଶର ପ୍ରଥମ ବିଏସଏଫ ମହିଲା ସ୍ନାଇପର ସୁମନ, ୩କିମି ଦୂରରୁ ଶତୃକୁ ଦେଇଥିଲେ ଚକମା