Crime News: ୨୨ ବର୍ଷ ଧରି ଫେରାର୍ ଥିବା ଆତଙ୍କବାଦୀଙ୍କୁ ଧରିଲା ଦିଲ୍ଲୀ ପୋଲିସ
Advertisement
Article Detail0/zeeodisha/odisha2128188

Crime News: ୨୨ ବର୍ଷ ଧରି ଫେରାର୍ ଥିବା ଆତଙ୍କବାଦୀଙ୍କୁ ଧରିଲା ଦିଲ୍ଲୀ ପୋଲିସ

Delhi Police Arrest Terrorist: ପୋଲିସ କବଳରୁ ରକ୍ଷା ପାଇବା ପାଇଁ ଆତଙ୍କବାଦୀ ଜଣକ ନିଜର ପରିଚୟ ବଦଳାଇଥିଲା । ୧୯୯୭ ମସିହାରେ SIMI ସଂଗଠନରେ ଯୋଗ ଦେବାପରେ ଅନେକ ମାମଲା ରୁଜୁ ହୋଇଥିଲା ।

Crime News: ୨୨ ବର୍ଷ ଧରି ଫେରାର୍ ଥିବା ଆତଙ୍କବାଦୀଙ୍କୁ ଧରିଲା ଦିଲ୍ଲୀ ପୋଲିସ

Delhi Police Arrest Terrorist: ଦିଲ୍ଲୀ ପୋଲିସକୁ ଆଉଏକ ବଡ଼ ସଫଳତା ମିଳିଛି । ଦୀର୍ଘ ୨୨ ବର୍ଷ ଧରି ଫେରାର୍ ଥିବା ସିଏମଆଇର ସଦସ୍ୟ ହନିଫ ଶେଖକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଦେଶଦ୍ରୋହ ଅଭିଯୋଗରେ ୨୦୦୧ ମସିହାରେ ହନିଫକୁ ଗିରଫ କରାଯାଇଥିଲା । (UAPA) ଅନୁଯାୟୀ ହନିଫ ଶେଖଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ ହୋଇଥିଲା। ପୋଲିସର ସୂଚନା ଅନୁଯାୟୀ, ହନିଫ ଶେଖ ଇସଲାମିକ୍ ମୁଭମେଣ୍ଟ ପତ୍ରିକାର ଉର୍ଦ୍ଦୁ ସଂସ୍କରଣର ସମ୍ପାଦକ ଥିଲା ।

ହନିଫ ଶେଖ ଖୁବ୍ ଚତୁରତାର ସହ ଲୁଚି ରହିଥିଲା । ଇସଲାମିକ୍ ମୁଭମେଣ୍ଟ ମାଗାଜିନରେ ପ୍ରକାଶିତ ହନିଫ ହୁଦାଇଙ୍କ ନାମ ଦ୍ୱାରା ପୋଲିସ ହନିଫ୍ ନିକଟରେ ପହଞ୍ଚିଥିଲା । ପୋଲିସ ପୂର୍ବରୁ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ଧରିବା ବହୁତ କଷ୍ଟସାଧ୍ୟ ହୋଇପଡିଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଡେପୁଟି କମିଶନର ଅଙ୍କିତ ସିଂଙ୍କ କହିବା ଅନୁଯାୟୀ, ସେ ସିମି ସଂଗଠନର ଜଣେ ଆତଙ୍କବାଦୀ । ହନିଫ୍ ମହାରାଷ୍ଟ୍ରର ଭୁସାଭାଲରେ ରହୁଥିଲା। ତା ବିରୋଧରେ ମହାରାଷ୍ଟ୍ରରେ UAPA ଏବଂ ଜାତୀୟ ବିରୋଧୀ କାର୍ଯ୍ୟକଳାପ ଅଧୀନରେ ମାମଲା ରୁଜୁ ହୋଇଛି।

ହନିଫ ଶେଖ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ ଏବଂ କେରଳରେ ସିମି ସଂଗଠନର ବିଭିନ୍ନ ବୈଠକରେ ଭାଗ ନେଉଥିଲା । ୨୦୦୨ ରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ। ବହୁ ବର୍ଷ ଧରି ପୋଲିସ୍ ତାକୁ ଖୋଜାଖୋଜି କରିଥିଲା । ହନିଫ ଶେଖ ନିଜର ପରିଚୟ ବଦଳାଇ ବର୍ତ୍ତମାନ ମହମ୍ମଦ ହନିଫ ନାମରେ ରହୁଥିଲା ।

ସୂଚନା ଅନୁଯାୟୀ, ହନିଫ ଭୁସାଭାଲର ଏକ ଉର୍ଦ୍ଦୁ ମଧ୍ୟମ ମ୍ୟୁନିସିପାଲିଟି ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲା। ଏହି ସୂଚନା ପୋଲିସକୁ ମିଳିବା ପରେ ୨୨ ଫେବୃଆରୀରେ ପୋଲିସ୍ ହନିଫକୁ ଭୁସାଭାଲରୁ ଧରିବା ପାଇଁ ଯୋଜନା କରିଥିଲା। ହନିଫ ଶେଖ ୧୯୯୭ ମସିହାରେ ମାରୁଲ ଜାଲଗାଓଁରୁ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲା । ସେହି ବର୍ଷ ସେ ସିମି ସଂଗଠନରେ ଯୋଗ ଦେଇଥିଲା । ତାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ତତ୍କାଳୀନ ସିଏମଆଇ ମୁଖ୍ୟ ହନିଫ ଶେଖଙ୍କୁ ୨୦୦୧ ମସିହାରେ ଇସଲାମିକ୍ ମୁଭମେଣ୍ଟ୍ ଉର୍ଦ୍ଦୁ ସଂସ୍କରଣର ସମ୍ପାଦକ ଦାୟିତ୍ୱ ଦେଇଥିଲେ । ଏହି ବର୍ଷ ପୋଲିସର ଚଢାଉ ପରେ ହନିଫ ଶେଖ ନିଜର କିଛି ସହଯୋଗୀଙ୍କ ସହ ଖସି ପଳାଇବାରେ ସଫଳ ହୋଇଥିଲେ । ଗିରଫଦାରୀ ଭୟରେ ସେ ଜାଲଗାଓଁର ଭୁସାଭାଲରେ ପରିଚୟ ବଦଳାଇ ରହୁଥିଲେ ।

Also Read- ବଲାଙ୍ଗିର ବଡ଼ମାଳରେ ଅଘଟଣ, ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

Also Read- ସୁବର୍ଣ୍ଣପୁରର ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ