Crime News: ତେନ୍ତୁଳି ଗଛ କାହାର? ଭାଗ ଛିଣ୍ଡିଲାନି ବୋଲି ୩ ଜଣଙ୍କୁ ହତ୍ୟା
Advertisement
Article Detail0/zeeodisha/odisha2118499

Crime News: ତେନ୍ତୁଳି ଗଛ କାହାର? ଭାଗ ଛିଣ୍ଡିଲାନି ବୋଲି ୩ ଜଣଙ୍କୁ ହତ୍ୟା

Crime News: ତେନ୍ତୁଳି ଗଛ ଭାଗ ବାଣ୍ଟ ନହୋଇ ପାରିବାରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଏପରି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ବଣାଇଁ ରେଳ ଧାରଣାରୁ ମିଳିଥିବା ୪ ମୃତଦେହ ପଛର ସତ ଏବେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଫେବୃଆରୀ ୧୭ ତାରିଖ ଦିନ କେନ୍ଦୁପୋଷି ରେଳଷ୍ଟେଶନ ନିକଟରୁ ମିଳିଥିଲା ୩ ମୃତଦେହ । ସେମଧ୍ୟରେ ଥିଲେ ୨ ଶିଶୁ ଏବଂ ଜଣେ ମହିଳା । ହତ୍ୟା ହୋଇଥିବା ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରି ଅନେକ ଖୋଳତାଡ଼ ଆରମ୍ଭ କରିଥିଲା । ଆଉ ଶେଷରେ ଯେଉଁ ସତ ସାମ୍ନାକୁ ଆସିଲା ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଗୋଟିଏ ତେନ୍ତୁଳି ଗଛ ଭାଗ ବଣ୍ଟା ନହୋଇପାରିବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି । ତେବେ ରେଳ ଧାରଣା କଡରୁ ମିଳିଥିବା ଚତୁର୍ଥ ମୃତଦେହର ପରିଚୟ ଏଯାଏଁ ମିଳିନଥିବା ଜଣାପଡିଛି ।

ଏହି ହତ୍ୟାକାଣ୍ଡରେ ସମୃକ୍ତ ଥିବା ସମସ୍ତ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ହତ୍ୟା କରି ତାହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଅଭିଯୁକ୍ତମାନେ ଶବକୁ ରେଳଧାରଣାରେ ପକାଇବାର ଯୋଜନା କରିଥିବା ପୋଲିସ କହିଛି । ରେଳ ଧାରଣାରେ ଯେଉଁ ମହିଳାଙ୍କ ମୃତ ଦେହ ପଡିଥିଲା ତାଙ୍କର ଜଣେ ୧୫ ବର୍ଷୀୟା ଝିଅ ହତ୍ୟାରୁ ବର୍ତ୍ତିବା ସହ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲା । ଆହୁରୀ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ହତ୍ୟାକାରୀ କୌଣସି ଅନ୍ୟ ଲୋକ ନୁହେଁ ବରଂ ମହିଳାଙ୍କ ଦିଅର, ଦେଢଶୁର ଏବଂ କକା ବୋଲି ଜଣାପଡିଛି । ମୃତ ମହିଳାଙ୍କ ସ୍ୱାମୀ ବିନୁ ସିଂ ପୁଣେରେ ଏକ କମ୍ପାନୀରେ କାମ କରୁଥିଲେ । ମହିଳା ଗାଁରେ ପିଲାମାନଙ୍କ ସହ ରହୁଥିଲେ । ଏହାର ସୁଯୋଗ ନେଇ ସାଙ୍ଘାତିକ ଚକ୍ରାନ୍ତ କରାଯାଇଥିଲା ବୋଲି କୁହାଯାଉଛି ।

Also Read- ବାପୁଜୀନଗରରେ ସନ୍ଥକବି ଭୀମଭୋଇ ପାଠାଗାର ଉଦଘାଟିତ

Also Read- ନିର୍ବାଚନ ଲଢିବେନି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଜାଣନ୍ତୁ କିଏ ହେବେ ପ୍ରାର୍ଥୀ