Advertisement
Article Detail0/zeeodisha/odisha2205868
Zee OdishaOdisha TrendingCrude Oil Price: ଅଶୋଧିତ ତୈଳରେ ଲାଗିପାରେ ନିଆଁ; ଶତକ ପାର କରିପାରେ ମୂଲ୍ୟ

Crude Oil Price: ଅଶୋଧିତ ତୈଳରେ ଲାଗିପାରେ ନିଆଁ; ଶତକ ପାର କରିପାରେ ମୂଲ୍ୟ

Israel-Iran conflict latest updates: ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଅଶୋଧିତ ତୈଳ ମୂଲ୍ୟରେ ଆହୁରି ଅଧିକ ବୃଦ୍ଧି ହୋଇପାରେ।

Crude Oil Price: ଅଶୋଧିତ ତୈଳରେ ଲାଗିପାରେ ନିଆଁ; ଶତକ ପାର କରିପାରେ ମୂଲ୍ୟ

crude oil price may rise due to israel iran war: ମଧ୍ୟ ପୂର୍ବରେ ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶିଖରରେ ପହଞ୍ଚିସାରିଛି। ଗତ ଶନିବାର ରାତିରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଶହ ଶହ ଡ୍ରୋନ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହ ଆକ୍ରମଣ କରାଯାଇଥିଲା। ଏହି ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାର ପ୍ରଭାବ ସାମଗ୍ର ବିଶ୍ୱରେ ଦେଖିବାକୁ ମିଳିଥିଲା। ଏହି ଯୁଦ୍ଧ ହେତୁ ସମଗ୍ର ବିଶ୍ୱରେ ଦରଦାମ ବୃଦ୍ଧି ହୋଇପାରେ। ଏହା ସହିତ ଅଶୋଧିତ ତୈଳ ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇପାରେ।

ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ମଧ୍ୟ ଅନୁଭୂତ ହୋଇପାରେ। ଏହା ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ଅଶୋଧିତ ତୈଳ ଏବଂ ଗ୍ୟାସ୍ ଯୋଗାଣ। ଭାରତ ନିଜର ଅଶୋଧିତ ତୈଳ ଏବଂ ଗ୍ୟାସ୍ ଚାହିଦା ଆରବ ଦେଶର ସହାୟତାରେ ପୂରଣ କରିଥାଏ। କେବଳ ସେତିକି ନୁହେଁ ଯୁକ୍ତରାଷ୍ଟ୍ର ଆମେରିକାରେ ପୂର୍ବରୁ ଚାଲିଥିବା ଦରଦାମ ବୃଦ୍ଧି ମଧ୍ୟ ଆହୁରି ଚିନ୍ତା ବଢାଇପାରେ।

୯୦ ଡଲାର ପାର କରିସାରିଛି ଅଶୋଧିତ ତୈଳ ମୂଲ୍ୟ
ଏବେ ଆରବ ଦେଶରେ ଇସ୍ରାଏଲ୍ ସହ ଇରାନ ସମର୍ଥିତ ହମାସ୍-ହିଜିବୁଲ୍ଲା ଭଳି ଆତଙ୍କବାଦୀ ଗୋଷ୍ଠୀ ଯୁଦ୍ଧ ଲଢୁଛନ୍ତି। ଏହି ଯୁଦ୍ଧର ପ୍ରଭାବ କେବଳ ଷ୍ଟକ୍ ମାର୍କେଟ ଉପରେ ଅନୁଭୂତ ହୋଇନାହିଁ। ବରଂ ଅଶୋଧିତ ତୈଳ ମୂଲ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇପାରେ। ଗତ ଶୁକ୍ରବାର (୧୨ ଅପ୍ରେଲ) ଅଶୋଧିତ ତୈଳ ମୂଲ୍ୟରେ ୧ ପ୍ରତିଶତ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଥିଲା। ଏହା ସହିତ ସୋମବାର (୧୫ ଅପ୍ରେଲ) ମଧ୍ୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ହୋଇଛି। ସୋମବାର ମଧ୍ୟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୯୦ ଡଲାର ଠାରୁ ଅଧିକ ରହିଛି।

Add Zee News as a Preferred Source

୧୦୦ ଡଲାର ପାର କରିପାରେ ଅଶୋଧିତ ତୈଳ ମୂଲ୍ୟ
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଅଶୋଧିତ ତୈଳ ମୂଲ୍ୟ ୬ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମାନେ ବିଶ୍ୱାସ କରୁଛନ୍ତି ଯେ ଯଦି ଏହି ଯୁଦ୍ଧ ଏକ ବଡ଼ ରୂପ ଧାରଣ କରେ ତାହେଲେ ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ଅତିକ୍ରମ କରିପାରେ। ମୂଲ୍ୟ ବୃଦ୍ଧି ହେବାର ସବୁଠାରୁ ବଡ଼ ପ୍ରଭାବ ଭାରତ ଉପରେ ଦେଖିବାକୁ ମିଳିବ। କାରଣ ଭାରତ ଏହାର ତୈଳ ଆବଶ୍ୟକତାର ୯୦ ପ୍ରତିଶତ ଅନ୍ୟ ଦେଶ ମାଧ୍ୟମରେ ପୂରଣ କରିଥାଏ।

କ୍ଷତି ସହିପାରେ ଭାରତ 
ଯଦି ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ଅତିକ୍ରମ କରିଯାଏ, ତାହେଲେ ଭାରତୀୟଙ୍କୁ ପୂର୍ବ ଅପେକ୍ଷା ଆହୁରି ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେତୁ ପେଟ୍ରୋଲ-ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନ ଭାରତରେ ସଂସଦୀୟ ନିର୍ବାଚନ ହେବାକୁ ଯାଉଛି। ଲୋକେ ଅନୁମାନ କରୁଛନ୍ତି ଯେ ନିର୍ବାଚନ ପରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ହୋଇପାରେ। ନିର୍ବାଚନ ସମୟରେ ଜନସାଧାରଣଙ୍କୁ ମିଳିଥିବା ଆଶ୍ୱସ୍ତି ଯଥା ଶୀଘ୍ର ଶେଷ ହୋଇପାରେ। 

About the Author