Pamban Railway Bridge: ଅଗ୍ନି ପରୀକ୍ଷା ଦେବ ସମୁଦ୍ରରେ ନିର୍ମିତ ହୋଇଥିବା ଦେଶର ପ୍ରଥମ ରେଳ ପୋଲ
Advertisement
Article Detail0/zeeodisha/odisha2199733

Pamban Railway Bridge: ଅଗ୍ନି ପରୀକ୍ଷା ଦେବ ସମୁଦ୍ରରେ ନିର୍ମିତ ହୋଇଥିବା ଦେଶର ପ୍ରଥମ ରେଳ ପୋଲ

New Pamban Railway Bridge: ରେଳ ବିକାଶ ନିଗମ ଲିମିଟେଡ୍ ପକ୍ଷରୁ ନିର୍ମିତ ହେଉଛି ପ୍ରାୟ ୨.୦୮ କିଲୋମିଟର ଲମ୍ବା ପମ୍ବନ୍ ରେଳ ପୋଲ। ଯାହା ସମ୍ପୂର୍ଣ୍ଣ ସମୁଦ୍ରରେ ନିର୍ମିତ ହେଉଛି।

Pamban Railway Bridge: ଅଗ୍ନି ପରୀକ୍ଷା ଦେବ ସମୁଦ୍ରରେ ନିର୍ମିତ ହୋଇଥିବା ଦେଶର ପ୍ରଥମ ରେଳ ପୋଲ

Pamban Railway Bridge Curve Test: ଭାରତୀୟ ରେଳବାଇ ନିର୍ମାଣ କ୍ଷେତ୍ରରେ ଅନେକ ରେକର୍ଡ ସୃଷ୍ଟି କରିଛି। ତାହା ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ ହେଉ କିମ୍ବା କାଶ୍ମୀର ଉପତ୍ୟାକାର ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ହେଉ ରେଳବାଇ ନିର୍ମାଣ କ୍ଷେତ୍ରରେ ଅନେକ ସଫଳତା ପାଇଛି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି କନ୍ୟାକୁମାରୀ ସ୍ଥିତ ପମ୍ବନ୍ ବ୍ରିଜ୍। ହେଲେ ପୁରୁଣା ପମ୍ବନ୍ ପୋଲର ବୟସ ପ୍ରାୟ ଶେଷ ହୋଇଯାଇଛି। ଏବେ ଏହି ରେଳ ପୋଲ ଆଫ ଅଧିକ ଦିନ ବ୍ୟବହାର ହୋଇପାରିବ ନାହିଁ। ଏବେ ଅନ୍ୟ ଏକ ନୂତନ ପମ୍ବନ୍ ରେଳ ପୋଲ ନିର୍ମାଣ କରାଯାଇଛି। ସମୁଦ୍ରରେ ନିର୍ମିତ ହୋଇଥିବା ଦେଶର ପ୍ରଥମ ରେଳ ପୋଲ ଏବେ ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ତୁଳନାତ୍ମକ ଉଦାହରଣ ହେବାକୁ ଯାଉଛି। ଆପଣଙ୍କୁ କହିବା ଯେ ପମ୍ବାନ୍ ବ୍ରିଜ୍ ହେଉଛି ଦେଶର ମୁଖ୍ୟ ଭୂଭାଗକୁ ରାମେଶ୍ୱରମ୍ ଦ୍ୱୀପ ସହିତ ସଂଯୋଗ କରୁଥିବା ଏକ ସେତୁ। ଯାହା ସମ୍ପୂର୍ଣ୍ଣ ସମୁଦ୍ର ଉପରେ ନିର୍ମିତ ହୋଇଛି। 

ହେଲେ କ'ଣ ଆପଣ ଜାଣିଛନ୍ତି, ସମୁଦ୍ର ଉପରେ ନିର୍ମିତ ହୋଇଥିବା ନୂତନ ପମ୍ବନ୍ ରେଳ ପୋଲ (New Pamban Railway Bridge) ଅଗ୍ନି ପରୀକ୍ଷା ଦେବାକୁ ଯାଉଛି। ହଁ ଆଜ୍ଞା, ଦେଶର ପ୍ରଥମ "ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍" (First Vertical Lift Bridge of India) ପାଇଁ ଘୂର୍ଣ୍ଣନ (Curve) ଏକ ବଡ଼ ସମସ୍ୟା ହୋଇଛି। ଏହି ସେତୁ ନିର୍ମାଣ ପାଇଁ ରେଳବାଇ ବୈଷୟିକ ଏବଂ ଅଶାନ୍ତ ସମୁଦ୍ରରୁ ଆସୁଥିବା ଅସୁବିଧାର ସାମ୍ନା କରିସାରିଛି।

ପ୍ରାୟ ୨.୦୮ କିଲୋମିଟର ଲମ୍ବା ପମ୍ବନ୍ ରେଳ ପୋଲର ନିର୍ମାଣ ରେଳ ବିକାଶ ନିଗମ ଲିମିଟେଡ୍ (Rail Vikas Nigam Limited) ଆରଭିଏନଏଲ (RVNL) ଦ୍ୱାରା କରାଯାଉଛି। ଏହି ପୋଲର "ଭର୍ଟିକାଲ୍ ଲିଫ୍ଟ" (Pamban Railway Bridge Vertical Lift) ଅର୍ଥାତ ନିଜ ସ୍ଥାନରୁ ଉଠି ଯାଉଥିବା ଅଂଶକୁ ଉପରକୁ ଉଠାଇ ନେଉଥିବା "ଲିଫ୍ଟ ସ୍ପାନ୍" (Pamban Railway Bridge Lift Span) ଆକାର ୭୨.୫ ମିଟର ଲମ୍ବ ଏବଂ ୧୬ ମିଟର ଚଉଡ଼ା। ଯାହାର ଓଜନ ହେଉଛି ୫୫୦ ଟନ୍। ଏହି ଅଂଶକୁ ତାମିଲନାଡୁ ସ୍ଥିତ ରମେଶ୍ୱରମ ଉପକୂଳରୁ (Tamil Nadu Rameshwaram Coast) ୪୫୦ ମିଟର ଦୂରରେ ସମୁଦ୍ରକୁ ନେବାରେ ଆରଭିଏନଏଲ ଏକ ବଡ଼ ସମସ୍ୟାର ସାମ୍ନା କରିଛି। 

Also Read: ସ୍ଥଳ ପରେ ସମୁଦ୍ର ପଥରେ ସେବା ଯୋଗାଇବ ଭାରତୀୟ ରେଳବାଇ

ଏନେଇ ପ୍ରତିକ୍ରିୟା ରଖି ଜଣେ ଆରଭିଏନଏଲ ଅଧିକାରୀ କହିଛନ୍ତି ଯେ ଆମେ ମାର୍ଚ୍ଚ ୧୦ ତାରିଖରୁ ଏହି "ଲିଫ୍ଟ ସ୍ପାନ" ଘୁଞ୍ଚାଇବା କାର୍ଯ୍ୟ ଆରମ୍ଭ କରିଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୫୦ ଟନ୍ "ଲିଫ୍ଟ ସ୍ପାନ" ପୋଲର ୮୦ ମିଟର  ମଧ୍ୟଭାଗକୁ ଘୁଞ୍ଚାଇ ସାରିଛୁ। ସବୁଠୁ ବଡ ଆହ୍ୱାନ ହେଉଛି ଏହି ପୋଲର ୨.୬୫ ଡିଗ୍ରୀ ଘୂର୍ଣ୍ଣନ। ଯଦି ଏହି ପୋଲ ସିଧା ହୋଇଥାନ୍ତା, ତାହେଲେ ଆମେ ଏହାକୁ ଶୀଘ୍ର ଚାହୁଁଥିବା ସ୍ଥାନକୁ ପହଞ୍ଚାଇ ପାରିଥାନ୍ତୁ। 

ପମ୍ବନ୍ ରେଲୱେ ବ୍ରିଜ୍ ଆଲାଇନମେଣ୍ଟ (Pamban Railway Bridge Alignment) ସହିତ ଜଡିତ ଅନେକ ପରିବର୍ତ୍ତନ ହେତୁ ଏହି ପୋଲକୁ ବକ୍ର ଆକାର ରଖିବା ଆବଶ୍ୟକ। "ଲିଫ୍ଟ ସ୍ପାନ" ଏହାର ଶେଷ ପଏଣ୍ଟ ଠାରେ ପହଞ୍ଚାଇବା କାର୍ଯ୍ୟ ଆସନ୍ତା ମେ ମାସରେ ଶେଷ ହେବ। ଏହାକୁ ଆହୁରି ୩୭୦ ମିଟର ଆଗକୁ ନେବା କାର୍ଯ୍ୟ ବାକି ରହିଛି। ପୋଲର ବକ୍ର ଅଂଶ ଥରେ ପାର ହୋଇଗଲେ ଏହାର ବାକି ରହିଥିବା କାର୍ଯ୍ୟ ଶୀଘ୍ର ହୋଇପାରିବ।ଏହି ସେତୁ ଆରମ୍ଭ କରିବା ପାଇଁ କମ୍ପାନୀ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ସମୟସୀମା ଧାର୍ଯ୍ୟ କରିଛି। ଏହି ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସମସ୍ତ ପ୍ରୟାସ କରାଯାଉଥିବା ଆରଭିଏନଏଲ ପକ୍ଷରୁ କୁହାଯାଉଛି।