Delhi Drain Death: ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମାଆ ଛାଡିନଥିଲା ଛୁଆର ହାତ
Advertisement
Article Detail0/zeeodisha/odisha2365171

Delhi Drain Death: ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମାଆ ଛାଡିନଥିଲା ଛୁଆର ହାତ

Delhi Ghazipur Mother Son Died: ବିଳମ୍ବିତ ରାତିରେ ମୃତଦେହ ମିଳିବା ପରେ ପରିସ୍ଥିତି ଶୋକାକୂଳ ହୋଇଥିଲା । ଏବେ ଦିଲ୍ଲୀରେ ଡ୍ରେନେଜ୍ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଭୟଙ୍କ ମୃତ୍ୟୁରେ କ୍ଷତିପୂରଣ ଦାବି କରୁଛନ୍ତି ଜନସାଧାରଣ । ସେହି ଦୁଇଜଣଙ୍କର ଅପରାଧ କ’ଣ ଥିଲା, କେହି କହିପାରିବେ କି? ବୋଲି ପ୍ରଶ୍ନ କରୁଛନ୍ତି ସମ୍ପର୍କୀୟ ।

Delhi Drain Death: ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମାଆ ଛାଡିନଥିଲା ଛୁଆର ହାତ

Delhi Ghazipur Mother Son Died: ଦିଲ୍ଲୀରେ ପ୍ରବଳ ବର୍ଷା କାରଣରୁ ପରିସ୍ଥିତି ଅଣାୟତ ହୋଇଛି । ପ୍ରବଳ ବର୍ଷା ଫଳରେ ଚାରିଆଡେ ଜଳାର୍ଣ୍ଣବ ପରିବେଶ ସୃଷ୍ଟି ହୋଇଥିଲା । ସେହି ସମୟରେ ମାଆ ଏବଂ ଝିଅ ରାସ୍ତା ପାର ସମୟରେ ଖୋଲା ଡ୍ରେନରେ ପଡିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ତନୁଜା ଏବଂ ପ୍ରିୟଙ୍କାଙ୍କ ଶବ ମିଳିଲା, ସେତେବେଳେ ମାଆ ନିଜ ପିଲାର ହାତ ଛାଡିନଥିବା ଦେଖିବାକୁ ମିଳିଥିଲା । ଯାହା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ ଥିଲା । ସେ ନିଜ ପିଲା ପାଇଁ ସ୍କୁଲ ପୋଷାକ କିଣିବାକୁ ଘରୁ ବାହାରି ଯାଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ମୃତଦେହ ମିଳିବା ପରେ ପରିସ୍ଥିତି ଶୋକାକୂଳ ହୋଇଥିଲା । ଏବେ ଦିଲ୍ଲୀରେ ଡ୍ରେନେଜ୍ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଭୟଙ୍କ ମୃତ୍ୟୁରେ କ୍ଷତିପୂରଣ ଦାବି କରୁଛନ୍ତି ଜନସାଧାରଣ । ସେହି ଦୁଇଜଣଙ୍କର ଅପରାଧ କ’ଣ ଥିଲା, କେହି କହିପାରିବେ କି? ବୋଲି ପ୍ରଶ୍ନ କରୁଛନ୍ତି ସମ୍ପର୍କୀୟ ।

କଥାରେ ଅଛି ମାଆ ପାଖରେ ଥିଲେ ଛୁଆର ସାହସ ବଢିଥାଏ । ୩ ବର୍ଷର ପ୍ରିୟଙ୍କା ମଧ୍ୟ ହୁଏତ ଶେଷ ସମୟରେ ତାହା ହିଁ ଭାବିଥିବ ଯେ, ମୋ ମାଆ ପାଖରେ ଅଛି ମୋର କିଛି ହେବ ନାହିଁ । ଯେତେବେଳେ ଝିଅ ହାତରୁ ଖସି ଡ୍ରେନ୍‌ରେ ଭାସିଗଲା ସେତେବେଳେ ମା ତାଙ୍କୁ ଉଦ୍ଧାର କରିବାକୁ ଡ୍ରେନକୁ ଡେଇଁପଡିଥିଲେ। ଯେପର୍ଯ୍ୟନ୍ତ ମା ଜୀବିତ ଥିଲେ, ପିଲାଟିର ନିଶ୍ଚିତ ବଞ୍ଚିବାର ଆଶା ରହିଥିବ କିନ୍ତୁ କିଛି ସମୟ ପରେ ଉଭୟଙ୍କ ମୃତଦେହ ମିଳିଲା । ସେହି ଦୃଶ୍ୟକୁ ଯେ କେହି ବି ଦେଖିଲେ ତାହା ସମସ୍ତଙ୍କ ଆଖିରେ ଲୁହ ଭରିଦେଲା । ମାଆ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପିଲାଟିକୁ ହାତରେ ଧରିଥିଲେ। ଜଳର ସ୍ରୋତ ଖୁବ ଅଧିକ ଥିଲା ଏଥିସହ ଡ୍ରେନ୍ ମଧ୍ୟ ପ୍ରାୟ ୧୦ଫୁଟରୁ ଅଧିକ ଗଭୀର ଥିଲା । ୩ ବର୍ଷର ପ୍ରିୟଙ୍କା ପ୍ରଥମ ଥର ପାଇଁ ଏହି ମାସ ସ୍କୁଲ ଯାଇଥିଲେ। ତେଣୁ ଘରେ ସମସ୍ତେ ବହୁତ ଖୁସି ଥିଲେ । କିନ୍ତୁ ସେମାନେ ଜାଣି ନଥିଲେ ଯେ, ଦିଲ୍ଲୀର ଡ୍ରେନେଜ ସିଷ୍ଟମ ଜୀବନରେ ଏପରି ଅଘଟଣ ଘଟାଇବ ।

ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଯେତେବେଳେ ଡ୍ରେନରୁ ଉଭୟ ମାଆ ଏବଂ ଝିଅଙ୍କୁ ବାହାର କରାଗଲା ସେତେବେଳେ ତନୁଜାଙ୍କୁ ମୃତ ଘୋଷଣା କରାଯାଇଥିଲାବେଳେ ପ୍ରିୟଙ୍କାଙ୍କ ବଞ୍ଚିବାର ଆଶା କମ୍ ଥିଲା। ତୁରନ୍ତ ହସପିଟାଲ ନେବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ତାଙ୍କ ଜୀବନ ମଧ୍ୟ ବଞ୍ଚି ପାରିଲା ନାହିଁ। ଦୁର୍ଘଟଣା ସମୟରେ ତନୁଜାଙ୍କ ବୋହୂ ପିଙ୍କି ମଧ୍ୟ ସେଠାରେ ଥିଲେ। ସେ କହିଥିଲେ ଯେ, ତନୁଜା ପ୍ରିୟଙ୍କାଙ୍କୁ ହାତରେ ଧରିବା ସହ ବ୍ୟାଗ ମଧ୍ୟ ଧରିଥିଲେ। ପିଙ୍କି ମଧ୍ୟ ସେମାନଙ୍କୁ ବଞ୍ଚାଚାଇବାକୁ ଯାଇଥିଲେ କିନ୍ତୁ ସେତେବେଳକୁ ପ୍ରବଳ ସ୍ରୋତ ତନୁଜାଙ୍କୁ ଭସାଇ ନେଇଥିଲା । ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି ଯେ, ପୂର୍ବ ଦିଲ୍ଲୀର ଗାଜିପୁର ଅଞ୍ଚଳର ୨୨ ବର୍ଷୀୟ ତନୁଜା ଏବଂ ତାଙ୍କ ତିନି ବର୍ଷର ଝିଅ ପ୍ରିୟଙ୍କାଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ଏକ ହୃଦୟ ବିଦାରକ ଘଟଣା । ସରକାର ଏବଂ ପ୍ରଶାସନିକ ବ୍ୟବସ୍ଥା ପରସ୍ପରକୁ ଦାୟୀ କରିବେ, କିନ୍ତୁ ଦୁଇ ନିରୀହ ଲୋକ କିପରି ଜୀବନ ହରାଇଲେ ଏହାର ଉତ୍ତରଦାୟିତ୍ୱ କ’ଣ ହେବ?

AAP ବିଧାୟକ କୁଲଦୀପ କୁମାର କହିଛନ୍ତି ଯେ, 'ମୁଁ କହିବି ଯେ ଏହା ଏକ ଘଟଣା ନୁହେଁ, ବରଂ ହତ୍ୟା । ଡିଡିଏ ଦ୍ୱାରା ନିର୍ମାଣାଧୀନ ଡ୍ରେନକୁ ଆଚ୍ଛାଦନ କରାଯାଇ ନାହିଁ। ଏଥିରେ ପଡ଼ିବା କାରଣରୁ ଉଭୟ ମାଆ ଏବଂ ପିଲାଙ୍କ ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ହତ୍ୟା ମାମଲା ପଞ୍ଜିକରଣ କରିବା ସହ ପୀଡିତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ଉଚିତ।

Also Read- Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର