Arvind Kejriwal Case: ଅରବିନ୍ଦ କେଜ୍ରିୱାଲଙ୍କୁ ଅଦାଲତରୁ ମିଳିଲା ଜବରଦସ୍ତ ଝଟକା
Advertisement

Arvind Kejriwal Case: ଅରବିନ୍ଦ କେଜ୍ରିୱାଲଙ୍କୁ ଅଦାଲତରୁ ମିଳିଲା ଜବରଦସ୍ତ ଝଟକା

Delhi CM Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ଆହୁରି ୪ ଦିନ ବୃଦ୍ଧି କରିଛନ୍ତି  ସ୍ଥାନୀୟ ରାଉସ୍ ଆଭେନ୍ୟୁ କୋର୍ଟ।

Arvind Kejriwal Case: ଅରବିନ୍ଦ କେଜ୍ରିୱାଲଙ୍କୁ ଅଦାଲତରୁ ମିଳିଲା ଜବରଦସ୍ତ ଝଟକା

Arvind Kejriwal ED Remand Extended Till April 1: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ଥାନୀୟ ରାଉସ୍ ଆଭେନ୍ୟୁ କୋର୍ଟ ଠାରୁ ମିଳିଛି ଜବରଦସ୍ତ ଝଟକା। ତାଙ୍କର ଇଡି ରିମାଣ୍ଡ ଅବଧି ଆହୁରି ୪ ଦିନ ବୃଦ୍ଧି କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କୁ ଆସନ୍ତା ଅପ୍ରେଲ ୧ ତାରିଖରେ ଦିନ ୧୧:୩୦ ସମୟରେ ଅଦାଲତରେ ହାଜର କରାଯିବ। ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ହେପାଜତକୁ ନେବା ମାମଲାରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨ ବର୍ଷ ଧରି ଏହି ମାମଲା ଚାଲିଛି। ଗତ ୨୦୨୨ ଅଗଷ୍ଟ ମାସରେ ସିବିଆଇ ମାମଲା ଦାୟର ହୋଇଥିଲା। ଏହା ପରେ ECIR ଦାଖଲ କରାଯାଇଥିଲା। ମୋତେ ଗିରଫ କରାଯାଇଛି। ହେଲେ ନାଁ ମୋତେ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି ନାଁ ମୋ ବିରୋଧରେ ଆସିଥିବା କୌଣସି ଅଭିଯୋଗ ପ୍ରମାଣିତ ହୋଇଛି।

ଅଦାଲତରେ ହାଜର ହେବା ପରେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ମୋତେ ଗିରଫ କରାଯାଇଛି। ହେଲେ ନାଁ ମୋ ବିରୋଧରେ କୌଣସି ମୋକଦ୍ଦମା ଚାଲୁଛି ନାଁ ମୋ ବିରୋଧରେ ରହିଥିବା କୌଣସି ଅଭିଯୋଗ କୁହାଯାଇଛି। ମୁଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି। ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରେ ସହଯୋଗ କରିଛନ୍ତି। ଗତ ୨୦୨୨ ଅଗଷ୍ଟ ୨୨ ତାରିଖରେ ଇଡ଼ି ECIR ଦାଖଲ କରିଥିଲା। ମୋତେ ଗିରଫ କରାଯାଇଛି। ହେଲେ ମୋତେ କୌଣସି କୋର୍ଟ ଦୋଷୀ ସାବ୍ୟସ୍ତ କରାନାହାଁନ୍ତି। ଇଡି ବର୍ତ୍ତମାନ ପର୍ଯ୍ୟନ୍ତ ୩୧ ହଜାର ପୃଷ୍ଠାର ଦସ୍ତାବିଜ ସଂଗ୍ରହ କରିଛି। ମୋର ଚାରୋଟି ବିବୃତ୍ତିରେ ଏହା ଉଲ୍ଲେଖ କରାଯାଇଛି ଯେ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ କିଛି ଦସ୍ତାବିଜ ଦିଆଯାଇଥିଲା।

ବିଧାୟକ ଏବଂ ଅନ୍ୟ ଅନେକ ଲୋକ ମୋ ଘରକୁ ଆସିଥାନ୍ତି। ହେଲେ ମୁଁ ଜାଣେ ନାହିଁ ଯେ ସେମାନେ କଣ କରୁଛନ୍ତି। କ'ଣ କେବଳ ଏହି ମୋତେ ଗିରଫ କରିବା ପାଇଁ ଯଥେଷ୍ଟ ବୋଲି ଅରବିନ୍ଦ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। କୋର୍ଟ ତାଙ୍କୁ ପଚାରିଛନ୍ତି ଯେ କାହିଁକି ସେ ଏହାକୁ ଲିଖିତ ଆକାରରେ ଦେଉନାହାଁନ୍ତି? ଏହାର ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ କୋର୍ଟରେ କହିବାକୁ ଚାହୁଁଛି ଯେ ଏନେଇ ହେଉଥିବା ଅନୁସନ୍ଧାନର ଦୁଇଟି ଉଦ୍ଦେଶ୍ୟ ରହିଛି। ଗୋଟିଏ ହେଉଛି ଆମ୍ ଆଦମୀ ପାର୍ଟି ଭଳି ଦଳକୁ ଧ୍ୱଂସ କରିବା ଏବଂ ଅନ୍ୟଟି ହେଉଛି ବିଜେପି ଲାଗି ଦଳୀୟ ଚାନ୍ଦା ଯୋଗାଇବା। ନୀତି ପ୍ରସ୍ତୁତ କରିବାରେ କିମ୍ବା ଏହାକୁ କାର୍ଯ୍ୟକାରୀ କରିବାରେ କୌଣସି ଦୁର୍ନୀତି ହୋଇନାହିଁ। ଯାହା ଦୁର୍ନୀତି ତାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ହୋଇଥିବା ଅନୁସନ୍ଧାନରେ ହୋଇଛି।

ଗିରଫଦାରୀ ଉପରେ ପ୍ରଶ୍ନ ଉଠାଇଲେ ଅରବିନ୍ଦ କେଜ୍ରିୱାଲ 
ଅଦାଲତରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ମୋ ବିରୋଧରେ ଚାରୋଟି ବିବୃତ୍ତି ଆସିଛି। ଯେଉଁ ବିବୃତ୍ତି ଆଧାରରେ ଚାନ୍ଦନୀଚୌକ ଅଞ୍ଚଳର ଜଣେ ପକେଟମାର ଯେପରି ଧରାନପଡ଼େ। ଏହି ବିବୃତ୍ତି ଆଧାରରେ କ୍ଷମତାରେ ରହିଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଏହା ମଧ୍ୟରେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ଫୋନ ଜବତ ହୋଇଥିବାର ଖବର ଆସିଛି।