)
Sidhant Mohapatra: ଅଭିନେତାରୁ ରାଜନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ର ଏବେ ଚର୍ଚ୍ଚାରେ ରହିଛନ୍ତି । ଆଜି ସାଇକେଲ ଚଢି ବିଧାନସଭା ପହଞ୍ଚିଥିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଚଳିତ ନିର୍ବାଚନରେ ସେ ପ୍ରଥମ ଥର ଗଞ୍ଜାମ ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଶପଥ ଗ୍ରହଣ ଅବସରରେ ନିଆରା ଅନ୍ଦାଜରେ ବିଧାନସଭା ପହଞ୍ଚିଥିଲେ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର। ପ୍ରଥମ ଦିନରେ ସେ ଏପରି ସାଇକେଲରେ ବିଧାନସଭା ପହଞ୍ଚି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ତେବେ ଏହି ସମୟରେ ସେ ଗଣମାଧ୍ୟମକୁ(Journalist) ପ୍ରତିକ୍ରିୟା ଦେଇ ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିସହ ସେ ନେତା, ମନ୍ତ୍ରୀ ଏବଂ ସାଧାରଣ ଜନତାଙ୍କୁ ମଧ୍ୟ ଏହି ବ୍ୟସ୍ତବହୁଳ ଜୀବନରେ ସାଇକେଲ ବ୍ୟବାହର ପାଇଁ ଅପିଲ କରିଛନ୍ତି । ସାଇକେଲ ଚଲାଇବା ଦ୍ୱାରା ପରିବେଶ ସୁରକ୍ଷା ସହ ଟ୍ରାଫିକ ସମସ୍ୟା ଏଡାଯାଇପାରିବ ବୋଲି କହିଛନ୍ତି ନବନିର୍ବାଚିତ ବିଧାୟକ ସିଦ୍ଧାନ୍ତ ମହାପାତ୍ର(BJP Mla Sidhant Mohapatra)। କେବଳ ଏତିକି ନୁହେଁ ଏହା ଦ୍ୱାରା ଆପଣ ଫିଟ୍ ମଧ୍ୟ ରହିପାରିବେ ବୋଲି ସିଦ୍ଧାନ୍ତ ପ୍ରତିକ୍ରିୟାରେ କହିଛନ୍ତି । ସେ ପ୍ରଥମ ଦିନରେ ନୁହଁ ଏଥର ବିଧାନସଭା ଶେଷଦିନ ଯାଏଁ ସେ ସାଇକେଲରେ ଆସିବେ ବୋଲି କହିଛନ୍ତି।
ତେବେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଧାନସଭାଠାରୁ (Odisha Assembly) ମାତ୍ର ୧କି.ମି କିମ୍ବା ୨କି.ମି ମଧ୍ୟରେ ତାଙ୍କର ବାସଭବନ ହୋଇଥିବାରୁ ସେ ଏଥିପାଇଁ ସାଇକେଲରେ ଆସିଛନ୍ତି। ଅନ୍ୟ ନେତା ଓ ମନ୍ତ୍ରୀଙ୍କୁ ମଧ୍ୟ ଏପରି କରିବା ସେ ଅପିଲ୍ କରିଛନ୍ତି। ପୂର୍ବରୁ ସାଂସଦ ରହିବା ପରେ ଏଥର ବିଜେଡି ଛାଡି ବିଜେପିରେ ଯୋଗ ଦେଇ ଦିଗପହଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ସିଦ୍ଧାନ୍ତ। ଅନେକ ସମୟରେ ସିଦ୍ଧାନ୍ତଙ୍କୁ ଭୁବନେଶ୍ୱର ସହରରେ ସାଇକେଲ ଚଳାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥାଏ। ତେବେ ଗଣମାଧ୍ୟମର ଏକ ପ୍ରଶ୍ନରେ ସୁନ୍ଦର ପ୍ରତିକ୍ରିୟା ରଖିଥିଲେ ସିଦ୍ଧାନ୍ତ।
ବିଧାନସଭା ପ୍ରଥମ ଦିନରେ ବିଜେପି ବିଧାୟକ ସିଦ୍ଧାନ୍ତ କହିଥିଲେ ଯେ, ଅଭିନେତା ହେଲି, ସାଂସଦ ହେଲି, ବିଧାୟକ ବି ହେଲି । ହେଲେ ଏବେ ସରପଞ୍ଚ ହେବାକୁ ଶେଷ ଇଚ୍ଛା ବୋଲି କହିଥିଲେ ସିଦ୍ଧାନ୍ତ ମହାପାତ୍ର। ତେବେ ସୂଚନାଯୋଗ୍ୟ, ୧୯୯୯ ମସିହାରେ ରିଲିଜ ହୋଇଥିଲା ଓଡ଼ିଆ ଫିଲ୍ମ ସରପଞ୍ଚ ବାବୁ(Odia Film Sarpanch Babu) । ତେବେ ଏଥିରେ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅଭିନୟରେ ଥିଲେ। ରାଇ ମୋହନ ଥିଲେ ଖଳନାୟକ ଭୂମିକାରେ। ତେବେ ବିଜେପି ବିଧାୟକ ସିଦ୍ଧାନ୍ତଙ୍କ ଏହି ପ୍ରତିକ୍ରିୟା ସେଇ ପୂରୁଣା ଦିନକୁ ଫେରାଇ ନେଇଥିଲା।