Afghanistan Plane Crash: ଆଫଗାନିସ୍ତାନ ବିମାନ ଦୁର୍ଘଟଣାରେ ସ୍ପଷ୍ଚୀକରଣ ରଖିଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ
Advertisement
Article Detail0/zeeodisha/odisha2070625

Afghanistan Plane Crash: ଆଫଗାନିସ୍ତାନ ବିମାନ ଦୁର୍ଘଟଣାରେ ସ୍ପଷ୍ଚୀକରଣ ରଖିଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ

Plane Crash In Afghanistan: ଗତକାଲି ରାତିରେ ବାଦାଖଶାନ ପ୍ରଦେଶ ବାଦାଖଶାନ ପ୍ରଦେଶରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। 

 

ପ୍ରତୀକାତ୍ମକ ଫଟୋ

DGCA Response on Afghanistan Plane Crash: ଜାନୁଆରୀ ୨୦ ତାରିଖ ଶନିବାର ରାତିରେ ଆଫଗାନିସ୍ତାନ ଠାରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଏନେଇ କୁହାଯାଇଛି ଯେ ଆଫଗାନିସ୍ତାନ ଠାରେ ଯେଉଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଭାରତୀୟ ନୁହେଁ। ଏକଥା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଏହି ବିମାନ ଆଫଗାନିସ୍ତାନର ବାଦାଖଶାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁ ବିମାନ ଋଷିଆ ରାଜଧାନୀ ମସ୍କୋ ଅଭିମୁଖେ ଯାତ୍ରା କରୁଥିଲା। 

ଦୁର୍ଘଟଣାଗ୍ରସ୍ତ ବିମାନ ମରୋକ୍କୋ ବିମାନ (Moroccan Plane Crash in Afghanistan) ବୋଲି ଜଣାପଡିଛି। ଏହି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଏକ ଦଳକୁ ଘଟଣାସ୍ଥଳକୁ ପଠାଯାଇ ଏହାର ଯାଞ୍ଚ କରାଯାଉଛି। ଏନେଇ ମିଳିଥିବା ଖବର ଅନୁସାରେ ଯେଉଁଠାରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେହି ଅଞ୍ଚଳ ହେଉଛି ଆଫଗାନିସ୍ତାନର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ବାଦାଖଶାନ ପ୍ରଦେଶ (Badakhshan Province Afghanistan)। ଏହି ଘଟଣା ଶନିବାର ରାତିରେ ଘଟିଥିଲା। ଏହି ବିମାନ ଦୁର୍ଘଟଣାରେ (Afghanistan Plane Crash) ଯାଞ୍ଚ କରାଯାଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।

ବିମାନ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ
ଗତ ଶନିବାର ରାତିରେ ଆଫଗାନିସ୍ତାନ ଠାରେ ହୋଇଥିବା ଘଟଣାରେ ପ୍ରତିକ୍ରିୟା ରଖିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (Directorate General of Civil Aviation)। ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ବାଦାଖଶାନ ପ୍ରଦେଶର କୁରାନ-ମୁଞ୍ଜାନ ଏବଂ ଜିବକ ସ୍ଥିତ ତପଖାନା ପର୍ବତରେ (Topkhana Mountain Kuran Munjan-Zibak) ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଠି ଡିଏଫ-୧୦ ନାମକ ବିମାନ ଦୁର୍ଘଟଣାର ଶୀକାର ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନ ମରକ୍କୋ ଠାରେ ପଞ୍ଜୀକୃତ (Morocco Registered DF 10 Aircraft) ହୋଇଥିଲା। 

ଭାରତୀୟ ନୁହେଁ ଦୁର୍ଘଟଣାଗ୍ରସ୍ତ ବିମାନ 
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ନିଶ୍ଚିତ କରିଛି ଯେ ଦୁର୍ଘଟଣାଗ୍ରସ୍ତ ବିମାନ ଭାରତୀୟ ବିମାନ ନୁହେଁ। ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଯେଉଁ ଦାବି କରାଯାଉଛି ତାହା ଭୁଲ। ଭାରତୀୟ ସେହି ମାର୍ଗରେ ଭାରତୀୟ ବିମାନ ଯାତ୍ରା କରନ୍ତି ନାହିଁ। ଯେଉଁଠି ମରକ୍କୋ ଠାରେ ପଞ୍ଜିକୃତ ହୋଇଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶନିବାର ରାତିରେ  ଆଫଗାନିସ୍ତାନ ସ୍ଥିତ ବାଦାଖଶାନ ପ୍ରଦେଶର କୁରାନ-ମୁଞ୍ଜାନ ଏବଂ ଜିବକ ସ୍ଥିତ ତପଖାନା ପର୍ବତରେ ଏକ ଛୋଟ ମରକ୍କୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାଗ୍ରସ୍ତ ବିମାନରେ କେତେ ଲୋକ ରହିଥିଲେ?
ଏନେଇ ଦାବି କରାଯାଉଛି ଯେ ତପଖାନା ପର୍ବତ ନିକଟସ୍ଥ କୁରାନ-ମୁଞ୍ଜାନ ଏବଂ ଜିବକ ଜିଲ୍ଲାରେ ମରକ୍କୋ ବିମାନ ଦୁର୍ଘଟଣାଗ୍ରସ୍ତ (Morocco Aircraft Crashed at Kuran Munjan-Zibak Area Afghanistan) ହୋଇଥିଲା। ଏହି ବିମାନରେ କେତେ ଲୋକ ରହିଥିଲେ? ସେମାନଙ୍କ ମଧ୍ୟରୁ କେତେଜଣ ସୁରକ୍ଷିତ ଅଛନ୍ତି କିମ୍ବା କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ। ଏନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।

ଅନୁସନ୍ଧାନରେ ନିୟୋଜିତ ହୋଇଛି ଆଫଗାନିସ୍ତାନ ଦଳ
ବାଦାଖଶାନ ପ୍ରଦେଶର ସୂଚନା ତଥା ସଂସ୍କୃତି ବିଭାଗର ମୁଖ୍ୟ ଜବିହୁଲ୍ଲା ଆମିରି କହିଛନ୍ତି ଯେ ଘଟଣାସ୍ଥଳକୁ ଏକ ଦଳ ପଠାଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ସଂଗ୍ରହ କରାଯାଇଛି। ବିମାନ କେଉଁ ଦେଶର ରହିଥିଲା ଏବଂ କେତେ ଲୋକ ବିମାନରେ ଥିଲେ ତାହା ଶୀଘ୍ର ଜଣା ପଡିବ।