Trump Meet Modi: ଆଗାମୀ ସପ୍ତାହରେ ମୋଦୀଙ୍କୁ ଭେଟିବେ ଟ୍ରମ୍ପ
Advertisement
Article Detail0/zeeodisha/odisha2435609

Trump Meet Modi: ଆଗାମୀ ସପ୍ତାହରେ ମୋଦୀଙ୍କୁ ଭେଟିବେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇପାରେ। ଟ୍ରମ୍ପ ନିଜେ ଏହା ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ଉଭୟଙ୍କ ମଧ୍ୟରେ ଏହି ବୈଠକ ହୋଇପାରେ। ବାସ୍ତବରେ ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯା

Trump Meet Modi: ଆଗାମୀ ସପ୍ତାହରେ ମୋଦୀଙ୍କୁ ଭେଟିବେ ଟ୍ରମ୍ପ

Trump Meet Modi: ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇପାରେ। ଟ୍ରମ୍ପ ନିଜେ ଏହା ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ଉଭୟଙ୍କ ମଧ୍ୟରେ ଏହି ବୈଠକ ହୋଇପାରେ। ବାସ୍ତବରେ ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପ୍ରଚାର ମଧ୍ୟରେ ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ମିଚିଗାନର ଫ୍ଲିଣ୍ଟରେ ନିର୍ବାଚନ ପ୍ରଚାର ସମୟରେ ସେ ଏହି ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ଭାରତ ସହିତ ଆମେରିକାର ବାଣିଜ୍ୟ ବିଷୟରେ କହୁଥିଲେ। ବର୍ତ୍ତମାନ ଦୁଇ ନେତା କେଉଁଠାରେ ଭେଟିବେ ସେ ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାଁନ୍ତି।

ସେପ୍ଟେମ୍ବର ୨୧ ରୁ ୨୩ ମଧ୍ୟରେ ଆମେରିକା ଗସ୍ତ ସମୟରେ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିଥିଲେ। ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ବହୁତ ଶକ୍ତିଶାଳୀ ହୋଇଯାଇଥିଲା। ହ୍ୟୁଷ୍ଟନରେ ହାଓଡି ମୋଦୀ ଏବଂ ଭାରତର ନମସ୍ତେ ଟ୍ରମ୍ପ ଏହାର ଉଦାହରଣ ଅଟନ୍ତି। ଉଭୟ ଦେଶ ପ୍ରତିରକ୍ଷା ଏବଂ ରଣନୀତିକ ସହଯୋଗ ବୃଦ୍ଧି କରିଥିଲେ। 

ଏଠାରେ କହି ରଖୁ କି ଆସନ୍ତା ୨୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯିବେ। ସେଠାରେ ହେବାକୁ ଥିବା ଚତୁର୍ଥ କ୍ୱାଡ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀକୁ ଜୋ ବାଇଡେନ ପରିଚାଳନା କରିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ କ୍ୱାଡ ସମ୍ମିଳନୀରେ ବିଶ୍ୱସ୍ତରୀୟ ନେତା ବିଗତ ଏକ ବର୍ଷ ମଧ୍ୟରେ ହୋଇଥିବା ପ୍ରଗତି ଓ ଉନ୍ନତି ସମ୍ପର୍କରେ ଆଲୋଚନା କରିବେ। ଏହାସହିତ ଭାରତ-ପ୍ରଶାନ୍ତ ସାଗରୀୟ ଅନ୍ତର୍ଗତ ରାଷ୍ଟ୍ର ଗୁଡ଼ିକ ସେମାନଙ୍କର ବିକାଶ ଲକ୍ଷ୍ୟକୁ ପୂରା କରିବା ପାଇଁ ଏଜେଣ୍ଟା ମଧ୍ୟ ଉପସ୍ଥାପନ କରିବେ। ଏହା ସହିତ ମୋଦୀ ନ୍ୟୁୟର୍କରେ ସମିଟ ଅଫ ଦ ଫ୍ୟୁଚର ମହାସଭାକୁ ସମ୍ବୋଦ୍ଧିତ କରିବେ।