Shocking News: ନିଶାରେ ଚୁର ହୋଇ ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ ଦେଲେ ଗାଳି
Advertisement
Article Detail0/zeeodisha/odisha1603586

Shocking News: ନିଶାରେ ଚୁର ହୋଇ ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ ଦେଲେ ଗାଳି

Shocking News: ନିଶାସକ୍ତ ଯୁବତୀଙ୍କ (Drunk woman )ହାଇଡ୍ରାମା (high voltage drama)।  ଝୁଲି ଝୁଲି ପବରୁ ବାହାରକୁ  ଆସିଲେ । ରାସ୍ତାରେ ଯାହାକୁ ଦେଖିଲେ ଗାଳି କଲେ । ଭୁବନେଶ୍ୱର (Bhubaneswar) ଜୟଦେବ ବିହାର ଅଞ୍ଚଳରେ ମଦ୍ୟପ ଯୁବତୀଙ୍କ ଉନ୍ମତକାଣ୍ଡ । ସାଧାରଣ ଲୋକଙ୍କ କଥାତ ଛାଡନ୍ତୁ ଏଥିରୁ ପୋଲିସ ବି ବର୍ତ୍ତିଲାନି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Shocking News: ନିଶାସକ୍ତ ଯୁବତୀଙ୍କ (Drunk woman )ହାଇଡ୍ରାମା (high voltage drama)।  ଝୁଲି ଝୁଲି ପବରୁ ବାହାରକୁ  ଆସିଲେ । ରାସ୍ତାରେ ଯାହାକୁ ଦେଖିଲେ ଗାଳି କଲେ । ଭୁବନେଶ୍ୱର (Bhubaneswar) ଜୟଦେବ ବିହାର ଅଞ୍ଚଳରେ ମଦ୍ୟପ ଯୁବତୀଙ୍କ ଉନ୍ମତକାଣ୍ଡ । ସାଧାରଣ ଲୋକଙ୍କ କଥାତ ଛାଡନ୍ତୁ ଏଥିରୁ ପୋଲିସ ବି ବର୍ତ୍ତିଲାନି । ନିଶାସକ୍ତ ଅବସ୍ଥାରେ ପୋଲିସକୁ ଗାଳିମନ୍ଦ କଲେ । ରାସ୍ତାରେ ମୋବାଇଲ ବି ପିଟି ଭାଙ୍ଗିଲେ । ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ଯୁବତୀଙ୍କ ଘର ଯାଜପୁରରେ ବୋଲି ଜଣାପଡିଛି । ସେ ସହିଦନଗରରେ ହଷ୍ଟେଲରେ ରୁହନ୍ତି । ହୋଲି ସେଲିବ୍ରେସନ ଆଳରେ ମଦ ପିଇଥିବା ସ୍ୱୀକାର କରିଛନ୍ତି । ନିଶାରେ ଯୁବତୀ ଜଣକ ରାସ୍ତାରେ ଏଭଳି ମାତାଲ ଅବସ୍ଥାରେ ଥିଲେ ଯେ, ସେ କାହାରିକୁ ଠିକ୍ ଭାବରେ ଜାଣିପାରୁ ନଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

ନିକଟରେ ଏପରି ଏକ ଘଟଣା, ଭୁବନେଶ୍ବରର ନୟାପଲ୍ଲୀ ଥାନାରେ ମଧ୍ୟ ଦେଖିବାକୁ ମିଳିଥିଲା । । ଯାହାକୁ ନେଇ ବେଶ କିଛି ସମୟ ଥାନା ଉଠପଡ ହୋଇଥିଲା । ରବିବାର ରାତିରେ ଜଣେ ଯୁବତୀ ନୟାପଲ୍ଲୀ ଥାନା ଭିତରେ ଏଭଳି ହଙ୍ଗାମା ମଚାଇଥିଲେ । ମିଳିଥିବା ରିପୋର୍ଟ ଅନୁସାରେ, ହଙ୍ଗାମା ରଚିଥିବା ଯୁବତୀ ଏକ ଓଲା କାର ବୁକ କରିଥିଲେ । ତେବେ ଗାଡି ଡ୍ରାଇଭର ପୁଡିଆ ଖାଇଥିଲା । ଯେଉଁଥିପାଇଁ ରାଗିପାଚି ଲାଲ ପଡିଥିଲେ ଯୁବତୀ । ଯଦିଓ ପ୍ରଥମେ କିଛି କହୁନଥିଲେ କିନ୍ତୁ ଯେତେବେଳେ ଡ୍ରାଇଭର ଡୋର ଖୋଲି ଛେପ ପକାଇଲା ସେତେବେଳେ ଆଉ ସମ୍ଭାଳିପାରିଲେନି ସେ । ହଠାତ ବିଚ ରାସ୍ତାରେ ଗାଡିକୁ ଅଟକାଇ ଡ୍ରାଇଭରକୁ ବହେ ଶୁଣାଇଥିଲେ ।

Also Read : Mayurbhanj News: ନୃଶଂସ ସାଜିଲା ପୁଅ, ଅନ୍ଧ ବିଶ୍ବାସର ବସବର୍ତ୍ତୀ ହୋଇ ମାଆକୁ କଲା ହତ୍ୟା, ପରେ ବାପାକୁ...

Also Read : Jajpur News: ଲଜ୍ଜା! ବାପାକୁ ହତ୍ୟା କରି ମାଆକୁ ଦୁଷ୍କର୍ମ କଲା ପୁଅ

ରାସ୍ତା ଉପରେ ଯୁବତୀଙ୍କ ହଙ୍ଗାମା ଦେଖି ଉପସ୍ଥିତ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପିସିଆର ପହଞ୍ଚି ବୁଝାସୁଝା କରିଥିଲା । ହେଲେ ପୋଲିସର କୌଣସି କଥାକୁ ଶୁଣିନଥିଲେ ଯୁବତୀ । ଓଲଟି ଡ୍ରାଇଭରକୁ ଥାନାକୁ ନେବାକୁ କହିଥିଲେ । ଉପସ୍ଥିତ ପୋଲିସ କର୍ମଚାରୀ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେବାରୁ ତାତି ଉଠିଥିଲେ ଯୁବତୀ । ବାସ ଏହାପରେ ଆରମ୍ଭ ହୋଇଥିଲା ହଙ୍ଗାମା । ଯାହାକୁ ନେଇ ବେଶ କିଛି ସମୟ ନାକେଦମ ହେବାକୁ ପଡିଥିଲା ପୋଲିସକୁ । ଯୁବତୀ ଜଣକ ବେଶବୁଶା ଦେଖିଲେ ଲାଗୁଥିଲା ଏକଦମ ହାଇଫାଇ । ହେଲେ ବ୍ୟବହାର ଅତି କଦର୍ଯ୍ୟ । ଯାହାକୁ ପାରୁଥିଲେ ବକୁଥିଲେ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଥାନାରେ ତ’ ପୂରା ହଙ୍ଗାମା ରଚିଥିଲେ ସେ । କେତେବେଳେ ହିନ୍ଦି ତ’ ପୁଣି କେତେବେଳେ ଅର୍ନଗଳ ଇଂଗ୍ରାଜୀ ଗପି ଉପସ୍ଥିତ ପୋଲିସ କର୍ମଚାରୀଙ୍କ ମୁଣ୍ଡ ଟିଣ କରିଥିଲେ । ନିଜ ସମସ୍ୟା ବଖାଣିବେ ବଦଳରେ ଓଲଟି ପୋଲିସକୁ ଆଇନକାନୁନର ପାଠ ପଢ଼ାଇଥିଲେ ।