Schedule for Assembly Elections: ଆଜି ଘୋଷଣା ହେବ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ତାରିଖ, ୩୭୦ ହଟିବା ପରେ ପ୍ରଥମଥର ହେବାକୁ ଯାଉଛି ମତଦାନ
Advertisement
Article Detail0/zeeodisha/odisha2386523

Schedule for Assembly Elections: ଆଜି ଘୋଷଣା ହେବ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ତାରିଖ, ୩୭୦ ହଟିବା ପରେ ପ୍ରଥମଥର ହେବାକୁ ଯାଉଛି ମତଦାନ

ନୂଆଦିଲ୍ଲୀ: ଧାରା ୩୭୦ ହଟିବା ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସହିତ ହରିଆଣା ଓ ଝାଡ଼ଖଣ୍ଡରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ଦିନ ୩ଟା ସମୟରେ ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିପାରନ୍ତି। ସେହିପରି ଚଳିତ ବର୍ଷ ଶେଷ ଆଡ଼

Schedule for Assembly Elections: ଆଜି ଘୋଷଣା ହେବ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ତାରିଖ, ୩୭୦ ହଟିବା ପରେ ପ୍ରଥମଥର ହେବାକୁ ଯାଉଛି ମତଦାନ

Schedule for Assembly Elections: ନୂଆଦିଲ୍ଲୀ: ଧାରା ୩୭୦ ହଟିବା ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସହିତ ହରିଆଣା ଓ ଝାଡ଼ଖଣ୍ଡରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ଦିନ ୩ଟା ସମୟରେ ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିପାରନ୍ତି। ସେହିପରି ଚଳିତ ବର୍ଷ ଶେଷ ଆଡ଼କୁ ମହାରାଷ୍ଟ୍ରରେ ମଧ୍ୟ ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆଜି ହରିଆଣା ଓ ଜମ୍ମୁ କାଶ୍ମୀରର ପାଇଁ ତାରିଖ ଘୋଷଣା ହେବା ନେଇ ସୂତ୍ରରୁ ଜଣାପଡିଛି। 

ଏହି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଠାରୁ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ତ୍ୱପୂର୍ଣ୍ଣ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନର। ତେବେ ଏହି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ଗତ ୧୪ ତାରିଖରେ ନିର୍ବାଚନ ଆୟୋଗ ଗୃହ ସଚିବ ଅଜୟ ଭଲ୍ଲାଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ ଜମ୍ମୁ କାଶ୍ମୀରରେ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଠାରେ କହି ରଖୁ କି ସୁପ୍ରିମକୋର୍ଟ ଗତ ବର୍ଷ ଜମ୍ମୁ କାଶ୍ମୀରରେ ଯଥାଶୀଘ୍ର ନିର୍ବାଚନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। 

ସୂଚନାଯୋଗ୍ୟ ପ୍ରାୟ ୧୦ ବର୍ଷ ପରେ ଜମ୍ମୁ କଶ୍ମୀର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଶେଷ ଥର ପାଇଁ ୨୦୧୪ ମସିହାରେ ନିର୍ବାଚନ ଅନୁଷ୍ଠିତ ହୋଇଥିା। ସେହି ସମୟରେ ପିଡିପି-ବିଜେପି ମେଣ୍ଟ ସରକାର ଜମ୍ମୁ କାଶ୍ମୀରରେ ଗଠନ ହୋଇଥିଲା। ଜୁନ ୨୦୧୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେହବୁବ ମୁଫତି ସମର୍ଥନ ଫେରାଇ ନେବାରୁ ସରକାର ଭାଙ୍ଗି ଯାଇଥିଲା । ପରେ ରାଜ୍ୟପାଳ ଶାସନ ଜାରି ରହିଥିଲା। ନିକଟରେ ନିର୍ବାଚନ ଆୟୋଗ ଜମ୍ମୁ କାଶ୍ମୀର ଗସ୍ତ କରି ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ଅନୁଧ୍ୟାନ କରିଫେରିଥିଲେ। 

ସେହିପରି ହରିଆଣାରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ହରିୟାଣାରେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ନଭେମ୍ବର ୩ ୨୦୨୪ରେ ଶେଷ ହେବ ଏବଂ ରାଜ୍ୟର ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଧାର୍ଯ୍ୟ କରାଯାଇଛି। ୨୦୧୯ ନିର୍ବାଚନ ପରେ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୦ଟି ସିଟ୍ ବିଶିଷ୍ଟ ବିଜେପି ଜେଜେପି ସହିତ ଏକ ମିଳିତ ସରକାର ଗଠନ କରିଛି। କଂଗ୍ରେସ ୩୧ ଟି ଆସନରେ ଜିତିଥିବା ବେଳେ ଜେଜେପି ୧୦ଟି ସିଟ୍ ଜିତିଥିଲା। ଚଳିତ ବର୍ଷ ଆରମ୍ଭରେ ବିଜେପି-ଜେଜେପି ମେଣ୍ଟ ସରକାର ଭାଙ୍ଗିଛି। ୨୦୨୪ ମସିହାରେ ହରିୟାଣା ବିଜେପି, କଂଗ୍ରେସ, ଜେଜେପି ଏବଂ ଏଏପି ମଧ୍ୟରେ ଚାରିପାଖିଆ ପ୍ରତିଯୋଗିତା ଦେଖିବାର ସମ୍ଭାବନା ରହିଛି।

ପରେ ନିର୍ବାଚନ ଆୟୋଗ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାକୁ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି।