Dantewada Encounter: ଦାନ୍ତେୱାଡାରେ ଏନକାଉଣ୍ଟର, ୩ ନକ୍ସଲଙ୍କ ମୃତ୍ୟୁ
Advertisement

Dantewada Encounter: ଦାନ୍ତେୱାଡାରେ ଏନକାଉଣ୍ଟର, ୩ ନକ୍ସଲଙ୍କ ମୃତ୍ୟୁ

Dantewada Encounter: ଛତିଶଗଡ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଟୁମକାପାଲରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହେବା ଫଳରେ ଉଭୟପଟୁ ଗୁଳି ବର୍ଷା ହୋଇଥିବା ସୂଚନା ମିଳିଛି । ଏଥିରେ ୩ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ସୂଚନା ମୁତାବକ, ଅଞ୍ଚଳରେ ନକ୍ସଲ ବୁଲୁଥିବା ଖବର ମିଳିବା ପରେ ସିଆରପିଏଫ ଏବଂ ଡିଆରଜି (CRPF And DRG) ପକ୍ଷରୁ ମିଳିତ ଭାବରେ ଅପରେସନ ଆରମ୍ଭ କରାଯାଇଥିଲା । ସର୍ଚ୍ଚ ଅପରେସନ ବିଷୟରେ ଜାଣିବା ପରେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଫଳରେ ଯବାନମାନେ ପାଲଟା ଗୁଳି ଚଲାଇବା କାରଣରୁ ୩ ନକ୍ସଲଙ୍କ ମୃତ୍ୟୁ ହୋଇଛି । ମୃତ ୩ ନକ୍ସଲଙ୍କ ମଧ୍ୟରେ ଦରଭା ଡିଭିଜନ ଏଲଓସି କମାଣ୍ଡର ମଧ୍ୟ ସାମିଲ୍ ଥିବା କୁହାଯାଉଛି । କେବଳ ସେତିକି ନୁହେଁ ଅଞ୍ଚଳରୁ ଅନେକ ବିସ୍ଫୋରକ ତଥା ବନ୍ଧୁକ ଏବଂ ଗୁଳି ଜବତ ହୋଇଛି ବୋଲି ଦାନ୍ତେୱାଡା ଏସପି ଗୋରବ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ମିଳିଛି ।

Also Read- ବକ୍ସିଂ ଡେ ଟେଷ୍ଟରେ ଭାରତ ପାଇଁ କିଏ କରିବ ୱିକେଟ୍ କିପିଂ? କୋଚ୍ ଦ୍ରାବିଡ ରଖିଲେ ପ୍ରତିକ୍ରିୟା

Also Read- ଉତ୍ସବମୁଖର କୋଲକାତାର ପ୍ୟାରେଡ ଗ୍ରାଉଣ୍ଡ, ଏକାଠି ଗୀତା ପାଠ କଲେ ଲକ୍ଷାଧିକ ଲୋକେ