Pension News: ପେନସନଭୋଗୀଙ୍କ ପାଇଁ ବଡ଼ ଖବର; ଅଧିକ ପେନସନ ପାଇବା ପାଇଁ EPFO କହିଲା ଫର୍ମୂଲା, ମେ ୩ ପର୍ଯ୍ୟନ୍ତ ନିଶ୍ଚିତ କରନ୍ତୁ ଏହି କାମ
Advertisement
Article Detail0/zeeodisha/odisha1669854

Pension News: ପେନସନଭୋଗୀଙ୍କ ପାଇଁ ବଡ଼ ଖବର; ଅଧିକ ପେନସନ ପାଇବା ପାଇଁ EPFO କହିଲା ଫର୍ମୂଲା, ମେ ୩ ପର୍ଯ୍ୟନ୍ତ ନିଶ୍ଚିତ କରନ୍ତୁ ଏହି କାମ

Pension News: ବର୍ତ୍ତମାନ ଆପଣଙ୍କର ପୂର୍ବ ଅପେକ୍ଷା ଅଧିକ ପେନସନ ପାଇବା ପାଇଁ ଏକ ସୁଯୋଗ ଅଛି । ଏହା ପାଇଁ ଆବେଦନ କରିବାକୁ ଆପଣଙ୍କ ପାଖରେ ମାତ୍ର ୫ ଦିନର ସମୟ ବାକି ଅଛି । କର୍ମଚାରୀଙ୍କ ଆବେଦନ ପାଇଁ ଅଧିକ ସମୟ ନାହିଁ, ସେମାନଙ୍କୁ ମେ ୩ ମଧ୍ୟରେ ଆବେଦନ କରିବାକୁ ପଡ଼ିବ ।

Pension News: ପେନସନଭୋଗୀଙ୍କ ପାଇଁ ବଡ଼ ଖବର; ଅଧିକ ପେନସନ ପାଇବା ପାଇଁ EPFO କହିଲା ଫର୍ମୂଲା, ମେ ୩ ପର୍ଯ୍ୟନ୍ତ ନିଶ୍ଚିତ କରନ୍ତୁ ଏହି କାମ

EPFO Higher Pension: ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣ ମଧ୍ୟ ଚାକିରି କରୁଛନ୍ତି ଓ ଅଧିକ ପେନସନ (Higher Pension) ପାଇବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ସମୟ ସମୟରେ ଅଧିକ ପେନସନ୍ ପାଇବାର ବିକଳ୍ପ କେନ୍ଦ୍ର ସରକାର (Central Government) ଙ୍କ ଦ୍ୱାରା କର୍ମଚାରୀମାନ (Employees) ଙ୍କୁ ଦିଆଯାଏ । ବର୍ତ୍ତମାନ ଆପଣଙ୍କର ପୂର୍ବ ଅପେକ୍ଷା ଅଧିକ ପେନସନ (Pension) ପାଇବା ପାଇଁ ଏକ ସୁଯୋଗ ଅଛି । ଏହା ପାଇଁ ଆବେଦନ କରିବାକୁ ଆପଣଙ୍କ ପାଖରେ ମାତ୍ର କିଛି ଦିନର ସମୟ ବାକି ଅଛି । ଆଜ୍ଞା ହଁ, ଯଦି ଆପଣ ମେ ୩ ପର୍ଯ୍ୟନ୍ତ ଆବେଦନ ନକରନ୍ତି, ତେବେ ଆପଣ ବର୍ଦ୍ଧିତ ପେନସନ ପାଇବେ ନାହିଁ ।

ଏହାପୂର୍ବରୁ ମାର୍ଚ୍ଚ ୩, ୨୦୨୩ ଅଧିକ ପେନ୍‌ସନ୍‌ ଚୟନ କରିବାର ଶେଷ ତାରିଖ ଥିଲା । ବର୍ତ୍ତମାନ କର୍ମଚାରୀ ପେନସନ୍ ସ୍କିମ୍ (EPS 95 Scheme) ଅଧୀନରେ ଯେଉଁମାନେ ୨୦୧୪ ମସିହା ପରେ ଆକାଉଣ୍ଟ ଖୋଲିଛନ୍ତି, ସେମାନେ ମଧ୍ୟ ଅଧିକ ପେନସନ ପାଇବେ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସରକାର ଏହାକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ଇପିଏଫଓ ଅଧିକ ପେନସନ (Pension) ର ବିକଳ୍ପ ବାଛିବା ପାଇଁ ରାସ୍ତା ଖୋଲିଛି, ଯେଉଁଠାରେ ଅନଲାଇନ୍ ଆବେଦନ କରାଯାଇପାରିବ । କର୍ମଚାରୀଙ୍କ ଆବେଦନ ପାଇଁ ଅଧିକ ସମୟ ନାହିଁ, ସେମାନଙ୍କୁ ମେ ୩ ମଧ୍ୟରେ ଆବେଦନ କରିବାକୁ ପଡ଼ିବ ।

ଅଧିକ ପେନସନ୍‌ (Higher Pension) ଦାବି କରୁଥିବା କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ପାଇଁ ମିଳିତ ବିକଳ୍ପ ପ୍ରବର୍ତ୍ତନ ପାଇଁ ସୁପ୍ରିମକୋର୍ଟ (Supreme Court) ର ମାର୍ଚ୍ଚ ୪ ତାରିଖର ଡେଡଲାଇନ୍ ଶେଷ ହେବାକୁ ଯାଉଥିଲା । ବର୍ତ୍ତମାନ EPFO ଏହି ସମୟ ସୀମାକୁ ମେ ୩ ତାରିଖ କରିଦେଇଛି । ସେପଟେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ (Labour Ministry) କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) କୁ ଏକ ଚିଠି ଲେଖି ଏହାକୁ ଶୀଘ୍ର ଶେଷ କରିବାକୁ କହିଥିଲେ । ଯାହାଫଳରେ ଯେଉଁମାନେ ଅଧିକ ବେତନ (Higher Salary) ଆଧାରରେ ଅଧିକ ପେନସନ୍ (Higher Pension) ଦାବି କରିବାକୁ ଚାହାଁନ୍ତି, ସେମାନେ ଏହି ବିକଳ୍ପର ଲାଭ ପାଇପାରିବେ । 

କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ (Labour Ministry) EPFO ​​କୁ ସେପ୍ଟେମ୍ବର ୧ ୨୦୧୪ ପରେ ଅବସର ଗ୍ରହଣ କରୁଥିବା ଓ ବର୍ତ୍ତମାନର କର୍ମଚାରୀଙ୍କ ପେନସନ୍ ସ୍କିମ୍ (EPS 95 Scheme) ର ସଦସ୍ୟଙ୍କ ପାଇଁ ମିଳିତ ବିକଳ୍ପ ଦାଖଲ ପ୍ରକ୍ରିୟାକୁ ସ୍ପଷ୍ଟ କରିବାକୁ କହିଛି । ଅଧିକାରୀଙ୍କ କହିବାନୁସାରେ, ଆମେ ଆଶା କରୁଛୁ EPFO ​​ଏହି ସପ୍ତାହରେ ପ୍ରକ୍ରିୟା ସହିତ ଏକ ସର୍କୁଲାର ଜାରି କରିବ । ମନ୍ତ୍ରଣାଳୟ ମଧ୍ୟ ସେପ୍ଟେମ୍ବର ୧, ୨୦୧୪ ପୂର୍ବରୁ ଓ ପରେ ଅବସର ଗ୍ରହଣ କରୁଥିବା ଓ ବିଦ୍ୟମାନ ଇପିଏସ୍ ଗ୍ରାହକଙ୍କ ପ୍ରକ୍ରିୟା ବିଷୟରେ ସ୍ପଷ୍ଟ ହେବାକୁ EPFO ​​କୁ କହିଛି ।

ସେପଟେ ଇପିଏଫଓ (EPFO) କହିଛି ଯେ, ଉଚ୍ଚ ଭବିଷ୍ୟତ ନିଧି ପେନସନ୍‌ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି । ଏହି ନିଷ୍ପତ୍ତି ଅନୁଯାୟୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ପେନସନ୍ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇପିଏଫଓ (EPFO) ଡିସେମ୍ବର ୨୯ରେ ଏକ ସର୍କୁଲାର ଜାରି କରିଥିଲା । ଏହି ସର୍କୁଲାରରେ ନଭେମ୍ବରରେ ସୁପ୍ରିମକୋର୍ଟ (Supreme Court) ଦେଇଥିବା ନିର୍ଦ୍ଦେଶ ପରେ କିଛି ପେନସନଭୋଗୀଙ୍କୁ ଅଧିକ ପେନସନ୍  (Higher Pension) ପ୍ରଦାନ କରିବାକୁ ଇପିଏଫ୍ (EPFO) ନିଷ୍ପତ୍ତି ନେଇଛି ।

ଏହି ସର୍କୁଲାରରେ ଇପିଏଫ୍ଓ (EPFO) କହିଛି ଯେ, ଅଗଷ୍ଟ ୩୧, ୨୦୧୪ ପର୍ଯ୍ୟନ୍ତ ଅବସର ନେଇଥିବା ପେନସନଭୋଗୀ (Pensioners) ଙ୍କୁ ଏହାର ସୁବିଧା ଦିଆଯିବ ନାହିଁ । ସେପ୍ଟେମ୍ବର ୧, ୨୦୧୪ରେ କିମ୍ବା ଏହା ପରେ EPS ସହିତ ଜଡ଼ିତ ଲୋକମାନଙ୍କୁ ଅଧିକ ପେନସନ (Pension) ପାଇବା ପାଇଁ ବିକଳ୍ପ ଦିଆଯିବ । 

ଏହା ସହିତ ଏକ ନୂତନ ଗାଇଡଲାଇନ ଜାରି କରିବାବେଳେ କୁହାଯାଇଛି ଯେ, କେଉଁ କର୍ମଚାରୀ ଅଧିକ ପେନସନ (Higher Pension) ପାଇବାକୁ ଯୋଗ୍ୟ ଓ ଏହାର ଲାଭ ପାଇବା ପାଇଁ ସେମାନେ କିପରି ଅନଲାଇନରେ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (Employees' Provident Fund Organisation-EPFO) ଅନୁଯାୟୀ, ଯେଉଁ କର୍ମଚାରୀ ମାନେ ଚାକିରି ସମୟରେ କର୍ମଚାରୀ ଭବିଷ୍ୟତ ନିଧି (EPF) ଯୋଜନା ଅଧୀନରେ ଅଧିକ ବେତନ ଯୋଗଦାନ କରିଛନ୍ତି ଓ ଅବସର  (Retirement) ପୂର୍ବରୁ ଅଧିକ ପେନସନ ବିକଳ୍ପ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । 

fallback

ଇପିଏଫ୍ଓ (EPFO) କହିଛି ଯେ, ଏହା ଅନ୍ତର୍ଗତ ଲାଭ ପାଉଥିବା କର୍ମଚାରୀ ମାନଙ୍କ ମଧ୍ୟରେ ସେହି କର୍ମଚାରୀ ଯୋଗ୍ୟ ବିବେଚିତ ହେବେ, ଯେଉଁମାନେ ୫,୦୦୦ କିମ୍ବା ୬,୫୦୦ ଟଙ୍କା ବେତନ ସୀମାଠାରୁ ଅଧିକ ପେନ୍‌ସନ୍‌ ପାଇବା ପାଇଁ ଇପିଏସରେ ସହଯୋଗ କରିଥିଲେ । ଏହା ସହିତ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) କହିଛି ଯେ, ଏହା ମଧ୍ୟ ଏପରି କର୍ମଚାରୀଙ୍କ ପାଇଁ ଯେଉଁମାନେ EPS-95 ର ସଦସ୍ୟ ଥିବାବେଳେ ଅଧିକ ପେନସନ୍ ବାଛିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ଆବେଦନ EPFO ​​ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା । 

ଆପଣଙ୍କୁ କହି ରଖୁଛୁ ଯେ, ନିଷ୍ପତ୍ତିର ପାରା 44 (ix) ରେ ଥିବା ନିର୍ଦ୍ଦେଶନାମା ଅନୁଯାୟୀ (01.09.2014 ପୂର୍ବରୁ ଅବସର ପ୍ରସଙ୍ଗରେ), ବିକଳ୍ପର ଯାଞ୍ଚ ପାଇଁ ଆବେଦନ କରିବାର ଏକ ଅନଲାଇନ ସୁବିଧା ପ୍ରବର୍ତ୍ତିତ ପୋର୍ଟାଲ୍ ସଦସ୍ୟ ଇଣ୍ଟରଫେସ୍ ଉପଲବ୍ଧ ଅଛି । ଅର୍ଥାତ ବିକଳ୍ପ ଉପରେ କ୍ଲିକ୍ କରି କର୍ମଚାରୀ ଆବେଦନ କରିପାରିବେ ।

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଏସିଆ କପ୍ ଓ ODI ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି!

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ୨ ଦିନ ପରେ ଆସିବ ବଡ଼ ଖୁସି ଖବର; ପୁଣି ଏତେ ବଢ଼ିଯିବ ଦରମା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆର ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର! ଚୟନକର୍ତ୍ତା ଦଳରୁ କଲେ ବାହାର

ଗତ ସପ୍ତାହରେ EPFO ​​ଏହାର ପ୍ରକ୍ରିୟାର ବିବରଣୀ ପ୍ରକାଶ କରିଥିଲା ​​। ଏଥିରେ କୁହାଯାଇଥିଲା ଯେ ଅଂଶୀଦାର ଓ ସେମାନଙ୍କ ନିଯୁକ୍ତିଦାତା ମିଳିତ ଭାବେ କର୍ମଚାରୀଙ୍କ ପେନସନ ସ୍କିମ୍ (EPS) ଅଧୀନରେ ଅଧିକ ପେନସନ୍ ପାଇଁ ଆବେଦନ କରିପାରିବେ । ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ କର୍ମଚାରୀଙ୍କ ପେନସନ ଯୋଜନା, ୨୦୧୪କୁ ସମର୍ଥନ କରିଥିଲେ । ଏହାପୂର୍ବରୁ ଅଗଷ୍ଟ ୨୨, ୨୦୧୪ର ଇପିଏସ୍ ସଂଶୋଧନ ପେନସନ୍‌ ଯୋଗ୍ୟ ବେତନ ସୀମାକୁ ମାସକୁ ୬,୫୦୦ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଥିଲା । ଆହୁରି ମଧ୍ୟ ସଦସ୍ୟ ଓ ସେମାନଙ୍କର ନିଯୁକ୍ତିଦାତାମାନେ ସେମାନଙ୍କର ପ୍ରକୃତ ବେତନର ୮.୩୩ ପ୍ରତିଶତ ଇପିଏସ୍ ଯୋଗଦାନ କରିବାକୁ ଅନୁମତି ପାଇଥିଲେ । EPFO ନିଜର ଫିଲ୍ଡ କାର୍ଯ୍ୟାଳୟକୁ ଏ ବାବଦରେ ଏକ ସର୍କୁଲାର ଜାରି କରିଛି ।