Female priest: ବାହାଘର ମଣ୍ତପରେ ବର କନିଆଁଙ୍କ ହାତଗଣ୍ଠି ପକାଇଲେ ମହିଳା ପୁରୋହିତ
Advertisement
Article Detail0/zeeodisha/odisha1574124

Female priest: ବାହାଘର ମଣ୍ତପରେ ବର କନିଆଁଙ୍କ ହାତଗଣ୍ଠି ପକାଇଲେ ମହିଳା ପୁରୋହିତ

Female priest: ରାଜସ୍ଥାନର ରାଜଧାନୀ ଜୟପୁରରେ ଏପରି ଏକ ବିବାହ ଦେଖିବାକୁ ମିଳିଛି ।  ଯେଉଁଠାରେ ଦେବୀ ଉପରେ ପୁରୁଷ ପୁରୋହିତ ନୁହେଁ ବରଂ ମହିଳା ପୁରୋହିତ ବର କନିଆଁଙ୍କ ବିବାହ କରିଥିଲେ ।

ସୌ(ସୋସିଆଲ ମିଡିଆ)

Female priest: ସାଧାରଣତଃ ହିନ୍ଦୁ ଧର୍ମରେ ହେଉଥିବା ସମସ୍ତ ବିବାହ କାର୍ଯ୍ୟରେ ପୁରୁଷ ପୁରୋହିତ ହିଁ ଦେଖିବାକୁ ମିଳିଥାଆନ୍ତି। ଖାଲି ବିବାହ କାହିଁକି ସମସ୍ତ ପର୍ବ ପର୍ବାଣିରେ କରାଯାଉଥିବା ପୂଜା ବା ସମସ୍ତ ଶୁଭ କାର୍ଯ୍ୟରେ ପୁରୁଷ ପୁରୋହିତ ହିଁ ସମସ୍ତ ପୂଜାର ବିଧି କରୁଥିବା ଆମେ ଦେଖିବାକୁ ପାଇଥାଉ । ତେବେ ଆଜି ଆମେ ଏପରି ଏକ ବିବାହ ବିଷୟରେ ଆପଣଙ୍କୁ କହିବୁ ଯେଉଁଥିରେ ବିବାହ ମଣ୍ତପରେ ପୁରୁଷ ପୁରୋହିତ ନୁହେଁ ବରଂ ମହିଳା ପୁରୋହିତ ବର କନିଁଆଙ୍କ ବିବାହ କରାଉଥିବା ଦେଖିବାକୁ ମିଳିଛି ।

ରାଜସ୍ଥାନର ରାଜଧାନୀ ଜୟପୁରରେ ଏପରି ଏକ ବିବାହ ଦେଖିବାକୁ ମିଳିଛି । ତେବେ କହିବାକୁ ଗଲେ ବାହାଘରର ସମସ୍ତ ରୀତିନୀତି ଅନ୍ୟ ବାହାଘର ପରି ହୋଇଥିଲେ ମଧ୍ଯ ଏଥିର ପୁରୁଷ ପୁରୋହିତ ନୁହେଁ ବରଂ ମହିଳା ପୁରୋହିତ ବର କନିଁଆଙ୍କ ବିବାହ କରାଇଥିଲେ । ୧୦ ଫେବୃୟାରୀରେ ଏକ ହୋଟେଲରେ ଜୟପୁରର ଧ୍ୟାନ ଗୁରୁ ଡ଼ଃ ନିର୍ମଳା ସୋୱନୀ ପୁରୋହିତ ଭାବେ ଏହି ବିବାହ କରିଥିଲେ । ବିବାହ କରିବା ନେଇ ଯେତେବେଳେ ଜଣେ ବୃଦ୍ଧା ମହିଳା ଡ଼ଃ ନିର୍ମଳା ସୋୱନୀକୁ ପ୍ରଶ୍ନ କରିଥିଲେ ଏହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ ଯେ,  ୩୨ଟି ଚରଣ ପ୍ରଜାପତି ବ୍ରହ୍ମା ବିଧ୍ଯରେ ସେ ବିବାହ କରାଇଥାଆନ୍ତି । ହିନ୍ଦୁ ପୁରାଣ ଅନୁଯାୟୀ, ବାହାଘର ମଣ୍ତପରେ ବର ଓ କନିଆଁ ସହ ସମସ୍ତ ଦେବାଦେବୀ ଉପସ୍ଥିତ ରହି ସେମାନଙ୍କୁ ଆର୍ଶିବାଦ କରିଥାଆନ୍ତି । ସମସ୍ତ ପରମ୍ପରା ଓ ରୀତିନୀତି ଅନୁଯାୟୀ ସେ ବିବାହ କରିଥିବା କହିଥିଲେ । ଯେ ସେ ଆଜି ଯାଏଁ ପ୍ରାୟ ୪୨ଟି ବାହାଘର କରାଇସାରିଛନ୍ତି । ସେ ଚର୍ଚ୍ଚାରେ ଆସିବା ଲାଗି ନୁହେଁ ବରଂ ପାଶ୍ଟାତ୍ୟ ସଂସ୍କୃତି ଛାଡ଼ି ବୈଦିକ ସଂସ୍କୃତି ଆପଣାଇବା ନେଇ ବର୍ତ୍ତା ଦେବା ଲାଗି ସେ ଏପରି କରିଥିବା କହିଛନ୍ତି । ତେବେ ଏହି ମହିଳା ପୁରୋହିତ ଜଣଙ୍କ ଖାଲି ଯେ ହିନ୍ଦୁ ସଂସ୍କୃତି ନୁହେଁ ବରଂ ଇଂରାଜୀ ଭାଷାରେ ମଧ୍ଯ ମନ୍ତ୍ର ପଢିଥାଆନ୍ତି । ତେବେ ଏନେଇ ବରର ମାଆ କହିଛନ୍ତି ଯେ, କୌଣସି ବେଦରେ ମହିଳା ପୁରୋହିତ ବିବାହ ନ କରାଇବା ନେଇ ଉଲ୍ଲେଖ ନାହିଁ । ଯଦି ଗୋଟିଏ ନାରୀ ଛୁଆ ଜନ୍ମ କରିପାରେ ତାହାଲେ ସେ ବାହାଘର କରାଇବାରେ ମଧ୍ଯ କୌଣସି ଅସୁବିଧା ନାହିଁ ।

ଯଦି ବିବାହ ମଣ୍ତପରେ ମହିଳା ପୁରୋହିତଙ୍କ ବିବାହ କରାଇବା କଥା କହିବା ତାହାଲେ ବୈଭବ ରେଖିଙ୍କ ସହ ଅଭିନେତ୍ରୀ ଦିଆ ମିର୍ଜାଙ୍କ ବାହାଘର ମଧ୍ଯ ଜଣେ ମହିଳା ପୁରୋହିତ କରାଇଥିଲେ । ସେ ସମୟରେ ଜଣେ ମହିଳା ପୁରୋହିତ ବିବାହ କରାଇବା ନେଇ ବେଶ ଚର୍ଚ୍ଚା ହୋଇଥିଲା । ରାଜସ୍ଥାନରେ ଏହି ବାହାଘରେ ପରେ ଲୋକେ ଏହାକୁ ବେଶ ପ୍ରଂସଶା କରିଛନ୍ତି । ଏହାଦ୍ବାରେ ମହିଳା ସଶକ୍ତିକରଣର ଉନ୍ନତି ହେବ ବୋଲି ଲୋକେ ଚର୍ଚ୍ଚା କରିଛନ୍ତି ।