Fight during Flight: ଯାତ୍ର ବେଳେ ମାରପିଟ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡ଼ିଲା BCAS
Advertisement
Article Detail0/zeeodisha/odisha1506274

Fight during Flight: ଯାତ୍ର ବେଳେ ମାରପିଟ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡ଼ିଲା BCAS

Thai Airways Plane:  ଗତ ମଙ୍ଗଳବାର ବ୍ୟାଙ୍କକ ଠାରୁ କୋଲକାତା ଅଭିମୁଖେ ଆସୁଥିବା ଥାଇ ସ୍ମାଇଲ୍ ଏୟାରୱେଜ୍ ବିମାନରେ ଯାତ୍ରା ବେଳେ ଦୁଇ ଯାତ୍ରୀଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆ ଜରିଆରେ ବେଶ ଭାଇରାଲ ହୋଇଥିଲା।

Fight during Flight: ଯାତ୍ର ବେଳେ ମାରପିଟ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡ଼ିଲା BCAS

Bangkok Kolkata Flight: ବ୍ୟାଙ୍କକ ଠାରୁ କୋଲକାତା ଅଭିମୁଖେ ଆସୁଥିବା ଥାଇ ସ୍ମାଇଲ୍ ଏୟାରୱେଜ୍ ବିମାନରେ ଯାତ୍ରା ବେଳେ ହାତାହାତି ହୋଇଥିଲେ ଦୁଇ ଯାତ୍ରୀ। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ। ଏନେଇ ବିସିଓଏଏସ୍ ପକ୍ଷରୁ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଯାତ୍ରା ବେଳେ ଯାତ୍ରୀଙ୍କ ମଧ୍ୟରେ ହୋଇଥିବା ମାରପିଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିମାନ ଯାତ୍ରା ବେଳେ ଦୁଇ ଯାତ୍ରୀଙ୍କ ମଧ୍ୟରେ ହୋଇଥିବା ମାରପିଟ ଘଟଣାର ଭିଡ଼ିଓ ବେଶ ଭାଇରାଲ ହୋଇଥିଲା। ଏହି ଭିଡ଼ିଓ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର (Social Media User) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (Bureau of Civil Aviation Security) ବିସିଏଏସ୍ (BCAS)। ଏନେଇ ପ୍ରତିକ୍ରିୟା ରଖି ବିସିଏଏସ୍ କହିଛି ଆମକୁ ଏହି ଘଟଣା ବାବଦରେ ଖବର ମିଳିଛି। ଏହି ମାମଲାର ରିପୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ମଗାଯାଇଛି। ଯାତ୍ରା ବେଳେ ଦୁଇ ବିମାନ ଯାତ୍ରୀଙ୍କ ମଧ୍ୟରେ ହୋଇଥିବା ହାତାହାତି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିସିଏଏସ୍ ଡିଜି ଜୁଲଫିକର ହସନ (BCAS DG Zulfiquar Hasan) କହିଛନ୍ତି।

ଗତ ମଙ୍ଗଳବାର ବ୍ୟାଙ୍କକ ଠାରୁ କୋଲକାତା ଅଭିମୁଖେ ଆସୁଥିବା (Bangkok to Kolkata Flight) ଥାଇ ସ୍ମାଇଲ୍ ଏୟାରୱେଜ୍ ବିମାନରେ (Thai Airways Plane) ଯାତ୍ରା ବେଳେ ଦୁଇ ଯାତ୍ରୀଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆ ଜରିଆରେ ବେଶ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଛି କୌଣସି କଥାକୁ ନେଇ ସେହି ଦୁଇ ଜଣ ଯାତ୍ରୀଙ୍କ ଯୁକ୍ତି ତର୍କ ହୋଇଥିଲା। ଏହାକୁ ଦେଖିବା ପରେ ପ୍ଲାଇଟ ଆଟେଣ୍ଡାଣ୍ଟ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଦେଖୁଦେଖୁ ସେମାନଙ୍କ ମଧ୍ୟରେ ହାତାହାତି ଆରମ୍ଭ ହୋଇଯାଇଥିଲା।   

Also Read: Shocking News: ଯାତ୍ରୀ କହିଲେ ଚାକର, ଜବାବ ଦେବାକୁ ଯାଇ ଏୟାରହୋଷ୍ଟେସ କହିଲେ...

ଏହି ଘଟଣା ଘଟିବା ସମୟରେ ଉଭୟ ଯାତ୍ରୀ ପରସ୍ପର ଉପରେ ଚିଲ୍ଲାଇବାରେ ଲାଗିଥିଲା। ଏହା ପରେ ଆରମ୍ଭ ହୋଇଯାଇଥିଲା ଥାପଡ ବର୍ଷଣ। ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ଥାପଡ ବର୍ଷା କରିବାରେ ଲାଗିଥିଲେ।  ଅନ୍ୟ ଯାତ୍ରୀ ଜଣଙ୍କ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସ୍ମାଇଲ୍ ଏୟାରୱେଜ୍ ବିମାନରେ ଯାତ୍ରା କରୁଥିବା ଆଉ ଜଣେ ଯାତ୍ରୀ ଏହି ଘଟଣାର ଭିଡ଼ିଓ ବନାଇ ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଯାହା ପରେ ବେଶ ଭାଇରାଲ ହୋଇଥିଲା।  ସୋସିଆଲ ମିଡ଼ିଆ ୟୁଜର ଏହି ଭିଡ଼ିଓ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।