Ayodhya Holi: ପ୍ରଭୁ ଶ୍ରୀରାମ ଖେଳିଲେ ପ୍ରଥମ ହୋଲି, ଭକ୍ତିର ରଙ୍ଗରେ ଝୁମିଲା ଅଯୋଧ୍ୟା
Advertisement

Ayodhya Holi: ପ୍ରଭୁ ଶ୍ରୀରାମ ଖେଳିଲେ ପ୍ରଥମ ହୋଲି, ଭକ୍ତିର ରଙ୍ଗରେ ଝୁମିଲା ଅଯୋଧ୍ୟା

Ram Janmabhoomi: ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ମୁଖ୍ୟ ପୁରୋହିତ ତଥା ପଣ୍ଡିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବା ପରେ ଆଜି ପ୍ରଥମ ହୋଲି ପାଳନ କରାଯାଇଛି । ପ୍ରଭୁଙ୍କ ପ୍ରତିମାକୁ ବିଭିନ୍ନ ଫୁଲରେ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । 

Ayodhya Holi: ପ୍ରଭୁ ଶ୍ରୀରାମ ଖେଳିଲେ ପ୍ରଥମ ହୋଲି, ଭକ୍ତିର ରଙ୍ଗରେ ଝୁମିଲା ଅଯୋଧ୍ୟା

Ayodhya Holi 2024: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରଥମଥର ବଡ଼଼ ଧୁମଧାମରେ ହୋଲି ପର୍ବ ପାଳନ କରାଯାଇଛି। ସକାଳ ସମୟରେ ବିଭିନ୍ନ ସ୍ଥାନରୁ ଭକ୍ତମାନେ ମନ୍ଦିର ନିକଟରେ ପହଞ୍ଚିଥିଲେ । ପ୍ରଭୁଙ୍କ ପ୍ରତିମାରେ ରଙ୍ଗ ଅବିର ଅର୍ପଣ କରାଯାଇଥିଲା । ହୋଲିରେ ପ୍ରଭୁ ଶ୍ରୀରାମଙ୍କୁ ରଙ୍ଗ ସମର୍ପଣ କରି ଭକ୍ତମାନେ ଖୁସି ପ୍ରକଟ କରିଛନ୍ତି ।

ରାମ ଭକ୍ତମାନେ ଉତ୍ସାହର ସହିତ ରାମଙ୍କ ଜନ୍ମଭୂମିରେ ରଙ୍ଗର ପର୍ବ ପାଳନ କରିଛନ୍ତି । ରାମ ମନ୍ଦିର ପ୍ରାଙ୍ଗଣରେ ପୁରୋହିତମାନେ ମୂର୍ତ୍ତି ଉପରେ ଫୁଲ ସହ ଅବିର ଅର୍ପଣ କରିଛନ୍ତି । ଆହୁରି ମଧ୍ୟ ବିଭିନ୍ନ ପ୍ରକାରର ଭୋଗ ପ୍ରସାଦ ସ୍ୱରୂପ ଅର୍ପଣ କରାଯାଇଥିଲା । ଭକ୍ତମାନଙ୍କୁ ପ୍ରଭୁଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା ।

Post- 

ପୁରୋହିତମାନେ ଭକ୍ତଙ୍କ ସହ ହୋଲି ଅବସରରେ ଭକ୍ତି ଗୀତ ଗାଇ ପ୍ରଭୁଙ୍କ ମନ୍ଦିର ସାମ୍ନାରେ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ । ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, "ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବା ପରେ ପ୍ରଥମଥର ଏଠାରେ ହୋଲି ପାଳନ କରାଯାଇଥିବାରୁ ଭକ୍ତଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜି ପ୍ରଭୁଙ୍କ ପ୍ରତିମାକୁ ଗୋଲାପୀ ରଙ୍ଗର ପୋଷାକ ପରିଧାନ କରାଯାଇଛି ।

Also Read- Crime News: ବଲାଙ୍ଗୀର ତୁରେକେଲାରେ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ

Also Read- Sahara India Refund List: ମିଳିବ ସାହାରା ଟଙ୍କା, ଫେରସ୍ତ ନେଇ ଆସିଲା ନୂଆ ତାଲିକା