ଅଞ୍ଜୁ ଭାରତ ଫେରିବା ପରେ ଏମିତି କହିଲେ ପ୍ରଥମ ସ୍ୱାମୀ ଅରବିନ୍ଦ
Advertisement
Article Detail0/zeeodisha/odisha1984759

ଅଞ୍ଜୁ ଭାରତ ଫେରିବା ପରେ ଏମିତି କହିଲେ ପ୍ରଥମ ସ୍ୱାମୀ ଅରବିନ୍ଦ

Anju Returned India: ପ୍ରାୟ ୬ ମାସ ପରେ ଅଞ୍ଜୁ ପାକିସ୍ତାନରୁ ଭାରତକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ପ୍ରଥମ ସ୍ୱାମୀ ଅରବିନ୍ଦଙ୍କୁ ଅଞ୍ଜୁଙ୍କ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ । ପ୍ରଶ୍ନ ଶୁଣିବା ପରେ ଅଞ୍ଜୁଙ୍କ ଉପରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡୁଥିଲା ।

ଅଞ୍ଜୁ ଭାରତ ଫେରିବା ପରେ ଏମିତି କହିଲେ ପ୍ରଥମ ସ୍ୱାମୀ ଅରବିନ୍ଦ

Anju Returned India: ନାସରୁଲ୍ଲାଙ୍କ ପ୍ରେମରେ ପଡି ପାକିସ୍ତାନ ଯାଇଥିବା ଅଞ୍ଜୁ  ୬ ମାସ ପରେ ଭାରତକୁ ଫେରିଛନ୍ତି। ସେ ପାକିସ୍ତାନରେ ତାଙ୍କ ପ୍ରେମିକ ନାସରୁଲ୍ଲାଙ୍କୁ ବିବାହ (marriage) କରିଥିଲେ। ଧର୍ମ ପରିବର୍ତ୍ତନ କରି ଅଞ୍ଜୁ ଫାତିମା ହୋଇଥିଲେ। ଏଭଳି ପରିସ୍ଥିତିରେ ସେ ବର୍ତ୍ତମାନ ନିଜ ଦେଶକୁ ଫେରି ଆସିଛନ୍ତି । ଅଞ୍ଜୁଙ୍କ ପ୍ରଥମ ସ୍ୱାମୀ ଅରବିନ୍ଦ କୁମାରଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଚେଷ୍ଟା କରିଥିଲେ । କିନ୍ତୁ ଅଞ୍ଜୁଙ୍କ ନାମ ଶୁଣିବା ପରେ ଅରବିନ୍ଦ ଅତ୍ୟନ୍ତ ବିରକ୍ତ ପ୍ରକାଶ କରିଥିଲେ । ସେ ଖୋଲାଖୋଲି ଭାବେ କହିଥିଲେ ଯେ, ସେ ଏ ବିଷୟରେ କିଛି ଜାଣି ନାହାଁନ୍ତି। ଅରବିନ୍ଦଙ୍କ କହିଛନ୍ତି ଯେ, 'ସେ କିପରି ଭାରତ ଆସିଛନ୍ତି କି ନାହିଁ ତାହା ମୁଁ କିପରି ଜାଣିବି।'

ଆପଣଙ୍କୁ କହିରଖୁଛୁ ଯେ, ଅଞ୍ଜୁ ତାଙ୍କ ସ୍ୱାମୀ ଅରବିନ୍ଦ ଏବଂ ଦୁଇ ପିଲାଙ୍କ ସହ ରାଜସ୍ଥାନ (rajasthan)ର ଭୱାଡିରେ ରହୁଥିଲେ। ସେ ଟୁରିଷ୍ଟ ଭିସା ନେଇ ପାକିସ୍ତାନ ଗସ୍ତ କରିବାକୁ ଯାଇଥିଲେ, କିନ୍ତୁ ପରେ ଏହା ଜଣାପଡିଲା ଯେ, ସେ ପାକିସ୍ତାନରେ ରହୁଥିବା ନାସରୁଲ୍ଲାଙ୍କୁ ଭେଟିବାକୁ ଆସିଥିଲେ। କରୋନା ଅବଧି ସମୟରେ, ଫେସବୁକ୍ ମାଧ୍ୟମରେ ନାସରୁଲ୍ଲା ଏବଂ ଅଞ୍ଜୁଙ୍କ ମଧ୍ୟରେ ବନ୍ଧୁତା ଗଢିଉଠିଥିଲା । ପରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ପାକିସ୍ତାନ ଯିବା ପରେ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ବିବାହର ଫଟୋ ପ୍ରକାଶ ପାଇଥିଲା ଯେଉଁଥିରେ ଅଞ୍ଜୁ ମୁସଲିମ ଝିଅଙ୍କ ପରି ବୁର୍ଖା ପିନ୍ଧିଥିବାର ନଜର ଆସିଥିଲେ।

ଅଞ୍ଜୁଙ୍କ ପାକିସ୍ତାନ ଯିବା ବିଷୟରେ ପ୍ରଶ୍ନର ଉତ୍ତର ଦେଇ ସ୍ୱାମୀ ଅରବିନ୍ଦ କହିଥିଲେ ଯେ, ସେ ଜୁଲାଇ ୨୦ ରେ ଜୟପୁର ଯିବାକୁ କହି ଘରୁ ଯାଇଥିଲେ । ଯେତେବେଳେ ସେ ଫେରି ନଥିଲେ, ସେ ତାଙ୍କୁ ଅନେକ ଥର ଫୋନ କରିଥିଲେ, କିନ୍ତୁ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା। କିଛି ଦିନ ପରେ ଅଞ୍ଜୁ ନିଜେ ହ୍ୱାଟସଆପରେ ମେସେଜ କରି କହିଥିଲେ ଯେ, ସେ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବା ପାଇଁ ପାକିସ୍ତାନ ଆସିଛନ୍ତି ଏବଂ ଦୁଇ ଚାରି ଦିନ ପରେ ଫେରିବେ। ମାତ୍ର ୬ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ଫେରି ନଥିଲେ।

ଅରବିନ୍ଦ ଏକ ସାକ୍ଷାତକାରରେ କହିଛନ୍ତି ଯେ, ବର୍ତ୍ତମାନ ମୋର ଏବଂ ଅଞ୍ଜୁଙ୍କ ମଧ୍ୟରେ କୈଣସି ସମ୍ପର୍କ ନାହିଁ। କାରଣ, ଅଞ୍ଜୁ ମୋର ସମସ୍ତ ବିଶ୍ୱାସ ଭାଙ୍ଗିଦେଇଛନ୍ତି । ଦୁଇ ପିଲାଙ୍କ ସହ ମଧ୍ୟ ତାଙ୍କର କୌଣସି ସମ୍ପର୍କ ନାହିଁ। ସେମାନେ ବର୍ତ୍ତମାନ ମୋ ସହିତ ରହିବେ ।

ଅଞ୍ଜୁ ଭାରତ ଫେରିବା ପରେ ଅରବିନ୍ଦଙ୍କୁ ଅଞ୍ଜୁଙ୍କ ବିଷୟରେ ପଚରାଯାଇଥିଲା। କିନ୍ତୁ ପ୍ରଶ୍ନ ଶୁଣିବା ପରେ ରାଗ ସ୍ୱରରେ ଅଞ୍ଜୁଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଅରବିନ୍ଦ । ସେ କହିଥିଲେ ଯେ, "ମୋ ସହ କୌଣସି କଥାବାର୍ତ୍ତା ହୋଇ ନାହିଁ। ସେ ଆସୁଛି କି ନାହିଁ ତାହା ମୁଁ ଜାଣେ ନାହିଁ। ତେଣୁ ସେ ବିଷୟରେ ମୋତେ ପଚାରନ୍ତୁ ନାହିଁ । ମୁଁ କାହା ସହ କିଛି ଚୁକ୍ତି କରିନାହିଁ ।

ନାସରୁଲ୍ଲା ଏହି ଦାବି କରିଛନ୍ତି ୟେ ଅଞ୍ଜୁ ନିଜ ପିଲାମାନଙ୍କୁ ଭେଟିବା ପାଇଁ ଭାରତ ଫେରିଛନ୍ତି। ସେ ଖୁବ ଶୀଘ୍ର ପାକିସ୍ତାନ ଫେରିବେ। ନାସରୁଲ୍ଲା ଏହା ମଧ୍ୟ କହିଛନ୍ତି ଯେ, ଯଦି ପିଲାମାନେ ଅଞ୍ଜୁଙ୍କ ସହ ପାକିସ୍ତାନକୁ ଫେରିବାକୁ ଚାହାଁନ୍ତି, ତେବେ ସେମାନେ ଫେରିପାରିବେ । କିନ୍ତୁ ଯଦି ସେମାନେ ଭାରତରେ ରହିବାକୁ ଚାହାଁନ୍ତି ତେବେ ତାହା ହେଉଛି ସେମାନଙ୍କର ଇଚ୍ଛା । ଅଞ୍ଜୁ କେବଳ ପିଲାମାନଙ୍କୁ ଭେଟିବା ପାଇଁ ଭାରତ ଯାଉଛନ୍ତି।

Also Read- Mata Vaishno Devi: ମାତା ବୈଷ୍ଣୋ ଦେବୀଙ୍କ ଦରବାରରେ କ୍ରିକେଟର ହରଭଜନ ସିଂ

Also Read- Kaun banega crorepati 15: ୧୨ବର୍ଷର ବାଳକ କୋଟିପତି, କେବିସି ୧୫ରେ ରଚିଲେ ଇତିହାସ, ଅମିତାଭ ବଚ୍ଚନ ବି ହେଲେ ମୟଙ୍କଙ୍କ ଫ୍ୟାନ