Mata Vaishno Devi: ମାତା ବୈଷ୍ଣୋ ଦେବୀଙ୍କ ଦରବାରରେ କ୍ରିକେଟର ହରଭଜନ ସିଂ
Advertisement

Mata Vaishno Devi: ମାତା ବୈଷ୍ଣୋ ଦେବୀଙ୍କ ଦରବାରରେ କ୍ରିକେଟର ହରଭଜନ ସିଂ

Mata Vaishno Devi: କାଟ୍ରା ପହଞ୍ଚିବା ପରେ କ୍ରିକେଟ୍ ଖେଳାଳୀଙ୍କୁ ସ୍ୱାଗତ କରିଥିଲା କାଟ୍ରା ସ୍ପୋର୍ଟସ କ୍ଲବ । ଏହା ପରେ ଖେଳାଳିମାନେ ମନ୍ଦିରକୁ ଯାଇଥିଲେ । 

Mata Vaishno Devi: ମାତା ବୈଷ୍ଣୋ ଦେବୀଙ୍କ ଦରବାରରେ କ୍ରିକେଟର ହରଭଜନ ସିଂ

Mata Vaishno Devi: ଲିଜେଣ୍ଡ୍ ଲିଗ୍ ଟି -୨୦ କ୍ରିକେଟ୍ ଖେଳିବା ପାଇଁ ସୁରେଶ ରାଇନା, ହରଭଜନ ସିଂ ଜାମ୍ମୁରେ ପହଞ୍ଚିଥିଲେ। ଶ୍ରୀସନ୍ତଙ୍କ ସମେତ ବହୁ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ରେସି ଜିଲ୍ଲାର ତ୍ରିକୁଟା ପାହାଡରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀଙ୍କ- ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରିବା ସହ ପ୍ରାର୍ଥନା କରିଥିଲେ। ଲିଜେଣ୍ଡ୍ ଟି -୨୦ ଲିଗର ଦ୍ୱିତୀୟ ସିଜନରେ ଭାଗ ନେବାକୁ ଗୌତମ ଗମ୍ଭୀର, ମହମ୍ମଦ କୈଫ, ଇରଫାନ ପଠାନ, ସଚିନ ୱାଟସନ, ଆରୋନ ଫିଞ୍ଚଙ୍କ ସମେତ ୧୦୦ ରୁ ଅଧିକ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଜାମ୍ମୁରେ ପହଞ୍ଚିଛନ୍ତି।

ସୂଚନା ମୁତାବକ କାଟ୍ରାରେ ପହଞ୍ଚିବା ପରେ କ୍ରିକେଟ୍ ଟିମକୁ କାଟ୍ରା ସ୍ପୋର୍ଟସ କ୍ଲବ ସ୍ୱାଗତ କରିଥିଲା। ଏହା ପରେ ଖେଳାଳିମାନେ ଯାତ୍ରା କରି ଗୁମ୍ଫା ନିକଟରେ ପହଞ୍ଚିଥିଲେ । ମନ୍ଦିରରେ ପ୍ରାର୍ଥନା କରିବା ପରେ କ୍ରିକେଟରମାନେ ଭୈରନ ବାବା ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ପହଞ୍ଚିଥିଲେ । ପରେ ଉପତ୍ୟକା ପରିଦର୍ଶନ କରି ସନ୍ଧ୍ୟାରେ ଜାମ୍ମୁ ଫେରିଥିଲେ।

ମନ୍ଦିର ଯିବା ପୂର୍ବରୁ ହରଭଜନ ସିଂ କାଟାର ସାମ୍ବାଦିକମାନଙ୍କୁ କହିଥିଲେ ଯେ, ମୁଁ ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦ ନେବାକୁ ଏହି ସ୍ଥାନକୁ ଆସିଛି। ମୁଁ କେତେ ଭାଗ୍ୟବାନ୍ ଯେ, ଗୁମ୍ଫାରେ ପହଞ୍ଚି ମାତାଙ୍କ ପୂଜା କରିବାର ସୁଯୋଗ ପାଇଲି। '' ଜାମ୍ମୁରେ ଖେଳିବାର ଅଭିଜ୍ଞତା ସମ୍ପର୍କରେ କହି ପୂର୍ବତନ ଭାରତ ସ୍ପିନର ସୂଚନା ଦେଇଛନ୍ତି ଯେ, '' ବହୁ ବର୍ଷ ପରେ ଏଠାରେ ଏହି ମ୍ୟାଚ୍ ଆୟୋଜିତ ହେଉଛି ତେଣୁ ଲୋକମାନେ ମ୍ୟାଚ୍ ଦେଖିବା ପାଇଁ ଉତ୍ସାହି ଅଛନ୍ତି । ଆଶା ସମସ୍ତେ ଏହି ମ୍ୟାଚକୁ ଉପଭୋଗ କରିବେ। ଆମେ ମଧ୍ୟ ଏଠାରେ ହେବାକୁ ଥିବା ଖେଳକୁ ଉପଭୋଗ କରିବୁ। ”

ଆପଣଙ୍କୁ କହିରଖୁଛୁ ଯେ, ଜାମ୍ମୁରେ ଲିଜେଣ୍ଡ୍ ଲିଗ୍ ଟୁର୍ନାମେଣ୍ଟର ମୋଟ ଚାରିଟି ମ୍ୟାଚ୍ ଖେଳାଯାଉଛି । ପ୍ରଥମ ମ୍ୟାଚ୍ ସୋମବାର ଖେଳାଯାଇଥିବାବେଳେ ଅବଶିଷ୍ଟ ତିନୋଟି ମ୍ୟାଚ୍ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ଦିନ ଖେଳାଯିବ।

Also Read- Kaun banega crorepati 15: ୧୨ବର୍ଷର ବାଳକ କୋଟିପତି, କେବିସି ୧୫ରେ ରଚିଲେ ଇତିହାସ, ଅମିତାଭ ବଚ୍ଚନ ବି ହେଲେ ମୟଙ୍କଙ୍କ ଫ୍ୟାନ

Also Read- Expensive gift: ଭଣଜା ବାହାଘରରେ ମାମୁଁଙ୍କ ଉପହାର, ୧.୩୧ କୋଟି ସହ ୭୫ ଲକ୍ଷର ପ୍ଲଟ୍ ଏବଂ କାର୍