Road Accident: ଅଟୋ ଉପରେ ଚଢିଗଲା କାର, ଘଟଣାସ୍ଥଳରେ ୫ ମୃତ, ଏକାଧିକ ଗୁରୁତର
Advertisement
Article Detail0/zeeodisha/odisha1630289

Road Accident: ଅଟୋ ଉପରେ ଚଢିଗଲା କାର, ଘଟଣାସ୍ଥଳରେ ୫ ମୃତ, ଏକାଧିକ ଗୁରୁତର

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା (Road Accident)। ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ( five persons killed in road accident)। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା (Road Accident)। ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ( five persons killed in road accident)। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ ମୃତଦେହ ଗୁଡିକ ଖଣ୍ଡ ବିଖଣ୍ଡିତ ହୋଇ ପଡିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ଗୋଟାଇ ଥିଲା । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣାଟି ୟୁପିର କୋତଓ୍ଵାଲି ଦେହାତ ଅଞ୍ଚଳର ଲକ୍ଷ୍ମୌ ହରଦାଇ ମାର୍ଗରେ ( lucknow hardoi route)ଘଟିଛି। 

ସୂଚନା ମୁତାବକ, ଦୁର୍ଘଟଣାଟି କୋତଓ୍ଵାଲି ଦେହାତ ଅଞ୍ଚଳର ଲକ୍ଷ୍ମୌ ହରଦାଇ ମାର୍ଗରେ ଟମ୍ରା ସେଣ୍ଟର ପାଖରେ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁୟୀ, ହରଦାଇ (hardoi) ପଟୁ ଆସୁଥିବା ଏକ ଦ୍ରୁତଗାମୀ ଅଟୋ ଏବଂ  ବୀପରିତ ଦିଗରୁ ଆସୁଥିବା ଏକ ଓ୍ଵାଗନର କାର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ  ପରପ୍ପର ମଧ୍ୟରେ ୨ଟି ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଓ୍ବାଗନର କାରଟି ଅଟୋ ଉପରେ ଚଢି ଯାଇଥିଲା । ଫଳରେ ଅଟୋରେ ଥିବା  ୫ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏବଂ କାରରେ ଥିବା  ୫ ଜଣ ଗୁରୁତର ଆହତ ହୋଇଥିଲେ । ତେବେ,ମୃତକଙ୍କ ମୃତଦେହ ଗୁଡିକ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ରାସ୍ତାରେ ଏତେତେଣେ ପଡିଥିଲା । ଯାହାକୁ ପୋଲିସ ଆସି ଗୋଟାଇ ଥିଲା । ଖଣ୍ଡ ବିଖଣ୍ଡିତ ମାଂସ ପିଣ୍ଡୁଳା ସବୁ ୧୦ ଫୁଟ ଦୂରରେ ଛିଟିକି ପଡିଥିଲା। ଘଟଣା ସ୍ଥଳରେ ପୋଲିସ ଏସପି ରାଜେଶ ଦ୍ୱିବେଦୀଙ୍କ ସମେତ ଜିଲ୍ଲାପାଳ, ଏସଡିଏମଓ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏବଂ ଆହାତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲା । 

Also Read : Jajpur News: ରାଗିଂ ନେଲା ଜୀବନ! ନିର୍ଯାତନା ସହି ନ ପାରି ଝୁଲି ପଡ଼ିଲେ ଛାତ୍ରୀ

Also Read : Odisha News: ଧୋକାବାଜ୍ କନେଷ୍ଟବଳ ପ୍ରେମିକ! ୭ ବର୍ଷ ଲିଭିଇନରେ ରହିବା ପରେ ଫେରାର...

ଆଜି ମଧ୍ୟ ଏଭଳି ଏକ ଦୁର୍ଘଟଣା ସାଉଦି ଆରବରେ ଦେଖିବାକୁ ମିଳିଛି ।  ସାଉଦି ଆରବରେ ଜଳିଗଲା ହଜଯାତ୍ରୀ ବସ୍‌ । ପୋଲରେ ବାଡେଇ ହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ଆଉ ବସରେ ଲାଗିଗଲା ନଆଁରେ ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ପବିତ୍ର ସ୍ଥାନ ମକ୍କା ଏବଂ ମଦିନାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ସୂଚନା ମୁତାବକ, ଆଜି ସକାଳୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଅତି କମରେ ୨୯ ଜଣ ଆହତ ହୋଇଛନ୍ତି। ୟେମେନ ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଦିଗରେ ଆସିର ପ୍ରଦେଶ ଦେଇ ତୀର୍ଥଯାତ୍ରୀ ବସଟି ଯାଉଥିବା ବେଳେ ବ୍ରେକ୍ ଫେଲ୍ ହେବା ଯୋଗୁ କାର ସହିତ ଧକ୍କା ହୋଇଥିଲା । ପରେ ବସ୍ଟି ପ୍ରଥମେ ଏକ ପୋଲରେ ବାଡେଇ ହୋଇ ରାସ୍ତା କଡକୁ ଓଲଟି ପଡିଥିଲା। ଏହାପରେ ବସରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗୁଁ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା। ଫଳରେ ୨୦ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା ଜଣାଯାଇଛି। ଘଟଣାରେ ଆହତ ହୋଇଥିବା ୨୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଦମକଳବାହିନୀ ମଧ୍ୟ ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ। ପୋଲିସ ମୁତାବକ, ବସରେ ଥିବା ସମସ୍ତ ଯାତ୍ରୀ ଉମ୍ରା କରିବାକୁ ଯାଉଥିଲେ। ସ୍ଥାନୀୟ ଲୋକଙ୍କ ସହ ବସରେ ବହୁ ବିଦେଶୀ ଯାତ୍ରୀ ମଧ୍ୟ ଥିଲେ। ତେବେ ବସ୍ ଭିତରେ କେଉଁ କେଉଁ ଦେଶର ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ। ସାଉଦି ଆରବର ପବିତ୍ର ସ୍ଥାନର ଆଖପାଖରେ ତୀର୍ଥଯାତ୍ରୀମାନଙ୍କୁ ନେଇ ଯିବା ବିପଦପୂର୍ଣ୍ଣ କାମ । ବିଶେଷ ଭାବେ ହଜ୍‌ ଯାତ୍ରା ବହୁତ ବିପଦପୂର୍ଣ୍ଣ ରହିଥାଏ । ୨୦୧୯ରେ ମଦିନରେ ଅକ୍ଟୋବରରେ ଏକ ବସ୍‌ ଅନ୍ୟ ଏକ ଗାଡି ସହିତ ଧକ୍କା ହୋଇଥିଲା। ଫଳରେ ୩୫ରୁ ଅଧିକ ବିଦେଶୀ ଯାତ୍ରୀ ମରିଥିଲେ ଏବଂ ଅନେକ ଆହତ ହୋଇଥିଲେ ।