Israel Economy: ଯୁଦ୍ଧ ଲଢି ଆହୁରି ଅଧିକ ଶକ୍ତିଶାଳୀ ହୋଇଗଲା ଇସ୍ରାଏଲ; ୪ ମାସରେ ବଢିଗଲା ବିଦେଶୀ ମୁଦ୍ରା ଭଣ୍ଡାର
Advertisement
Article Detail0/zeeodisha/odisha2148614

Israel Economy: ଯୁଦ୍ଧ ଲଢି ଆହୁରି ଅଧିକ ଶକ୍ତିଶାଳୀ ହୋଇଗଲା ଇସ୍ରାଏଲ; ୪ ମାସରେ ବଢିଗଲା ବିଦେଶୀ ମୁଦ୍ରା ଭଣ୍ଡାର

Israel GDP: ହମାସ ବିରୋଧି ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଇସ୍ରାଏଲ ଜିଡିପି ପରିମାଣ ୧୯% ପାଇଥିଲା। ହେଲେ ଏହା ସତ୍ତ୍ୱେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ବୃଦ୍ଧି ପାଇଥିବା   ବ୍ୟାଙ୍କ ଅଫ୍ ଇସ୍ରାଏଲ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ଦର୍ଶାଇଛି।

Israel Economy: ଯୁଦ୍ଧ ଲଢି ଆହୁରି ଅଧିକ ଶକ୍ତିଶାଳୀ ହୋଇଗଲା ଇସ୍ରାଏଲ; ୪ ମାସରେ ବଢିଗଲା ବିଦେଶୀ ମୁଦ୍ରା ଭଣ୍ଡାର

Israel Foreign Exchange Reserves: ପ୍ରାୟ ୬ ମାସ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଯୁଦ୍ଧ ଜାରି ରଖିଛି ଇସ୍ରାଏଲ ସେନା। ଇସ୍ରାଏଲ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଗାଜା ଅଞ୍ଚଳରୁ ହାମାସ ଗୋଷ୍ଠୀକୁ ମୂଳୋତ୍ପାଟନ କରିବା ଉପରେ ରହିଛି। ହେଲେ ଏହି ଯୁଦ୍ଧ ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏହାର ପ୍ରଭାବ ଇସ୍ରାଏଲ ଅର୍ଥନୀତି ଉପରେ ମଧ୍ୟ ଅନୁଭୂତ ହୋଇଛି। ଗତ ବର୍ଷର ଚତୁର୍ଥ ତ୍ରୈମାସିକରେ ଦେଶର ଜିଡିପି ୧୯% ତଳକୁ ଖସି ଆସିଛି। ଏହା ପରେ କେନ୍ଦ୍ରୀୟ ପରିସଂଖ୍ୟାନ ବ୍ୟୁରୋ କହିଛି ଯେ ୨୦୨୩ ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଭାବ ଜିଡିପି ଉପରେ ଦେଖାଯାଇଛି। ହେଲେ ବ୍ୟାଙ୍କ ଅଫ୍ ଇସ୍ରାଏଲ୍ ଦ୍ୱାରା ପ୍ରକାଶିତ ବୈଦେଶିକ ମୁଦ୍ରା ସଂରକ୍ଷଣର ପରିସଂଖ୍ୟାନରେ ଯୁଦ୍ଧ ସତ୍ତ୍ୱେ ଦେଶରରେ ଏକ ବୃଦ୍ଧି ହୋଇଥିବାର ରେକର୍ଡ କରାଯାଇଛି।

ବ୍ୟାଙ୍କ ଅଫ୍ ଇସ୍ରାଏଲ୍ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଫେବୃଆରୀ ମାସରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୨୦୬.୮୨୮ ବିଲିୟନ ଆମେରିକୀୟ ଡ଼ଲାର (ଭାରତୀୟ ମୁଦ୍ରାରେ ୧,୭୧,୧୫,୫୦,୩୦,୪୫,୮୦୦.୦୦ କୋଟି) ମୂଲ୍ୟରେ ପହଞ୍ଚିଛି। ଚଳିତ ବର୍ଷ ଜାନୁଆରୀ ମାସରେ ଇସ୍ରାଏଲ ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୭୦୩ ମିଲିୟନ ଆମେରିକୀୟ ଡ଼ଲାର ମୂଲ୍ୟକୁ ବୃଦ୍ଧି ପାଇଛି। ବ୍ୟାଙ୍କ ଅଫ୍ ଇସ୍ରାଏଲ ପକ୍ଷରୁ ପ୍ରକାଶିତ ଏପରି ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି। ଯୁଦ୍ଧ ହେତୁ ଇସ୍ରାଏଲ୍ ଏହାର ମୁଦ୍ରାକୁ ମଜବୁତ କରିବା ପାଇଁ ଦେଶର ବୈଦେଶିକ ଭଣ୍ଡାର ବିକ୍ରୟ କରିବ ବୋଲି କୁହାଯାଉଥିଲା। ହେଲେ ଇସ୍ରାଏଲ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ସଂରକ୍ଷଣକୁ ଆହୁରି ବୃଦ୍ଧି କରିଛି।

କିପରି ବଢିଲା ଇସ୍ରାଏଲ ବୈଦେଶିକ ମୁଦ୍ରା ଭଣ୍ଡାର?
ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବା ପଛର କେଉଁ କାରଣ ରହିଛି ତାହା ଜଣାଇଛି ବ୍ୟାଙ୍କ ଅଫ୍ ଇସ୍ରାଏଲ୍। ଏନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବା ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ପୁନଃ ମୂଲ୍ୟାୟନ। ବ୍ୟାଙ୍କ ଏହା ମଧ୍ୟ କହିଛି ଯେ ସରକାରଙ୍କ ବୈଦେଶିକ ମୁଦ୍ରା କାର୍ଯ୍ୟକଳାପ ଦ୍ୱାରା ପ୍ରାୟ ୨୪୪ ମିଲିୟନ ଡଲାର ମୂଲ୍ୟର ଏପରି ବୃଦ୍ଧି ଆଂଶିକ ବନ୍ଦ ହୋଇଯାଇଥିଲା।

ଯୁଦ୍ଧ ସତ୍ତ୍ୱେ ବୃଦ୍ଧି ପାଇଛି ଇସ୍ରାଏଲ ବୈଦେଶିକ ମୁଦ୍ରା ଭଣ୍ଡାର  
ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିଲା ଇସ୍ରାଏଲ-ହମାସ ଯୁଦ୍ଧ। ସେହି ମାସରେ ଇସ୍ରାଏଲ ବୈଦେଶିକ ମୁଦ୍ରା ଭଣ୍ଡାର ୧୯୧ ବିଲିୟନ ଆମେରିକୀୟ ଡ଼ଲାର ରହିଥିଲା। ଯାହା ଗତ ବର୍ଷ ନଭେମ୍ବର ମାସରେ ୧୯୮, ଡିସେମ୍ବର ମାସରେ ୨୦୪, ଚଳିତ ବର୍ଷ ଜାନୁଆରୀ ମାସରେ ୨୦୬ ଏବଂ ଫେବୃଆରୀ ମାସରେ ୨୦୭ ବିଲିୟନ ଆମେରିକୀୟ ଡ଼ଲାର ହୋଇଥିଲା। ଆପଣଙ୍କୁ କହିରଖୁଛୁ ଯେ ଗତ ୨୦୧୧ ଡିସେମ୍ବର ମାସରେ ଇସ୍ରାଏଲ ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୨୧୩ ବିଲିୟନ ଆମେରିକୀୟ ଡ଼ଲାର ହୋଇଯାଇଥିଲା।

ଗାଜା ଯୁଦ୍ଧକୁ ପୁରଣ ହଇସାରିଛି
ଗତ ବର୍ଷ ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଆରମ୍ଭ ହୋଇଥିଲା ଇସ୍ରାଏଲ-ହମାସ୍ ଯୁଦ୍ଧ। ଏହି ଯୁଦ୍ଧ ପୂର୍ବରୁ ହମାସ ପକ୍ଷରୁ ଆରମ୍ଭ ହୋଇଥିବା ଆକ୍ରମଣରେ ପ୍ରାୟ ୧୨୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ପ୍ରାୟ ୨୫୦ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ କରି ନେଇଯାଇଥିଲେ ହମାସ ଆତଙ୍କବାଦୀ। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ୍ ସେନା ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଆରମ୍ଭ କରିଥିଲା ଜବାବୀ କାର୍ଯ୍ୟାନୁଷ୍ଠାନ। ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନରେ ୩୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବାର କୁହାଯାଉଛି।