Natwar Singh: କୂଟନୀତିଜ୍ଞ ପଦ୍ମ ବିଭୂଷଣ ନଟବର ସିଂହଙ୍କ ଦେହାନ୍ତ, ମନମୋହନ ସରକାରରେ ଥିଲେ ବୈଦେଶିକ ମନ୍ତ୍ରୀ
Advertisement
Article Detail0/zeeodisha/odisha2378486

Natwar Singh: କୂଟନୀତିଜ୍ଞ ପଦ୍ମ ବିଭୂଷଣ ନଟବର ସିଂହଙ୍କ ଦେହାନ୍ତ, ମନମୋହନ ସରକାରରେ ଥିଲେ ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଦ୍ମବିଭୂଷଣ କେ ନଟବର ସିଂହଙ୍କ ଦେହାନ୍ତ ହୋଇଛି। ଗୁରୁଗ୍ରାମର ମେଦାନ୍ତ ହସ୍‍ପିଟାଲରେ ଗଲା କିଛିଦିନ ହେଲା ନଟବର ଚିକିତ୍ସାଧୀନ ଥିଲେ। ସେ ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ବେୈଦେଶିକ ବ୍ୟାପର ସେବାରେ ଜଣେ କୂଟନୀତିଜ୍ଞ

Natwar Singh: କୂଟନୀତିଜ୍ଞ ପଦ୍ମ ବିଭୂଷଣ ନଟବର ସିଂହଙ୍କ ଦେହାନ୍ତ, ମନମୋହନ ସରକାରରେ ଥିଲେ ବୈଦେଶିକ ମନ୍ତ୍ରୀ

Natwar Singh: ଭୁବନେଶ୍ୱର: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଦ୍ମବିଭୂଷଣ କେ ନଟବର ସିଂହଙ୍କ ଦେହାନ୍ତ ହୋଇଛି। ଗୁରୁଗ୍ରାମର ମେଦାନ୍ତ ହସ୍‍ପିଟାଲରେ ଗଲା କିଛିଦିନ ହେଲା ନଟବର ଚିକିତ୍ସାଧୀନ ଥିଲେ। ସେ ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ବେୈଦେଶିକ ବ୍ୟାପର ସେବାରେ ଜଣେ କୂଟନୀତିଜ୍ଞ ଭାବେ କାର୍ଯ୍ୟରତ ଥିଲେ। 

୧୯୩୧ ମସିହାରେ ଜନ୍ମିତ ନଟବର ୧୯୮୪ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ। ଏହି ବର୍ଷ ସେ ଭରତପୁର ଲୋକସଭା ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲା। ୧୯୮୫ରୁ ୧୯୮୯ ଯାଏ ରାଜୀବ ଗାନ୍ଧିଙ୍କ ସରକାରରେ କୋଇଲା ଖଣି ଓ ଇସ୍ପାତ ଏବଂ କୃଷି ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ନଟବର ୧୯୮୬ରୁ ୮୯ ମଧ୍ୟ ଭାରତ ସରକାରରେ ମନ୍ତ୍ରୀ ଥିଲେ।  ଜଣେ ଦକ୍ଷ ପ୍ରଶାସକ ତଥା ରାଜନେତା ଭାବେ ପରିଚିତ ନଟବରଙ୍କୁ ମନମୋହନ ସିଂହଙ୍କ ସରକାରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ମିଳିଥିଲା। ସେ ୨୦୦୪-୦୫ରେ ଏହି ଦାୟିତ୍ୱ ତୁଲାଇଥିଲା। 

ତାଙ୍କ ମୃତ୍ୟୁରେ  ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ସମେତ ଅନେକ ମାନ୍ୟଗଣ୍ୟ ନେତା ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ସିଂହ ୨୨ ବର୍ଷ ବୟସରେ ଭାରତୀୟ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟରେ ଜଣେ ଆଇଏଫ୍‍ଏସ୍‍ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସେବାରେ ସେ ଜାମ୍ବିଆର ଉଚ୍ଚାୟୁକ୍ତ ହେବା ସହ ପାକିସ୍ତାନର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାକୁ ଚାହିଁଥିଲେ ଶ୍ରୀ ସିଂହ।