G20 Summit: ଇଣ୍ଡୋନେସିଆରେ ଭାରତୀୟଙ୍କ ମଧ୍ୟରେ ଡ୍ରମ୍ ବଜାଇଲେ ପିଏମ ମୋଦି, ଦେଖନ୍ତୁ Video
Advertisement
Article Detail0/zeeodisha/odisha1442877

G20 Summit: ଇଣ୍ଡୋନେସିଆରେ ଭାରତୀୟଙ୍କ ମଧ୍ୟରେ ଡ୍ରମ୍ ବଜାଇଲେ ପିଏମ ମୋଦି, ଦେଖନ୍ତୁ Video

PM Modi plays drums: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡୋନେସିଆରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କୁ ଭେଟିଥିଲେ ଓ ଏହି ସମୟରେ ଡ୍ରମ ମଧ୍ୟ ବଜାଇଥିଲେ ।

ସୌ: ସୋସିଆଲ ମିଡିଆ

PM Modi plays drums: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ମଙ୍ଗଳବାର ଦିନ ଇଣ୍ଡୋନେସିଆରେ (Indonesia) ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ (G20 Summit) ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କୁ ଭେଟିଥିଲେ ଓ ଏହି ସମୟରେ ଡ୍ରମ ମଧ୍ୟ ବଜାଇଥିଲେ । ଭାରତୀୟ ସମ୍ପ୍ରଦାୟ ସହ କଥାବାର୍ତ୍ତା ପାଇଁ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତୀୟ ପୋଷାକ ଓ ପଗଡ଼ି ପିନ୍ଧିଥିବା ଲୋକମାନେ ହାତ ଯୋଡି ଅଭିବାଦନ କରିଥିଲେ ଓ 'ଭାରତ ମାତା କି ଜୟ'ର ସ୍ଲୋଗାଲା ମଧ୍ୟ ଦେଇଥିଲେ । ପିଏମ ମୋଦି କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ଡ଼୍ରମ୍ ବଜାଇ ସ୍ୱାଗତ କରାଯାଇଥିଲା ।

ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜକୁ ଅଟକାଇ ପାରିନଥିଲେ ଓ ସେ ମଧ୍ୟ ଡ୍ରମ ବଜାଇଥିଲେ । ଏହା ଦେଖି ଡ୍ରମ ବାଯାଉଥିବା ଲୋକ ଖୁସିରେ ନାଚି ଉଠିଥିଲେ । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାଲିରେ ପହଞ୍ଚିଛନ୍ତି । ୧ ଡିସେମ୍ବର ୨୦୨୨ ରୁ ଭାରତ ଏକ ବର୍ଷ ପାଇଁ ଜି-୨୦ ର ଅଧ୍ୟକ୍ଷ ହେବ । ଏଠାରେ ଜି-୨୦ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକଙ୍କୁ ସମ୍ବୋଧିତ କରି ମୋଦି ୨୦୧୮ ରେ ଇଣ୍ଡୋନେସିଆରେ ଘଟିଥିବା ଭୟଙ୍କର ଭୂକମ୍ପ ଓ ମାନବିକ ସହାୟତା ପାଇଁ ଭାରତର 'ଅପରେସନ୍ ସାମୁଦ୍ର ମୈତ୍ରୀ'କୁ ମନେ ପକାଇଛନ୍ତି ।

ଉଭୟ ଭଲ ଓ କଷ୍ଟ ସମୟରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ମଜବୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୧୮ ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଜାକର୍ତ୍ତା ଗସ୍ତ କରିଥିଲେ, ସେତେବେଳେ ସେ କହିଥିଲେ ଯେ 'ଯଦିଓ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ୯୦ ସମୁଦ୍ର ମାଇଲ୍ ଦୂରରେ ଅଛି, କିନ୍ତୁ ବାସ୍ତବରେ, 'ଆମେ 90 ସମୁଦ୍ର ମାଇଲ୍ ଦୂରରେ ନୁହେଁ, ବରଂ ୯୦ ସମୁଦ୍ର ମାଇଲ୍ ନିକଟତର ।' ସେ କହିଛନ୍ତି ଏକ ସମୟରେ ଯେତେବେଳେ ଭାରତରେ ଏକ ମହାନ ରାମ ମନ୍ଦିର ନିର୍ମାଣ ହେଉଛି, ଆମେ ମଧ୍ୟ ଗର୍ବର ସହିତ ଇଣ୍ଡୋନେସିଆର ରାମାୟଣ ପରମ୍ପରାକୁ ମନେ ରଖିଛୁ ।'

ମଙ୍ଗଳବାର ଦିନ ଏହି ବୈଠକରେ ଯେତେବେଳେ ବିଶ୍ୱର ସମସ୍ତ ନେତା ସମାନ ପ୍ଲାଟଫର୍ମରେ ଏକାଠି ହୋଇଥିଲେ, ସେତେବେଳେ ପିଏମ ମୋଦିଙ୍କ ଚମକ ଦେଖିବାକୁ ମିଳିଥିଲା । ଏହି ବୈଠକ ପାଇଁ ଆସିଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ (Joe Biden) ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ମିଳାଇଥିଲେ । ସେ ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଥଟ୍ଟା ମଧ୍ୟ କରିଥିଲେ । ଏହା ଦେଖି ଅନ୍ୟ ରାଷ୍ଟ୍ର ମୁଖ୍ୟମାନେ ଟିକେ ଆଶ୍ଚର୍ଯ୍ୟ ହୋଇଥିବେ, କିନ୍ତୁ ପିଏମ ମୋଦିଙ୍କ ବ୍ୟକ୍ତିତ୍ୱ ଯେପରି, କୌଣସି ବଡ ନେତା ତାଙ୍କୁ ଭେଟିବାକୁ ବ୍ୟାକୁଳ ଥିଲେ ।

ଏହା ବି ପଢ଼ନ୍ତୁ: G-20 Summit: ବାଇଡେନଙ୍କ ସହ ଥଟ୍ଟା, ମାକ୍ରୋନକୁ ଇସାରା କରି ଡାକିବା, ଜି-୨୦ ରେ ପିଏମ ମୋଦିଙ୍କ କିଛି ଏପରି ଚମକ