Kalinga Literary Awards: ଔପନ୍ୟାସିକ ଗୀତାଞ୍ଜଳି ଶ୍ରୀ, ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର
Advertisement
Article Detail0/zeeodisha/odisha1580786

Kalinga Literary Awards: ଔପନ୍ୟାସିକ ଗୀତାଞ୍ଜଳି ଶ୍ରୀ, ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର

Kalinga Literary Awards:  ଚଳିତ ବର୍ଷଠାରୁ କଳିଙ୍ଗ ସାହିତ୍ୟ ଉତ୍ସବ ତରଫରୁ କଳିଙ୍ଗ ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଏବଂ କଳିଙ୍ଗ ସାହିତ୍ୟ ପୁରସ୍କାରର ବିଜେତାଙ୍କୁ ୫୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ସହ ଟ୍ରଫି ଓ ସାଇଟେସନ୍ ମଧ୍ୟ ପ୍ରଦାନ କରାଯିବ । 

Kalinga Literary Awards: ଔପନ୍ୟାସିକ ଗୀତାଞ୍ଜଳି ଶ୍ରୀ, ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର

Kalinga Literary Awards: ଭୁବନେଶ୍ୱର: ବିଶିଷ୍ଟ ହିନ୍ଦୀ ଔପନ୍ୟାସିକା ଗୀତାଞ୍ଜଳି ଶ୍ରୀ (Geetnjali Shree) ଏବଂ ଶିକ୍ଷାବିତ୍‌, ଲେଖକ, ସଂଳାପକାର, କଳା ବିଶ୍ଳେଷକ ତଥା ଥିଏଟର ନିର୍ଦେଶକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ( Dr. Ramesh Prasad Panigrahi) ୨୦୨୩ ବର୍ଷ ପାଇଁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର (Kalinga Literary Awards) ପ୍ରଦାନ କରାଯିବ । ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ (Penguin Random House) ଓ ରାଜକମଳ ପ୍ରକାଶନକୁ (Rajkamal Prakashan) ପବ୍ଲିସିଂ ହାଉସ୍ ଅଫ୍ ଦି ଇୟର ପୁରସ୍କାର ଦିଆଯିବ । କଳିଙ୍ଗ ସାହିତ୍ୟ ଉତ୍ସବର ପ୍ରତିଷ୍ଠାତା ଓ ନିର୍ଦେଶକ ଶ୍ରୀଯୁକ୍ତ ରଶ୍ମୀ ରଂଜନ ପରିଡ଼ା (Rashmi Ranjan Parida) ଏହି ସୂଚନା ଦେଇଛନ୍ତି ।

୨୦୧୩ରେ କଳିଙ୍ଗ ସାହିତ୍ୟ ଉତ୍ସବ ପକ୍ଷରୁ ତିନିଟି ବର୍ଗରେ ଏହି ପୁରସ୍କାରକୁ ସ୍ଥାପନ କରାଯାଇଥିଲା । ଚଳିତ ବର୍ଷଠାରୁ କଳିଙ୍ଗ ସାହିତ୍ୟ ଉତ୍ସବ ତରଫରୁ କଳିଙ୍ଗ ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଏବଂ କଳିଙ୍ଗ ସାହିତ୍ୟ ପୁରସ୍କାରର ବିଜେତାଙ୍କୁ ୫୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ସହ ଟ୍ରଫି ଓ ସାଇଟେସନ୍ ମଧ୍ୟ ପ୍ରଦାନ କରାଯିବ । ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମ୍‌ଠାରେ ଫେବ୍ରୁଆରି ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନବମ କଳିଙ୍ଗ ସାହିତ୍ୟ ଉତ୍ସବର ଉଦଘାଟନୀ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ମନ୍ଦିରମାଳିନୀ ସହର ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମ୍ ହୋଟେଲ୍‌ରେ ଫେବ୍ରୁଆରି ୨୪-୨୬ ତାରିଖ ପର୍ଯ୍ୟନ୍ତ ବାର୍ଷିକ କଳିଙ୍ଗ ସାହିତ୍ୟ ଉତ୍ସବ (କେଏଲ୍‌ଏଫ୍‌) ଆୟୋଜନ କରାଯିବ । ନବମ ବର୍ଷରେ ପହଂଚିଥିବା ଏହି ଉତ୍ସବରେ ଲେଖକ, ବକ୍ତା, ଚିନ୍ତାନାକ ଏବଂ ମାନବିକତା ଆଦି ଜୀବନର ପ୍ରତିଟି କ୍ଷେତ୍ରକୁ ଶକ୍ତିଶାଳୀ ଢଙ୍ଗରେ ପ୍ରଦର୍ଶିତ କରାଯିବ । ଏହି କାର୍ଯ୍ୟକ୍ରମରେ ଭାଷା ବିବିଧତାକୁ ନେଇ ସାହିତ୍ୟର ଏକ ଚମତ୍କାର ବର୍ଗମାଳା ଦେଖିବାକୁ ମିଳିବ ଯେଉଁଥିରେ ୧୦ଟି ଦେଶର ୨୫ରୁ ଅଧିକ ଭାଷା ଉପସ୍ଥାପିତ ହେବ ।

ଉତ୍ସବର ୨୦୨୩ ସଂସ୍କରଣରେ ବିଭିନ୍ନ ଜାତୀୟତାର ୫୦୦ରୁ ଅଧିକ ବକ୍ତା ଯୋଗଦେବେ ଯେଉଁମାନଙ୍କ ମଧ୍ୟରେ ନୋବଲେ, ଦି ବୁକର, ଆନ୍ତର୍ଜାତିକ ବୁକର, ସାହିତ୍ୟ ଏକାଡେମି ଏବଂ ଆହୁରି ବହୁ ସମ୍ମାନଜନକ ପୁରସ୍କାର ହାସଲ କରିଥିବା ବ୍ୟକ୍ତିତ୍ୱ ରହିବେ । ପାଣିପାଗ ନ୍ୟାୟ ଭଳି ସାମ୍ପ୍ରତିକ ଆହ୍ୱାନଠାରୁ ଆରମ୍ଭ କରି, ମହିଳାଙ୍କ ସ୍ୱର ଓ ପରିଚୟ, ଉପରେ ଆଧାରିତ ମହାନ ମହିଳା ଲେଖିକା ଓ କଳାକାର, ଅପରାଧ ଉପନ୍ୟାସ, ସ୍ମରଣିକା, ଅନୁବାଦ, କବିତା, ଅର୍ଥନୀତି, ପ୍ରଯୁକ୍ତି ନୈତିକତା ଏବଂ ଆର୍ଟିଫିସିଆଲ ଇଟେଂଲିଜେନ୍‌ସ, ବିଶ୍ୱ ସଙ୍କଟ, ଅତ୍ୟାଧୁନିକ ବିଜ୍ଞାନ, ଭାରତ ଓ ଦୁନିଆ, କଳା ଓ ଫଟୋଗ୍ରାଫି, ସ୍ୱାସ୍ଥ୍ୟ ଓ ଔଷଧ ଏବଂ ଆହୁରି ବହୁ ପ୍ରକାର ବିଷୟ ଏହି କାର୍ଯ୍ୟକ୍ରମରେ ସାମିଲ ରହିଛି ।