ପ୍ରେମିକକୁ ଘରକୁ ଡାକି ରୋମାନ୍ସ କରୁଥିଲା ଝିଅ, ହଠାତ୍ ଆସିଗଲେ ପରିବାର; ଆଉ ତା'ପରେ...ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha2480946

ପ୍ରେମିକକୁ ଘରକୁ ଡାକି ରୋମାନ୍ସ କରୁଥିଲା ଝିଅ, ହଠାତ୍ ଆସିଗଲେ ପରିବାର; ଆଉ ତା'ପରେ...ଭିଡିଓ ଭାଇରାଲ

Viral Video: ସୋସିଆଲ ମିଡିଆରେ ଓଡି଼ଶାର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଝିଅ ନିଜ ପ୍ରେମିକକୁ ନିଜ ପରିବାର ପାଖରୁ ଲୁଚାଇବା ପାଇଁ ଏକ ଛୋଟ ବାକ୍ସରେ ତାଲା ପକାଇ ଦେଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆପଣ ମଧ୍ୟ ଏଠାରେ ଦେଖନ୍ତୁ ପୂରା ଭିଡିଓ।

 

Girl Hides Boyfriend in Box

Girl Hides Boyfriend in Box: ପ୍ରତିଦିନ ସୋସିଆଲ ମିଡିଆରେ କିଛି ଅଜବ ଓ ଅନନ୍ୟ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଯେଉଁଥିରେ ଅନେକ ଥର ପ୍ରେମୀ ଯୁଗଳଙ୍କ ସହ ଜଡିତ ମଜାଳିଆ ଓ ଫିଲ୍ମ ଘଟଣା ଦେଖାଯାଏ। ବର୍ତ୍ତାମାନ ଏହିପରି ଏକ ଭିଡିଓ ହେଡଲାଇନରେ ଅଛି। ଯେଉଁଥିରେ ଜଣେ ଝିଅ ନିଜ ପ୍ରେମିକକୁ ତାଙ୍କ ପରିବାର ଆଗରେ ଲୁଚାଇବା ପାଇଁ ଏପରି ପଦକ୍ଷେପ ନେଇଥିଲେ, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଘଟଣାଟି ସେତେବେଳେ ଘଟିଥିଲା ​​ଯେତେବେଳେ ଜଣେ ଯୁବକ ରାତି ଅଧରେ ନିଜ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଘରେ ପହଂଚିଥିଲେ। ଦୁହେଁ ଏକାକୀ ସମୟ ବିତାଉଥିଲେ, ସେତେବେଳେ ହଠାତ୍ ଝିଅର ମା କବାଟ ବାଡେଇବାକୁ ଲାଗିଲେ। ଧରାପଡିଯିବା ଡରରେ ଝିଅଟି ତୁରନ୍ତ ନିଜ ପ୍ରେମିକକୁ ଲୁଚାଇବା ପାଇଁ ଏକ ନିଆରା ଉପାୟ ବାହାର ବାଛିଥିଲେ। ସେ ଘରେ ରଥିବା ଏକ ବଡ଼ ଟିଁଣ ବାକ୍ସରେ ରଖାଯାଇଥିବା ଡ୍ରେସକୁ କାଢ଼ି ଦେଇ ନିଜ ପ୍ରେମିକକୁ ସେଥିରେ ଲୁଚାଇ ଦେଇଥିଲେ।

ଯେତେବେଳେ ମାଆ ତାଙ୍କ ଘର ଭିତରକୁ ଆସିଥିଲେ, ସେତେବେଳେ ଡ୍ରେସ ସବୁ ଛିନ୍ନଭିନ୍ନ ହୋଇ ଦେଖି ତାଙ୍କ ଝିଅକୁ ପ୍ରଶ୍ନ ପଚାରି ଆଶ୍ଚର୍ଯ୍ୟ ହୋଇଗଲେ। ଝିଅଟି କଥା ଲୁଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ମାଆ ସନ୍ଦେହ କରିଥିଲେ। ମା’ ପରିବାରର ଅନ୍ୟ ସଦସ୍ୟଙ୍କ ସହ ବାକ୍ସ ଖୋଲିବାକୁ ଦାବି କରିଥିଲେ। ପ୍ରଥମେ ଝିଅଟି ବିରୋଧ କରିଥିଲେ କିନ୍ତୁ ଶେଷରେ ସେ ବାକ୍ସ ଖୋଲିବାକୁ ବାଧ୍ୟ ହୋଇଥିଲେ। ବାକ୍ସ ଖୋଲିବା ମାତ୍ରେ ଝିଅର ପ୍ରେମିକା ବାହାରକୁ ଆସିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୫ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଲୋକମାନେ ଏହା ଉପରେ ଭିନ୍ନ ପ୍ରତିକ୍ରିୟା ଗ୍ରହଣ ଦେଉଛନ୍ତି। କିଛି ଲୋକ ଝିଅର ଯୋଜନାକୁ ପ୍ରଶଂସା କରୁଛନ୍ତି ଏବଂ କେହି କେହି ଥଟ୍ଟା କରି ପଚାରୁଛନ୍ତି - ଏହିପରି ଚିନ୍ତାଧାରା କିପରି ଆସେ? ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-