Advertisement
Article Detail0/zeeodisha/odisha1903156
Zee OdishaOdisha TrendingGold Rate: ୧୦ ଦିନ ପରେ ପୁଣି ବଢିଲା ସୁନା ଦର, କମିଲା ରୂପା

Gold Rate: ୧୦ ଦିନ ପରେ ପୁଣି ବଢିଲା ସୁନା ଦର, କମିଲା ରୂପା

Gold Silver Prices Today: ପାର୍ବଣ ଋତୁ ଚାଲିଥିବା ବେଳେ ଦିନ କେଇଟା ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)।  କ୍ରମାଗତ ଭାବରେ ସୁନା ଦର ବାଣିଜ୍ୟକ ବଜାରରେ (Today Gold Silver Price) ଖସୁଥିବା ବେଳେ ଆଜି ଏହି ଦରରେ ବିରାଟ ପରିବର୍ତ୍ତନ ଆସିଛି।  ଯଦି ଆପଣ ସୁନା ଗହଣ କିଣିବା ପାଇଁ ଯୋଜନା ରଖୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ, କାହିଁକିନା ଆଜି ସୁନା ଦର ବୃଦ୍ଧି ପାଇଛି। ତେବେ, ଆସନ୍ତୁ ନଜର ପକାଇବା କେଉଁ ସହରରେ ଦର କେତେ ରହିଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ
ସୌଜନ୍ୟ- ସୋସିଆଲ ମିଡି଼ଆ

Gold Silver Prices Today: ପାର୍ବଣ ଋତୁ ଚାଲିଥିବା ବେଳେ ଦିନ କେଇଟା ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)।  କ୍ରମାଗତ ଭାବରେ ସୁନା ଦର ବାଣିଜ୍ୟକ ବଜାରରେ (Today Gold Silver Price) ଖସୁଥିବା ବେଳେ ଆଜି ଏହି ଦରରେ ବିରାଟ ପରିବର୍ତ୍ତନ ଆସିଛି।  ଯଦି ଆପଣ ସୁନା ଗହଣ କିଣିବା ପାଇଁ ଯୋଜନା ରଖୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ, କାହିଁକିନା ଆଜି ସୁନା ଦର ବୃଦ୍ଧି ପାଇଛି। ସୁନା ଦର ବଢିଥିବା ବେଳେ ରୂପା ଦର କମିଛି । ତେବେ, ଆସନ୍ତୁ ନଜର ପକାଇବା କେଉଁ ସହରରେ ଦର କେତେ ରହିଛି। 

Also Read: Shani Dev: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶନିଙ୍କ ଓଲଟା ଚଳନ, ହୋଇଯିବେ ମାଲେମାଲ୍

ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦର ?

Add Zee News as a Preferred Source

ଦେଶର ପ୍ରମୁଖ ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ଆଜି ୫୨,୬୫୦ ଟଙ୍କା ରହିଛି ।  ଏହି ଦର ଗତକାଲି ୫୨,୫୫୦ ଟଙ୍କା ଥିଲା। ଅର୍ଥାତ୍ ଆଜି ଦର ୧୦୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୁପାଦରରେ ବିରାଟ ପରିବର୍ତ୍ତନ ଆସିଛି । ରୁପା କେଜି ପିଛା ଦର ୭୦,୬୦୦ ଟଙ୍କା ରହିଛି। ଅର୍ଥାତ୍ ଆଜି ରୂପା ଦର ୫୦୦ଟଙ୍କା କମିଛି। ସେହିପରି ମୟାନଗରୀ ମୁମ୍ବାଇରେ ବି ସୁନା ଦର ବୃଦ୍ଧି ପାଇଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୨,୫୦୦ ଟଙ୍କା ରହିଛି । ସେହିପରି, ଗତକାଲି ଏହି ଦର ୫୨,୪୦୦ ଥିଲା। 

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୫୨, ୫୦୦ ଟଙ୍କା ରହିଛି । ଗତକାଲି ଏହି ଦର ୫୨,୪୦୦ ରହିଥିଲା । ଅର୍ଥାତ୍ ସୁନା ଦର ଭରି ପିଛା ଆଜି ୧୦୦ ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ୍ ଦାମ୍ ୫୭,୨୩୦ ଟଙ୍କା ଥିବା ବେଳେ  ଗତକାଲି ଏହି ଦର ୫୭,୧୬୦ ଟଙ୍କା ରହିଥିଲା। ସେହିପରି ରୂପା ଦର କେଜି ପ୍ରତି ୭୩,୦୦୦ ହଜାର ଟଙ୍କା ରହିଛି । ରୂପାଦରରେ ଆଜି ୫୦୦ ଟଙ୍କା ହ୍ରାସ ପାଇଛି।  କଟକରେ ୨୨ କ୍ୟାରେଟ୍ ସୁନା ଦର  ୧୦ ଗ୍ରାମ୍ ସୁନା ପ୍ରତି ୫୨,୫୦୦ ଟଙ୍କା ରହିଛି । ସେହିପରି ଏହି ଦର ଗତକାଲି ୫୨,୪୦୦ ଟଙ୍କା ଥିଲା। ଅର୍ଥାତ୍ ଆଜି ଭରି ପ୍ରତି ୧୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ୍ ସୁନା ଦର ଭରିପ୍ରତି ୫୭,୨୩୦ ଟଙ୍କା ରହିଛି। 

About the Author