Gold Rate: ଶସ୍ତା ହେଲା ସୁନା, ଓଡି଼ଶାରେ ଭରି ପିଛା ଏତିକି ରହିଛି ଦର
Advertisement
Article Detail0/zeeodisha/odisha1939137

Gold Rate: ଶସ୍ତା ହେଲା ସୁନା, ଓଡି଼ଶାରେ ଭରି ପିଛା ଏତିକି ରହିଛି ଦର

Gold And Silver Price Today: ଆଗକୁ ଆସୁଛି ଧନତେରାସ୍ (Dhanteras) ଆଉ ପରେ ପରେ ଆରମ୍ଭ ହୋଇଯିବ ବିବାହ ସିଜିନ୍ (Wedding Season)। ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର (Gold Price Today) ଖସିଛି । ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। 

Gold Rate: ଶସ୍ତା ହେଲା ସୁନା, ଓଡି଼ଶାରେ ଭରି ପିଛା ଏତିକି ରହିଛି ଦର

Gold And Silver Price Today: ଆଗକୁ ଆସୁଛି ଧନତେରାସ୍ (Dhanteras) ଆଉ ପରେ ପରେ ଆରମ୍ଭ ହୋଇଯିବ ବିବାହ ସିଜିନ୍ (Wedding Season)। ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର (Gold Price Today) ଖସିଛି । ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଆଜି ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଦେଶର ପ୍ରମୁଖ ସହର ସମେତ ଓଡ଼ିଶାରେ କେତେ ରହିଛି ସୁନା ଦର ?

Also Read: LAccMI Bus: କଳାହାଣ୍ତିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଆଜିଠୁ ଜିଲ୍ଲାରେ ଗଡିବ 'ଲକ୍ଷ୍ମୀ ବସ୍'

ଆଜି ଭାରତୀୟ ବଜାରରେ ଅର୍ଥାତ୍ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି  ୫୬, ୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୬୮୦ ଟଙ୍କା ହୋଇଛି। ଅର୍ଥାତ୍ ୨୨ କ୍ୟାରେଟ୍ ସୁନାରେ ୩୦୦ ଟଙ୍କା ଓ  ଓ ୨୪ କ୍ୟାରେଟରେ ୩୨୦ ଟଙ୍କା ହ୍ରାସ ପାଇଛି। ସେହିପରି ରୂପା କିଲୋ ପିଛା ଦର ୭୫,୩୦୦ ଟଙ୍କା ରହିଛି । 

ଅନ୍ୟପଟେ ମାୟାନଗରୀ ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନା ଦାମ୍ ଭରି ପିଛା ୫୬,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୧,୫୩୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୩୦୦ ଓ ୨୪ କ୍ୟାରେଟରେ ୩୨୦ ଟଙ୍କା ହ୍ରାସ ପାଇଛି। ସେହିପରି ରୂପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ରୂପା କିଲୋ ପିଛା ଦର ୭୪,୧୦୦ ଟଙ୍କା ରହିଛି । ରୂପା ଦରରେ ୧୨୦୦ ଟଙ୍କା ହ୍ରାସ ପାଇଛି। ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦରରେ ମଧ୍ୟ ବିରାଟ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟ୍ ସୁନା ଦାମ୍ ଭରି ପିଛା ୫୬,୮୬୦ ଟଙ୍କା ରହିଛି । ଏବଂ ୨୪ କ୍ୟାରେଟ୍ ଦାମ୍  ୧୦ ଗ୍ରାମ୍ ପିଛା ୬୨,୦୩୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୨୯୦ ଟଙ୍କା ଖସି ଥିବା ବେଳେ ୨୪ କ୍ୟାରେଟରେ ୩୨୦ ଟଙ୍କା ରହିଛି। ଏବଂ ରୂପା ଦର କିଲୋ ପିଛା ୭୭,୦୦୦ ଟଙ୍କା ରହିଛି । ଏବଂ ୧୨୦୦ ଟଙ୍କା ରୂପା ଦର କମିଛି। 

ସେହିପରି ଓଡି଼ଶାର ପ୍ରମୁଖ ସହର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ଭରି ପିଛା  ୫୬,୪୦୦ ଟଙ୍କା ଥିଲା ବେଳେ ୨୪ କ୍ୟାରେଟ୍ ର ଦାମ ଭରି ପିଛା ୬୧,୫୩୦ ଟଙ୍କା ରହିଛି। ଅର୍ଥାତ୍ ୨୨ କ୍ୟାରେଟରେ ୩୦୦ ଟଙ୍କା ଓ ୨୪ କ୍ୟାରେଟରେ ୩୨୦ ଟଙ୍କା ସୁନା ଶସ୍ତା ହୋଇଛି । ସେହିପରି ରୂପା ଦର ମଧ୍ୟ  କିଲୋ ପିଛା ୧୨୦୦ ଟଙ୍କା ଖସିଛି। ଅନ୍ୟପଟେ କଟକରେ ବି ସୁନା ଶସ୍ତା ହୋଇଛି  । ୨୨ କ୍ୟାରେଟରେ ୩୦୦ ଟଙ୍କା ଓ ୨୪ କ୍ୟାରେଟରେ ୩୨୦ ଟଙ୍କା ସୁନା ଦର ହ୍ରାସ ପାଇଛି।