Gold Price Today: ଉଛୁଳୁଛି ସୁନା ବଜାର, ରାଜ୍ୟରେ ୨୨ କ୍ୟାରେଟର ଦାମ୍ ରହିଛି ଏତିକି
Advertisement
Article Detail0/zeeodisha/odisha2363012

Gold Price Today: ଉଛୁଳୁଛି ସୁନା ବଜାର, ରାଜ୍ୟରେ ୨୨ କ୍ୟାରେଟର ଦାମ୍ ରହିଛି ଏତିକି

Gold Silver Price: ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼଼ ଝଟକା। ଉଛୁଳୁଛି ସୁନା ବଜାର। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

Gold Price Today: ଉଛୁଳୁଛି ସୁନା ବଜାର, ରାଜ୍ୟରେ ୨୨ କ୍ୟାରେଟର ଦାମ୍ ରହିଛି ଏତିକି

Gold Silver Price: ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼଼ ଝଟକା। ଉଛୁଳୁଛି ସୁନା ବଜାର। ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହେବା ପରେ ବି ସୁନା ମୂଲ୍ୟରେ ଆଜି ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ପରିବର୍ତ୍ତନ ହୋଇଛି।  ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

ALSO READ: ଏହିସବୁ ରାଶିର ରକ୍ଷା କବଚ ହେଉଛନ୍ତି ମହାଦେବ, ଜୀବନରେ କେବେବି ଆସେନି ବିପଦ!

ବୁଲିଅନ ବଜାର ଅନୁଯାୟୀ ଆଜି ୨୪୪୨ ଟଙ୍କା ସୁନା ବଜାର ଖୋଲିଥିଲା। ଏହି କ୍ରମରେ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୦, ୩୬୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୫୦୦ ଓ ୨୪ କ୍ୟାରେଟରେ ୫୪୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୦, ୫୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୫୦୦ ଓ ୫୪୦ ଟଙ୍କା ଦର ବୃଦ୍ଧି ହୋଇଛି।  ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ଗୁରୁବାର ଦିନ ୧୪ କ୍ୟାରେଟ ସୁନା ଭରି ପିଛା ୪୫୦୯ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୫୦୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୦,୩୬୦ ଟଙ୍କା ରହିଛି ।  ୨୨ ଓ ୨୪ କ୍ୟାରେଟରେ ୫୦୦ ଓ ୫୪୦ ଟଙ୍କା ଦର ବଢିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୦,୧୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି।

ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୦,୩୬୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୫୨,୭୮୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୫୦୦ , ୨୪ କ୍ୟାରେଟ୍ ରେ ୫୪୦  ଓ ୧୮ କ୍ୟାରେଟ୍ ରେ ୪୧୦ ଟଙ୍କା ଦର ବଢିଛି।