Gold Price Today: ବଜେଟ ପରେ ଖସିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଭରି ପିଛା ମୂଲ୍ୟ?
Advertisement
Article Detail0/zeeodisha/odisha2350650

Gold Price Today: ବଜେଟ ପରେ ଖସିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଭରି ପିଛା ମୂଲ୍ୟ?

Gold Silver Price: ବଜେଟ୍ ରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି ମୋଦି ସରକାର। ବିଶେଷକରି ସଂସଦରେ ସାଧାରଣଙ୍କ ଚାପ କମାଇବାକୁ ଯାଇ ନିର୍ମଳା ସୀତାରମଣ ସୁନା, ରୂପା ଓ ପ୍ଲାଟିନମ୍ ଉପରୁ କଷ୍ଟ୍ୟୁମ୍ କମିବ ବୋଲି ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।   ତେବେ, ଏହି କ୍ରମରେ ଦେଶରେ ସୁନା ଦର ହ୍ରାସ ପାଇଛି। ଆଜି ସୁନା ଦର ଦେଶର କେଉଁ ସ୍ଥାନରେ କେତେ ରହିଛି ଆସନ୍ତୁ ଜାଣିବା....

Gold Price Today: ବଜେଟ ପରେ ଖସିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଭରି ପିଛା ମୂଲ୍ୟ?

Gold Silver Price: ବଜେଟ୍ ରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି ମୋଦି ସରକାର। ବିଶେଷକରି ସଂସଦରେ ସାଧାରଣଙ୍କ ଚାପ କମାଇବାକୁ ଯାଇ ନିର୍ମଳା ସୀତାରମଣ ସୁନା, ରୂପା ଓ ପ୍ଲାଟିନମ୍ ଉପରୁ କଷ୍ଟ୍ୟୁମ୍ କମିବ ବୋଲି ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।  ବିଶେଷକରି, ସୁନା ଓ ରୂପା ଉପରୁ କଷ୍ଟ୍ୟୁମ୍ ଡ୍ୟୁଟି  ୬ % ହ୍ରାସ ହେବ।  ସେହିପରି ପ୍ଲାଟିନମ୍ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ। ଯାହାକି ସାଧାରଣ ଲୋକଙ୍କୁ ବଡ଼ ଆଶ୍ବସ୍ତି ଦେବ ବୋଲି କୁହାଯାଇପାରିବ। ତେବେ, ଏହି କ୍ରମରେ ଆଜି ସୁନା ଦର ଦେଶର କେଉଁ ସ୍ଥାନରେ କେତେ ରହିଛି ଆସନ୍ତୁ ଜାଣିବା...

ALSO READ: Ganesha Favourite Zodiac: ଗଣେଶଙ୍କ ପ୍ରିୟ ଏହିସବୁ ରାଶିର ପାଖ ମାଡି଼ ନଥାଏ ବାଧାବିଘ୍ନ, ପ୍ରତ୍ୟକ କ୍ଷେତ୍ରରେ ପାଇଥାଆନ୍ତି ସଫଳତା!

ALSO READ: Surya Gochar 2024: ଅଗଷ୍ଟ ୨ରେ ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ ,ଏହିସବୁ ରାଶିଙ୍କୁ ମିଳିବ ବଡ଼ ଲାଭ!

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪, ୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୦,୮୬୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଆଜି ୨୨ ଓ ୨୪ କ୍ୟାରେଟ୍ ସୁନା ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୫,୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୧,୦୧୦ ଟଙ୍କା ରହିଛି।ସେହିପରି, ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪, ୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୦, ୮୬୦ ଟଙ୍କା ରହିଛି । 

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୯୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୦,୮୦୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୬୦୦ ଟଙ୍କା ଓ ୨୪ କ୍ୟାରେଟ୍ ରେ ୬୬୦ ଟଙ୍କା  ହ୍ରାସ ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୦,୮୬୦ ଟଙ୍କା ରହିଛି ।