Gold Rate: ଧନତେରାସ ପୂର୍ବରୁ ବଢିଲା ସୁନା ଦର, ଜାଣନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha1933587

Gold Rate: ଧନତେରାସ ପୂର୍ବରୁ ବଢିଲା ସୁନା ଦର, ଜାଣନ୍ତୁ ଆଜିର ରେଟ୍

Gold And Silver Price Today: ପାର୍ବଣ ଋତୁରେ (Festive Season 2023) ବଢିବାରେ ଲାଗିଛି ସୁନା ଦର (Gold Rate)।  ଆଉ ଆଗକୁ ଆସୁଛି ଧନତେରାସ୍ (Dhanteras)। ଏହି ସମୟରେ ସୁନା ଦୋକାନରେ ବହୁତ ଭିଡ ଲାଗେ, ତେବେ ଚଳିତ ବର୍ଷ ଲୋକେ ସୁନା କିଣିବାକୁ ମନବଳାଇଥିବା ବେଳେ ସୁନା ଦରର ବୃଦ୍ଧିରେ ଆଉ ବ୍ରେକ ଲାଗୁନି । ତେବେ, ଜାଣି ନିଅନ୍ତୁ କେଉଁ ସହରରେ ଆଜି କେତେ ରହିଛି ସୁନା ଓ ରୂପା ଦର?

Gold Rate: ଧନତେରାସ ପୂର୍ବରୁ ବଢିଲା ସୁନା ଦର, ଜାଣନ୍ତୁ ଆଜିର ରେଟ୍

Gold And Silver Price Today: ପାର୍ବଣ ଋତୁରେ (Festive Season 2023) ବଢିବାରେ ଲାଗିଛି ସୁନା ଦର (Gold Rate)।  ଆଉ ଆଗକୁ ଆସୁଛି ଧନତେରାସ୍ (Dhanteras)। ଏହି ସମୟରେ ସୁନା ଦୋକାନରେ ବହୁତ ଭିଡ ଲାଗେ, ତେବେ ଚଳିତ ବର୍ଷ ଲୋକେ ସୁନା କିଣିବାକୁ ମନବଳାଇଥିବା ବେଳେ ସୁନା ଦରର ବୃଦ୍ଧିରେ ଆଉ ବ୍ରେକ ଲାଗୁନି । ଏଥିଯାଗୁଁ ଲୋକେ ସୁନା କିଣିବା ପାଇଁ ଟିକେ ପଛଘୁଞ୍ଚା ଦେଉଛନ୍ତି । ଆଉ ଆଜି ଗଜଲକ୍ଷ୍ମୀ ପୂଜା ଆଜିକା ଦିନରେ ସୁନା କିଣିବା ଶୁଭ ବୋଲି କୁହାଯାଏ। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଜାଣି ନିଅନ୍ତୁ କେଉଁ ସହରରେ ଆଜି କେତେ ରହିଛି ସୁନା ଓ ରୂପା ଦର?

Also Read: Kumara Purnima 2023: ଆଜି ପବିତ୍ର କୁମାର ପୂର୍ଣ୍ଣିମା, ଜାଣନ୍ତୁ କାହିଁକି ଚାନ୍ଦ ପୂଜନ୍ତି କୁମାରୀ?

ଆଜି ଭାରତୀୟ ବଜାରରେ ଅର୍ଥାତ୍ ନୂଆଦିଲ୍ଲୀରେ ୨୨କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୭,୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୬୨,୭୭୦ ଟଙ୍କା ହୋଇଛି । ୨୨ କ୍ୟାରେଟରେ ଭରି ପିଛା ୬୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟ୍ ରେ ୬୬୦ ଟଙ୍କା ବଢିଛି । ସେହିପରି ରୂପା ଦର କେଜି ପିଛା ଆଜି ୭୪,୬୦୦ ଟଙ୍କା ରହିଛି।  ସେହିପରି ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ଭରି ପିଛା ୫୭,୪୦୦ ରହିଛି । ସେହିପରି ୨୪ କ୍ୟାରେଟର ସୁନା ଦର ୧୦ ଗ୍ରାମ୍ ପିଛା ୬୨,୬୨୦ ଟଙ୍କା ରହିଛି। ୨୨ ଓ  ୨୪ କ୍ୟାରେଟରେ ୬୦୦ ଓ ୬୬୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ରୂପା ଦର ୭୪,୬୦୦ ରହିଛି।  ଅନ୍ୟପଟେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟର ଦାମ୍ ଭରି ପିଛା ୫୭,୫୫୦ ଓ ୨୪ କ୍ୟାରେଟ୍ ର ଦାମ୍  ୬୨,୭୮୦ ଟଙ୍କା ରହିଛି। 

ଅନ୍ୟପଟେ, ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ କ୍ୟାରେଟ୍ ସୁନା ଭରି ପିଛା ଦର ୫୭,୪୦୦ ଓ  ୨୪ କ୍ୟାରେଟ୍ ଦର ୬୨,୬୨୦ ଟଙ୍କା ରହିଛି । ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ସୁନା ଦର ୨୨ କ୍ୟରେଟ୍ ଭରି ପିଛା ୫୭,୪୦୦ ଓ  ୨୪ କ୍ୟାରେଟ୍ ଦର ୬୨,୬୨୦ ରହିଛି । ୨୨ ଓ ୨୪ କ୍ୟାରେଟରେ ଦର ୬୦୦ ଓ ୬୬୦ ଟଙ୍କା ବୃଦ୍ଧି ପାଇଛି। ଏବଂ ରୂପା ଦର କେଜି ପିଛା ୭୭,୫୦୦ ଟଙ୍କା ରହିଛି। ଭୁବନେଶ୍ବର ପରି କଟକରେ ବି ସୁନା ଦର ସମାନ ରହିଛି । ତେବେ, ଆଗକୁ ବିବାବ ସିଜିନ୍ ଆସୁଥିବାରୁ ଦର ବଢିବ ବୋଲି ଆଶା କରାଯାଉଛି।